ETV Bharat / state

କୋରାନା ଭୟ: ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନର ଜରୁରୀ ବୈଠକ - Review meeting of the Puri district administratio

ପୁରୀ ଜିଲ୍ଲାରେ କୋରୋନା ଭାଇରସ ନେଇ ଆଲର୍ଟ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ବୈଠକ ଅନୁଷ୍ଠିତ ହେବା ସହ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

corona alert in puri district administration
କୋରାନା ଭୟ: ମୁକାବିଲା ପାଇଁ ପୁରୀ ଜିଲ୍ଲାପ୍ରଶାସନର ଜରୁରୀ ବୈଠକ
author img

By

Published : Mar 5, 2020, 4:53 PM IST

ପୁରୀ: ସାରା ବିଶ୍ବରେ କୋରୋନା ଭାଇରସ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ପୁରୀ ଜିଲ୍ଲାରେ କୋରୋନା ଭାଇରସ ନେଇ ଆଲର୍ଟ ଜାରି କରାଯାଇଛି । ଏନେଇ ପୁରୀ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସିଡିଏମଓ, ପିଡି ଡିଆରଡିଏ, ଏସପି ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

କୋରାନା ଭୟ: ମୁକାବିଲା ପାଇଁ ପୁରୀ ଜିଲ୍ଲାପ୍ରଶାସନର ଜରୁରୀ ବୈଠକ

ପୁରୀ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ସମ୍ଭାବ୍ୟ କୋରୋନା ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର ଆଇସୋଲେସନ୍ ୱାର୍ଡ ଖୋଲାଯାଇଛି । ୱାର୍ଡରେ ପ୍ରଥମ ପର୍ଯ୍ୟାୟରେ 7ଟି ବେଡ଼ ରଖାଯାଇଛି । ବୁଧବାର ଇଟାଲିରୁ ଆସିଥିବା କିଛି ପର୍ଯ୍ୟଟକଙ୍କ ସ୍କ୍ରିନିଂ କରାଯାଇଛି । ସ୍କ୍ରିନିଂ ବେଳେ ସେ ଭଳି କିଛି ଲକ୍ଷଣ ଦେଖାଦେଇନଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ।

ତେବେ ଗତ 14ଦିନ ଭିତରେ ପୁରୀ ଆସିଥିବା ପର୍ଯ୍ୟଟକଙ୍କ ସମ୍ପର୍କରେ ଜଣାଇବା ପାଇଁ ସହରରେ ଥିବା ବିଭିନ୍ନ ହୋଟେଲ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ସମସ୍ତ ଆଡଭାଇଜରି ମଧ୍ୟ ଜାରି କରାଯାଇଛି । ଏହା ସହ ପଞ୍ଚାୟତିରାଜ ବିଭାଗ ଓ ସବୁ ବ୍ଲକ ତହସିଲକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ବିଶେଷ କରି ସ୍କୁଲ୍ ଗୁଡିକରେ ଛାତ୍ରଛାତ୍ରୀମାନେ ହାତ ଧୋଇବା ସହ ସ୍ବଚ୍ଛତା ବଜାୟ ରଖିବା ପାଇଁ ଶିକ୍ଷା ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଜ୍ବର, କାଶ ଓ ଥଣ୍ଡାର ଲକ୍ଷଣ ଦେଖାଗଲେ ତୁରନ୍ତ ସ୍ବାସ୍ଥ୍ୟ ପରାମର୍ଶ ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । କୋରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ପୁରୀ ସିଡିଏମଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.