ETV Bharat / state

କୋରୋନା କଟକଣା: ଶ୍ରୀମନ୍ଦିରକୁ ପ୍ରଵେଶ ବେଳେ ମାସ୍କ ବାଧ୍ୟତାମୂଳକ - ମାସ୍କ ପିନ୍ଧି ମନ୍ଦିରରେ ପ୍ରବେଶ କରିବେ ଭକ୍ତ

କୋରୋନା ସତର୍କତା ନେଇ ଶ୍ରୀମନ୍ଦିରରେ ବିଭିନ୍ନ କଟକଣା କରଯାଇଛି। ଭକ୍ତମାନେ ମାସ୍କ ନପନ୍ଧିଲେ ମନ୍ଦିର ଭିତରକୁ ଛଡା ଯାଉନାହିଁ।

corona impact temple
ଶ୍ରୀମନ୍ଦିର ପ୍ରଵେଶ ବେଳେ ମାସ୍କ ବାଧ୍ୟତାମୂଳକ
author img

By

Published : Mar 16, 2020, 1:01 PM IST

ପୁରୀ: ଶ୍ରୀମନ୍ଦିର ପ୍ରଵେଶ ବେଳେ ଭକ୍ତଙ୍କୁ ମାସ୍କ ବାଧ୍ୟତାମୂଳକ । କୋରୋନା ସତର୍କତା ନେଇ ଶ୍ରୀମନ୍ଦିରରେ ବିଭିନ୍ନ କଟକଣା କରଯାଇଛି। ଭକ୍ତମାନେ ମାସ୍କ ନପିନ୍ଧିଲେ ମନ୍ଦିର ଭିତରକୁ ଛଡା ଯାଉନାହିଁ। ଯେଉଁମାନେ ମାସ୍କ ଆଣି ନାହାଁନ୍ତି, ସେମାନେ ରୁମାଲ ମୁହଁରେ ବାନ୍ଧି ମନ୍ଦିର ପ୍ରବେଶ କରିବାକୁ କୁହାଯାଇଛି। ସେହିପରି ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପୁରୀ ପୋଲିସ ପକ୍ଷରୁ ଏକ ହେଲ୍ପଡେସ୍କ ଖୋଲା ଯାଇଛି।

ଶ୍ରୀମନ୍ଦିର ପ୍ରଵେଶ ବେଳେ ମାସ୍କ ବାଧ୍ୟତାମୂଳକ

ଶ୍ରୀମନ୍ଦିର ସମ୍ମୁଖ ଅରୁଣ ସ୍ତମ୍ଭ ନିକଟରେ ବ୍ୟାରିକେଡ କରାଯାଇଛି। କେହି ଭକ୍ତ ଅରୁଣ ସ୍ତମ୍ଭ ଯେଭଳି ସ୍ପର୍ଶ ନକରନ୍ତି, ସେନେଇ କଟକଣା ଜାରି କରାଯାଇଛି। ସେହିପରି ଶ୍ରୀମନ୍ଦିର ଭିତରେ ମଧ୍ୟ ଗରୁଡ଼ ସ୍ତମ୍ଭ ସ୍ପର୍ଶ ନେଇ ଭକ୍ତଙ୍କୁ କଟକଣା ଜାରି କରାଯାଇଛି। ଲାଇନରେ ଯାଉଥିବା ଭକ୍ତମାନେ ପରସ୍ପର ଠାରୁ 2 ମିଟର ଦୂରତାରେ ରଖିବାକୁ ସଚେତନ କରାଯାଇଛି।

ସେହିପରି ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟଳୟ ପକ୍ଷରୁ ଭକ୍ତଙ୍କୁ ହାତ ଧୋଇବା ପାଇଁ ସାନିଟାଇଜର ପ୍ରଦାନ କରାଯାଉଛି। ତେବେ ମନ୍ଦିର ପ୍ରବେଶ ପୂର୍ବରୁ ନିଜ ପରିବାର ଅତୀତ ଗସ୍ତସୂଚୀ ବିଷୟରେ ଘୋଷଣା ପତ୍ର ଦେବା ନେଇ ହୋଇଥିବା ଫର୍ମ ବ୍ୟବସ୍ଥା ଆରମ୍ଭ ହୋଇନାହିଁ।

ମଙ୍ଗଳବାର ଠାରୁ ଏହା ଆରମ୍ଭ ନେଇ ବ୍ୟବସ୍ଥା ରହିଛି। ତେବେ ସେବାୟତଙ୍କ ଠାରୁ ଆରମ୍ଭ କରି ଭକ୍ତମାନେ କୋରୋନା ନେଇ ସଚେତନ ଥିବା କହିଛନ୍ତି। ସମସ୍ତେ ସରକାରଙ୍କ ନିୟମ ପାଳନ କଲେ ଲୋକଙ୍କ ଧନ ଜୀବନ ସୁରକ୍ଷିତ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି। ଅନ୍ୟପଟେ ବିଭିନ୍ନ କଟକଣା ପରେ ପୁରୀ ସହରକୁ ଯାତ୍ରୀଙ୍କ ଆଗମନ ବହୁତ କମି ଯାଇଛି। ଶ୍ରୀମନ୍ଦିରରେ ଭକ୍ତ ଗହଳି ବହୁତ କମି ଯାଇଛି। କୋରୋନାକୁ ନେଇ ଏକ ଅଜଣା ଆତଙ୍କ ଖେଳିଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.