ETV Bharat / state

2024 Election: ପୁରୀ ବଡଦାଣ୍ଡରେ କଂଗ୍ରେସ ପକ୍ଷରୁ ବିଶାଳ ପଦଯାତ୍ରା - ଜଗନ୍ନାଥ ଧାମରୁ ଲଢେଇ ଆରମ୍ଭ

ପୁରୀ ଜଗନ୍ନାଥ ଧାମରୁ ୨୦୨୪ ନିର୍ବାଚନ ଲଢେଇ ଆରମ୍ଭ କଲା ରାଜ୍ୟ କଂଗ୍ରେସ । ୪ଟି ଦାବି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ । ଅଧିକ ପଢନ୍ତୁ

Congress mega rally in Puri
Congress mega rally in Puri
author img

By ETV Bharat Odisha Team

Published : Oct 16, 2023, 5:46 PM IST

Congress mega rally in Puri

ପୁରୀ: ଜଗନ୍ନାଥ ଧାମରୁ ୨୦୨୪ ନିର୍ବାଚନ ଲଢେଇ ଆରମ୍ଭ କଲା ରାଜ୍ୟ କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟସ୍ତରୀୟ ସମସ୍ତ ପ୍ରମୁଖ ନେତାଙ୍କ ସହ ଶହ ଶହ କଂଗ୍ରେସ କର୍ମୀ ପୁରୀ ଚାଲ ବିଶାଳ ପଦଯାତ୍ରାରେ ସାମିଲ ହୋଇଛନ୍ତି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଓ ଚାରିଦ୍ବାର ଖୋଲିବା ପ୍ରସଙ୍ଗଠୁ ଆରମ୍ଭ କରି ଶ୍ରୀଜଗନ୍ନାଥଙ୍କ ଜମିରେ ବସବାସ କରୁଥିବା ପୁରୀ ସହରବାସୀଙ୍କୁ ଜମି ପଟ୍ଟା ପ୍ରଦାନ କରିବା ପର୍ଯ୍ୟନ୍ତ ଅନେକ ଦାବି ଉଠାଇଛି କଂଗ୍ରେସ ।

ଶ୍ରୀମନ୍ଦିର ଚାରିଦ୍ବାର ଭକ୍ତଙ୍କ ପାଇଁ ତୁରନ୍ତ ଖୋଲିବା, ରତ୍ନଭଣ୍ଡାର ଖୋଲି ଏହାର ଗଣତି, ମଣତି ଓ ମରାମତି କରିବା, ଶ୍ରୀଜଗନ୍ନାଥଙ୍କ ଜମିରେ ବସବାସ କରୁଥିବା ପୁରୀ ସହରବାସୀଙ୍କୁ ଜମି ପଟ୍ଟା ପ୍ରଦାନ କରିବା ଏବଂ ପୁରୀ ବେଲଦଳ ଠାରେ ଶହ ଶହ ଏକର ଚାଷଜମି ଦଖଲକୁ ନେଇଥିବା ବେଦାନ୍ତ କମ୍ପାନୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତୁରନ୍ତ ଜମି ଚାଷୀଙ୍କୁ ଫେରସ୍ତ କରିବା ଏଭଳି ୪ଟି ଦାବି ନେଇ ଏହି ପଦଯାତ୍ରା କରିଥିଲା କଂଗ୍ରେସ ।

ଏହା ବି ପଢନ୍ତୁ- ସୋମବାର ପୁରୀରେ କଂଗ୍ରେସର ବିଶାଳ ସମାବେଶ, ଉଠିବ ଶ୍ରୀମନ୍ଦିର ପ୍ରସଙ୍ଗ

କର୍ମୀ-ପୋଲିସ ଠେଲାପେଲା:- ଏହି ବିଶାଳ ଶୋଭାଯାତ୍ରା ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ କଂଗ୍ରେସର ବରିଷ୍ଠ ନେତାଙ୍କୁ ପୋଲିସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟିବାକୁ ବାରଣ କରିଥିଲା । ଫଳରେ କଂଗ୍ରେସ କର୍ମୀ ଉତ୍ତ୍ୟକ୍ତ ହୋଇ ପୋଲିସ କର୍ମଚାରୀଙ୍କୁ ପେଲାଠେଲା କରିବା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଧସେଇ ପଶିଥିଲେ । ପରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ସମସ୍ତ ଦାବି ପୂରଣ କରିବା ପାଇଁ ଅନୁରୋଧ କରିଥିଲେ । ଦାବି ପୂରଣ ନହେଲେ କଂଗ୍ରେସ ଆହୁରି ବ୍ୟାପକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

ଶୋଭାଯାତ୍ରା ପୂର୍ବରୁ ପୁରୀ ଶରଧାବାଲିରେ ସଭା:- ମୁକ୍ତାକାଶ ରଙ୍ଗମଞ୍ଚରେ କଂଗ୍ରେସର ପ୍ରଥମେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରାକୁ ସଫଳ କରିବା ପାଇଁ ଶହ ଶହ କଂଗ୍ରେସ କର୍ମୀଙ୍କୁ ଆହ୍ବାନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ କଂଗ୍ରେସର ତୁଙ୍ଗ ନେତା ଯୋଗ ଦେଇଥିଲେ । ପରେ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଯାଏଁ ଦୁଇ କିଲୋମିଟର ପାରମ୍ପରିକ ସଂକୀର୍ତ୍ତନ ମଣ୍ଡଳୀ ସହ ପଦଯାତ୍ରାରେ ବାହାରିଥିଲେ । ସେପଟେ କଂଗ୍ରେସର ଏହି ଶୋଭାଯାତ୍ରାକୁ କଡ଼ା ସମାଲୋଚନା କରିଛି ବିଜେଡି ।

ଏହା ବି ପଢନ୍ତୁ- ରାଜ୍ୟରେ ବସିଲା ଅଣ ବିଜେଡି-ବିଜେପି ଦଳ ବୈଠକ, ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ

ସେପଟେ ରାଜ୍ୟ ବିଜୁ ଯୁବ ଜନତା ଦଳର ଉପସଭାପତି ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, "କଂଗ୍ରେସ ଔଷଧ ବିକଳରେ ତାଟିଆ କାମୁଡ଼ିଛି । ଆଗକୁ ନିର୍ବାଚନ ଥିବାବେଳେ କଂଗ୍ରେସ ହାତରେ କୌଣସି ପ୍ରସଙ୍ଗ ନଥିବାରୁ କଂଗ୍ରେସ ନିଜର ଅସ୍ତିତ୍ବ ବଞ୍ଚାଇ ରଖିବା ପାଇଁ ପୁରୀରେ ଏହି ପଦଯାତ୍ରା ଆୟୋଜନ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀକୁ ଐତିହ୍ୟ ସହର କରିବା ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଜାରି ରଖିଥିବା ବେଳେ କଂଗ୍ରେସ ଏହାକୁ ହଜମ କରିପାରୁନାହିଁ । କଂଗ୍ରେସର ଏହି ଚାଲବାଜି ସାଧାରଣ ଜନତା ଭଲଭାବେ ବୁଝି ସାରିଥିବା ବେଳେ ଆଗାମୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ୬ଷ୍ଠ ଥର ପାଇଁ ଲୋକଙ୍କ ଦ୍ବାରା ନିର୍ବାଚିତ ହେବେ ।"

ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, "କଂଗ୍ରେସର ଦାବିକୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇ ବୈଠକର ନିଷ୍ପତ୍ତି ଅନୁଯାୟୀ ଯାହା କିଛି ପଦକ୍ଷେପ ନିଆଯିବ।" କୋଟି କୋଟି ଓଡିଆଙ୍କ ଭାବାବେଗ ସହ ଜଡିତ ଶ୍ରୀମନ୍ଦିର । ତେବେ ଏହି ଭାବାବେଗକୁ ନେଇ ଆଗାମୀ ନିର୍ବାଚନରେ ଲୋକଙ୍କ ସମର୍ଥନ ହାସଲ ପାଇଁ କଂଗ୍ରେସ ପକ୍ଷରୁ ଏହି ବିଶାଳ ପଦଯାତ୍ରା କରାଯାଇଥିବା କୁହାଯାଉଛି। ତେବେ ଏହି ପଦଯାତ୍ରା ଲୋକଙ୍କ ଉପରେ କେତେ ପ୍ରଭାବ ପକାଉଛି ତାହା ସମୟ ହିଁ କହିବ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.