ETV Bharat / state

କୋରୋନା ସତର୍କତା, ପୁରୀ ସି-ବିଚ୍‌ ଖାଲି କଲା ପୁରୀ ପୋଲିସ - କୋରୋନା ସତର୍କତା

ସମଗ୍ର ବିଶ୍ବକୁ ଘାରିଛି କୋରୋନା ଭୟ । ଏମିତି ସ୍ଥିତିରେ ସାରା ରାଜ୍ୟରେ କୋରୋନା ଭୂତାଣୁକୁ ନେଇ ବିଭିନ୍ନ ସତର୍କତା ଅବଲମ୍ବନ କରାଯାଇଥିବା ବେଳେ ପୁରୀ ଜିଲ୍ଲାରେ ମଧ୍ୟ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଅଧିକ ପଢନ୍ତୁ...

Corona alert, Puri sea Beach vacated by Puri police
କୋରୋନା ସତର୍କତା, ପୁରୀ ସି-ବିଚ୍‌ ଖାଲି କଲା ପୁରୀ ପୋଲିସ
author img

By

Published : Mar 16, 2020, 4:19 PM IST

ପୁରୀ: ସମଗ୍ର ବିଶ୍ବକୁ କୋରୋନା ଭୟ ଘାରିଥିବା ବେଳେ ପୁରୀ ଜିଲ୍ଲାରେ ଏନେଇ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଜନଗହଳି ସ୍ଥାନରେ ଯେପରି ଗହଳି ନହୁଏ ତାହା ଉପରେ ତୀକ୍ଷ୍ଣ ନଜର ରଖିଛି ପୁରୀ ପୋଲିସ ।

ସେହିପରି ପୁରୀ ବେଳାଭୂମିକୁ ମଧ୍ୟ ଖାଲି କରିଛି ପୋଲିସ । ସମୁଦ୍ର କୂଳରେ ଥିବା ପର୍ଯ୍ୟଟକ ମାନଙ୍କୁ ବୁଝାସୁଝା କରି ଉକ୍ତ ସ୍ଥାନକୁ ଖାଲି କରାଯାଇଛି । ସମୁଦ୍ର କୂଳରେ ଯେପରି ଗହଳି ନ ହୁଏ ସେଥିପାଇଁ ସି-ବିଚ୍‌ରେ ଲାଇଫ ଗାର୍ଡଙ୍କୁ ମୁତୟନ କରାଯାଇଛି । ଏପରିକି ସହରର ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ସମୁଦ୍ରକୂଳରେ ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଛି । ପୋଲିସ କର୍ମଚାରୀ ମାନେ ଡ୍ୟୁଟି ସମୟରେ ମାସ୍କ ପିନ୍ଧିବା ସହ ଲୋକଙ୍କୁ କୋରୋନା ନେଇ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କୋରୋନା ସତର୍କତା, ପୁରୀ ସି-ବିଚ୍‌ ଖାଲି କଲା ପୁରୀ ପୋଲିସ

ଅପରପକ୍ଷେ ଗ୍ରାମାଞ୍ଚଳରେ ଯଦି କୌଣସି କୋରୋନା ସନ୍ଦିଗ୍ଧ ଜଣାପଡନ୍ତି ତୁରନ୍ତ ଜିଲ୍ଲା ପ୍ରଶାସନକୁ ଖବର ଦେବାକୁ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୋସିଆଲ ମିଡିଆରେ ପୁରୀ ଏସପି ଏନେଇ ବାର୍ତ୍ତା ଦେଇଛନ୍ତି । ତେବେ ପୁରୀକୁ ଆସିଥିବା ପର୍ଯ୍ୟଟକମାନେ ମଧ୍ୟ ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି । ଏହି ବିପର୍ଯ୍ୟୟ ସମୟରେ ସମସ୍ତେ ସଚେତନ ହେଲେ ହିଁ କୋରୋନାକୁ ମୁକାବିଲା କରି ହେବ ବୋଲି ରାଜ୍ୟ ବାହାରୁ ସହରକୁ ବୁଲି ଆସିଥିବା ପର୍ଯ୍ୟଟକ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.