ETV Bharat / state

ପୁରୀ ଶୂନ୍ୟ ଗୋଷାଣୀ ପୂଜା ମଣ୍ଡପର କୋରୋନା ସଚେତନ ବାର୍ତ୍ତା

author img

By

Published : Oct 25, 2020, 6:13 PM IST

ଶାରଦୀୟ ଦୁର୍ଗା ପୂଜାକୁ ପୁରୀ ସହରରେ ଗୋଷାଣୀ ପୂଜା ଭାବେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ପୁରୀ ସହରର ମାଟି ମଣ୍ଡପ ସାହି ଶୂନ୍ୟ ଗୋଷାଣୀ ପୂଜା ମଣ୍ଡପ ପକ୍ଷରୁ କୋଭିଡ ମହାମାରୀକୁ ନେଇ ଲୋକଙ୍କ ପାଇଁ ସଚେତନତା ବାର୍ତ୍ତା ଦିଆଯାଇଛି । ଅଧିକ ପଢନ୍ତୁ...

ପୁରୀ ଶୂନ୍ୟ ଗୋଷାଣୀ ପୂଜା ମଣ୍ଡପର କୋରୋନା ସଚେତନ ବାର୍ତ୍ତା
ପୁରୀ ଶୂନ୍ୟ ଗୋଷାଣୀ ପୂଜା ମଣ୍ଡପର କୋରୋନା ସଚେତନ ବାର୍ତ୍ତା

ପୁରୀ: ଶାରଦୀୟ ଦୁର୍ଗା ପୂଜାକୁ ପୁରୀ ସହରରେ ଗୋଷାଣୀ ପୂଜା ଭାବେ ପାଳନ କରାଯାଇଥାଏ । ଶ୍ରୀକ୍ଷେତ୍ର ଏହି ପୂଜାକୁ ନେଇ ସ୍ବତନ୍ତ୍ର ପରମ୍ପରା ରହିଛି । ହେଲେ ଏଥର କୋଭିଡ ମହାମାରୀ ଓ ସରକାରଙ୍କ କଟକଣା ଯୋଗୁଁ ପୁରୀ ସହରରେ ନିରାଡ଼ମ୍ବର ଏବଂ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ଗୋଷାଣୀ ପୂଜା । ଏହି ପରିପ୍ରେକ୍ଷୀରେ ପୁରୀ ସହରର ମାଟି ମଣ୍ଡପ ସାହି ଶୂନ୍ୟ ଗୋଷାଣୀ ପୂଜା ମଣ୍ଡପ ପକ୍ଷରୁ କୋଭିଡ ମହାମାରୀକୁ ନେଇ ଲୋକଙ୍କ ପାଇଁ ସଚେତନତା ବାର୍ତ୍ତା ଦିଆଯାଇଛି ।

ଜଣେ ଅମାନିଆ ଯୁବକ ହାତରେ ସାନିଟାଇଜ ଧରି ଏବଂ ମୁହଁରେ ମାସ୍କ ପିନ୍ଧି କୋଭିଡ ଗାଇଡଲାଇନ ମାନୁଥିବା ଦେଖିବାକୁ ମିଳିଛି । ଜଣେ ଅମାନିଆ ହୋଇ ସେ ସବୁ ମାନୁଛି ତ ପ୍ରତ୍ୟେକ ଲୋକ ମଧ୍ୟ ସଚେତନ ହୁଅନ୍ତୁ ବୋଲି ଅନୁରୋଧ କରାଯାଇଛି । ପ୍ରତିବର୍ଷ ବିଭିନ୍ନ ପ୍ରସଙ୍ଗକୁ ନେଇ ଶୂନ୍ୟ ଗୋଶାଣୀ ପୂଜା କମିଟି ପକ୍ଷରୁ ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ଦିଆଯାଏ ।

ଅପରପକ୍ଷେ ଶୂନ୍ୟ ଗୋଷାଣୀ ମୂର୍ତ୍ତି ଦେଖିବାକୁ ନିଆରା । ଗୋଟିଏ ମାତ୍ର କାଠ ଗଣ୍ଡିରେ 16 ଫୁଟ ଉଚ୍ଚତାର ମୂର୍ତ୍ତି କରାଯାଇଥାଏ । ଯାହାକି ସାଧାରଣରେ ବେଶ ଦୃଷ୍ଟି ଆକର୍ଷଣ କରିଥାଏ । ମୂର୍ତ୍ତି ଏଭଳି ଗଢ଼ା ଯାଇଥାଏ ଯେ ଶୂନ୍ୟରେ ଗୋଷାଣୀ ଦେବୀ ମହିଷାସୁରକୁ ବଧ କରିବାର ପ୍ରତୀୟମାନ ହୋଇଥାଏ । ତେବେ ପୁରୀର ପରମ୍ପରା ଅନୁଯାୟୀ ମହାନବମୀ ପରଦିନ ବିଶ୍ରାମ ଉତ୍ସଵ ହୁଏ ଏବଂ ପରବର୍ତ୍ତୀ ଦିନ ବିଜୟା ଦଶମୀ ପାଳନ ହୁଏ । ଏଣୁ ସୋମବାର ପୁରୀରେ ଗୋଷାଣୀଙ୍କ ବିଜୟା ଦଶମୀ ପାଳନ ହେବ ଏବଂ ମଙ୍ଗଳବାର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.