ETV Bharat / state

18ରେ ପୁରୀର ସଦର ବ୍ଲକ କାର୍ଯ୍ୟଳୟ ଘେରିବ କଂଗ୍ରେସ

ସକରାରଙ୍କ ବିଭିନ୍ନ ଜନ ବିରୋଧୀ ନୀତି ପ୍ରତିବାଦରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବ ପୁରୀ ଜିଲ୍ଲା କଂଗ୍ରେସ । ବିଭିନ୍ନ ଦାବି ନେଇ ସରକାରଙ୍କୁ କରିବ ପ୍ରଶ୍ନ । ଅଧିକ ପଢନ୍ତୁ

ବ୍ଲକ କାର୍ଯ୍ୟାଳୟ ଘେରାଉ କରିବ ପୁରୀ ଜିଲ୍ଲା କଂଗ୍ରେସ

author img

By

Published : Aug 16, 2023, 8:25 PM IST

ବ୍ଲକ କାର୍ଯ୍ୟାଳୟ ଘେରାଉ କରିବ ପୁରୀ ଜିଲ୍ଲା କଂଗ୍ରେସ

ପୁରୀ: ବିଭିନ୍ନ ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବ ପୁରୀ ଜିଲ୍ଲା କଂଗ୍ରେସ । ଆସନ୍ତା ୧୮ ତାରିଖ ଦିନ ଜିଲ୍ଲା କଂଗ୍ରେସ ପକ୍ଷରୁ ପୁରୀ ସଦର ବ୍ଲକ କାର୍ଯ୍ୟାଳୟ ଘେରଉ କରାଯିବ। ପୁରୀ ଭିଆଇପି ରୋଡ ଇନ୍ଦିରା ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଜୟନାରାୟଣ ପଟ୍ଟନାୟକ । ଜିଲ୍ଲାର ସମସ୍ତ ବ୍ଲକ ଅଫିସ୍ ସମ୍ମୁଖରେ ବ୍ୟାପକ ଘେରଉ କାର୍ଯ୍ୟକ୍ରମ କରାଯିବା ସହ ବ୍ଲକ୍ ଅଫିସମାନଙ୍କରେ ବ୍ୟାପକ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ, ନାରୀ ନିର୍ଯାତନା, ଚାଷୀ ମାରଣା ନୀତି , ଟାଟା କମ୍ପାନୀ ଜୁଲମ, ଶ୍ରୀମନ୍ଦିର ଚାରି ଦ୍ୱାର ଭକ୍ତ ପାଇଁ ନଖୋଲିବା, ରତ୍ନ ଭଣ୍ଡାର ଖୋଲିବାରେ ଟାଳଟୁଳ ନୀତି ବିରୋଧରେ ଏହି ବିକ୍ଷୋଭ କରାଯିବ ବୋଲି ସୂଚନା ଦିଆଯାଇଛି ।

ସେହିପରି ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା, ବାରମ୍ବାର ଦାବି ସତ୍ତ୍ୱେ ରତ୍ନଭଣ୍ଡାର ନଖୋଲିବା ବିଷୟରେ ଜବାବ୍ ମାଗିବ କଂଗ୍ରେସ । ତେବେ ୧୮ ତାରିଖରେ କଂଗ୍ରେସ କମିଟିର ଶୋଭାଯାତ୍ରା ରେଳ ଷ୍ଟେସନରୁ ବାହାରି ବ୍ଲକ୍ ଅଫିସ୍ ଠାରେ ପହଞ୍ଚିବା ପରେ ସେଠାରେ ବିକ୍ଷୋଭ ଓ ବ୍ଲକ୍ ଘେରଉ କାର୍ଯ୍ୟକ୍ରମ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।

ଅଧିକ ପଢନ୍ତୁ: ପିସିସି ସଭାପତିଙ୍କ ସୂଚନା; ୧୮ରେ ରାଜ୍ୟର ସମସ୍ତ ବ୍ଲକ ଘେରିବ କଂଗ୍ରେସ

ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଜୟନାରାୟଣ ପଟ୍ଟନାୟକ କହିଛନ୍ତି, ‘‘ରାଜ୍ୟରେ ଦିନକୁ ଦିନ ବେକାରୀ ବଢି ଚାଲିଛି । ବିଜେଡି ସରକାର ଯୁବକମାନଙ୍କୁ ନିଯୁକ୍ତି କଥା କହୁଥିବା ବେଳେ ଏହା ଧୁଆଁ ବାଣରେ ପରିଣତ ହୋଇଛି । ଯାହାକୁ ନେଇ ଯୁବକଯୁବତୀଙ୍କ ମଧ୍ଯରେ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ବଢିବାରେ ଲାଗିଛି । ଗରୀବ ଲୋକଙ୍କୁ ଆବାସ ଯୋଜନା କରାଇ ଦେବା ପାଇଁ ଟଙ୍କା ମଗାଯାଉଛି । ରାଜ୍ୟରେ ମହିଳାଙ୍କ ଉପରେ ଯୌନ ନିର୍ଯ୍ୟାତନା ସହ ଅନ୍ୟ ନିର୍ଯାତନା ବଢିବାରେ ଲାଗିଛି । ଚାଷୀଙ୍କୁ ଠିକରେ ସାର୍, ବିହନ ମିଳୁନାହିଁ । ଫଳରେ ଚାଷୀ ଆଜି ବଜାରରୁ ଚଢ଼ା ଦରରେ ସାର, ବିହନ କିଣି ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛି । ଟାଟା କମ୍ପାନୀ ଦିନକୁ ଦିନ ବିଦ୍ୟୁତ୍ ବିଲ ବଢାଇ ଚାଲିଥିବା ବେଳେ ଗରିବ ଲୋକଙ୍କୁ ମୋଟା ଅଙ୍କର ଫାଇନ କାଟି ଶୋଷଣ କରୁଛି । ଶ୍ରୀମନ୍ଦିର ଚାରି ଦ୍ଵାର ଭକ୍ତଙ୍କ ପାଇଁ ବନ୍ଦ ଥିବାରୁ ଲାଇନରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ କଷ୍ଟ ପାଉଛନ୍ତି ଭକ୍ତ । ସେହିପରି ରତ୍ନ ଭଣ୍ଡାର୍ ଅବସ୍ଥା ଖରାପ ଥିବା ବେଳେ ଏହାର ଯାଞ୍ଚ ପାଇଁ ସରକାର କୌଣସି ପଦକ୍ଷେପ ନେଇନାହାନ୍ତି । ଏଣୁ ଏହି ସବୁ ଜନ ବିରୋଧୀ ନୀତିକୁ ଦୃଢ଼ ବିରୋଧ ପାଇଁ ପୁରୀର ବ୍ଳକ୍ ଅଫିସ ଘେରାଉ କରିବ କଂଗ୍ରେସ ।’’

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.