ETV Bharat / state

ପିପିଲିରେ କଂଗ୍ରେସ ପକ୍ଷରୁ ନାମାନଙ୍କ ପତ୍ର ଦାଖଲ - ପୌର ନିର୍ବାଚନ 2022

ପୌର ନିର୍ବାଚନ ବିଗୁଲ ବାଜିବା ପରେ ଚଳଚଞ୍ଚଳ ପୌରାଞ୍ଚଳ । ଆଉ ମାତ୍ର ନମାନଙ୍କ ପତ୍ର ଦାଖଲ ନେଇ ହାତରେ ଦୁଇ ଦିନ ସମୟ ଥିବା ବେଳେ ପୁରୀର ପିପିଲି ଏନଏସି ନିର୍ବାଚନ ପାଇଁ ଶନିବାର କଂଗ୍ରେସ ପକ୍ଷରୁ ନମାନଙ୍କ ପତ୍ର ଦାଖଲ କରାଯାଇଛି । ଅଧିକ ପଢନ୍ତୁ

ପିପିଲିରେ କଂଗ୍ରେସ ପକ୍ଷରୁ କରାଗଲା ନାମାନଙ୍କ ପତ୍ର ଦାଖଲ

author img

By

Published : Mar 5, 2022, 10:30 PM IST

ପୁରୀ: ପୌର ନିର୍ବାଚନ ବିଗୁଲ ବାଜିବା ପରେ ଚଳଚଞ୍ଚଳ ପୌରାଞ୍ଚଳ । ଆଉ ମାତ୍ର ନମାନଙ୍କ ପତ୍ର ଦାଖଲ ନେଇ ହାତରେ ଦୁଇ ଦିନ ସମୟ ଥିବା ବେଳେ ପୁରୀର ପିପିଲି ଏନଏସି ନିର୍ବାଚନ ପାଇଁ ଆଜି(ଶନିବାର) କଂଗ୍ରେସ ପକ୍ଷରୁ ନମାନଙ୍କ ପତ୍ର ଦାଖଲ କରାଯାଇଛି। କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଆଜି 7 ଜଣ କାଉନସିଲର ପ୍ରାର୍ଥୀ କଂଗ୍ରେସ ପକ୍ଷରୁ ନମାନଙ୍କ ପତ୍ର ଦାଖଲ କରିଛନ୍ତି।

ପିପିଲିରେ କଂଗ୍ରେସ ପକ୍ଷରୁ କରାଗଲା ନାମାନଙ୍କ ପତ୍ର ଦାଖଲ

ପିପିଲିବାସୀ ଶାସକ ଦଳ ନେତାଙ୍କ ଅତ୍ୟାଚାର , ଦୁର୍ନୀତିରେ ଅଣନିଶ୍ବାସୀ ହୋଇ ପଡ଼ିଥିବା ବେଳେ ଏଥର ପିପିଲି ଏନଏଏସି ଭୋଟର ବିଜେଡିକୁ ଉପଯୁକ୍ତ ଜବାବ ଦେଇ କଂଗ୍ରେସ ଜିତାଇବେ ବୋଲି ଦଳ ବିଶ୍ୱାସ ରଖିଛି। ସେପଟେ ବିଜେପିର ପ୍ରାର୍ଥୀମାନେ ଦୁଇ ଦିନ ଭିତରେ ନାମାନଙ୍କ ଦାଖଲ କରିବେ। ବିଜେଡିର ଦୁର୍ନୀତି , ଭ୍ରଷ୍ଟାଚାରକୁ ମୁର୍ଦ୍ଦା କରି ବିଜେପି ନିର୍ବାଚନ ରାଣନୀତିକୁ ଯିବ ବୋଲି ବିଜେପି ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ କହିଛନ୍ତି।

ସେପଟେ ବିଜେଡି ଏକାଧିକ ଅଶାୟୀ ଥିବାରୁ ବିଜେଡି ପାଇଁ ପ୍ରାର୍ଥୀ ଚୟନରେ ସମସ୍ୟା ହୋଇଛି। ତେବେ ଏହାକୁ ଖଣ୍ଡନ କରିଛନ୍ତି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ଶାସକ ଦଳରେ ଅଧିକ ଆଶାୟୀ ରହିବା ସ୍ୱାଭାବିକ । ଏହାକୁ ନେଇ ଦଳରେ କୌଣସି ସମସ୍ୟା ନାହିଁ । ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ବିପୁଳ ସଫଳତା ପାଇଥିବା ବେଳେ ପୌର ନିର୍ବାଚନରେ ବି ବିଜେଡି ବିପୁଳ ସଫଳତା ପାଇବ ବୋଲି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.