ETV Bharat / state

କ୍ରୀଡାମନ୍ତ୍ରୀଙ୍କ ବହିଷ୍କାର ଦାବି କଲା କୋଣାର୍କ ନଗର କଂଗ୍ରେସ - puri news

କ୍ରୀଡାମନ୍ତ୍ରୀଙ୍କ ବହିଷ୍କାର ଦାବି କଲା କୋଣାର୍କ ନଗର କଂଗ୍ରେସ । କୋଣାର୍କ ଥାନା ଆଗରେ କଲା ବିକ୍ଷୋଭ ପ୍ରର୍ଦଶନ । ଅଧିକ ପଢନ୍ତୁ...

congress protest in puri
କ୍ରୀଡାମନ୍ତ୍ରୀଙ୍କ ବହିଷ୍କାର ଦାବି କଲା କୋଣାର୍କ ନଗର କଂଗ୍ରେସ
author img

By

Published : Feb 20, 2021, 8:23 PM IST

ପୁରୀ: କ୍ରୀଡାମନ୍ତ୍ରୀଙ୍କ ବହିଷ୍କାର ଦାବି କଲା କୋଣାର୍କ ନଗର କଂଗ୍ରେସ । କୋଣାର୍କ ନଗର କଂଗ୍ରେସ ପକ୍ଷରୁ କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ରାଲି କରି କୋଣାର୍କ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଦାବି କରାଯାଇଛି । ଗିରଫ ଦାବି କରି ଏକ ଦାବିପତ୍ର କୋଣାର୍କ ଥାନା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।

କ୍ରୀଡାମନ୍ତ୍ରୀଙ୍କ ବହିଷ୍କାର ଦାବି କଲା କୋଣାର୍କ ନଗର କଂଗ୍ରେସ

ଗତ ୧୭ ତାରିଖରେ କୋଣାର୍କ କୁରୁଜଙ୍ଗ ପଞ୍ଚାୟତର କୁଞ୍ଜ ଠାରେ ଆଦର୍ଶ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମନ୍ତ୍ରୀ । ସରକାରୀ ଟଙ୍କାକୁ ସରକାରୀ ମନ୍ତ୍ରୀ ଅପବ୍ୟବହାର କରି ସରକାରୀ କାର୍ଯ୍ୟକ୍ରମରେ ଦଳୀୟ କାର୍ଯ୍ୟକ୍ରମ କରି ବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ ପଡିଆରେ ଶିଳାନ୍ୟାସ କରିଥିଲେ । ତେବେ, ଏଥିରେ ଦଳୀୟକର୍ମୀ ସମ୍ମିଳନୀ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ କିପରି ହେଲା ଅଭିଯୋଗ ଆଣିଛି କୋଣାର୍କ ନଗର କଂଗ୍ରେସ । ଚନ୍ଦ୍ରଭାଗାରେ ସରକାର ମାଘମେଳା ଭଳି ଧାର୍ମିକ କାର୍ଯ୍ୟକ୍ରମ ଉପରେ 144 ଧାରା ଜାରି କରିବା କଟକଣା ଲଗାଇଥିବା ବେଳେ ମନ୍ତ୍ରୀ କେଉଁ ଭଳି କୋଭିଡ ନିୟମ ଉଲଘଂନ କରି ଏଭଳି କାର୍ଯ୍ୟ କଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏଥିରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆଗାମୀ ଦିନରେ ରାଜରାସ୍ତା ରୋକ କରାଯିବ । ଏହାସହ କାକଟପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର କୈାଣସି ଦଳୀୟ କାର୍ଯ୍ୟକ୍ରମ କରାଇ ଦେବେନି ବୋଲି ରାଜ୍ୟ କଂଗ୍ରେସର ସାଧାରଣ ସମ୍ପାଦକ ବିଶ୍ବଭୂଷଣ ଦାସ ଚେତାବନୀ ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.