ପୁରୀ: ଆରପାରିରେ ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ । କରୋନାରେ ଆକ୍ରାନ୍ତ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତ 9 ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସେ ୭ ତାରିଖରେ ଅସୁସ୍ଥ ହୋଇଥିଲେ ଏବଂ ନିଜର କରୋନା ଚିକିତ୍ସା କରାଇଥିଲେ । ଏହାପରେ 9 ତାରିଖରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା ।
ନିର୍ବାଚନ ସମୟରେ ଜଣେ ପ୍ରାର୍ଥୀଙ୍କର ଏପରି ଭାବରେ ମୃତ୍ୟୁ ହେବା ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀ ପାଇଁ ଅପୂରଣୀୟ କ୍ଷତି । ଏହା କଂଗ୍ରେସ କର୍ମୀଙ୍କୁ ଗଭୀର ଦୁଃଖ ଦେଇଥିବା କଂଗ୍ରେସ କର୍ମୀ କହିଛନ୍ତି । ସ୍ବର୍ଗତ ଅଜିତ ମଙ୍ଗରାଜ ଜଣେ ଭଦ୍ର, ମିଷ୍ଠ ଭାଷୀ ବ୍ୟକ୍ତି ଥିଲେ । ସେ ପିପିଲି ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ଅହରହ ସଂଗ୍ରାମ କରୁଥିଲେ । ଏଣୁ, ନିର୍ବାଚନ ପୂର୍ବରୁ ତାଙ୍କ ମୃତ୍ୟୁ ପିପିଲି ନିର୍ବାଚନ ମଣ୍ଡଳୀବାସୀ ଏବଂ ଅଜିତଙ୍କ ସହଯୋଗୀଙ୍କୁ ଖୁବ କଷ୍ଟ ଦେଇଥିବା କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ