ପୁରୀ: ରଥରେ କାଳିଆ ଠାକୁରକୁ ଦେଖିବାକୁ ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ପହଞ୍ଚଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ନବଦାସ ଓ ପ୍ରତାପ ଜେନା ପ୍ରମୁଖ ପୁରୀ ଗସ୍ତ କରିଛନ୍ତି ।
ତେବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପବିତ୍ର ଦିବସରେ ମୁଁ ସମସ୍ତଙ୍କ ଶୁଭ କାମନା ମାନାସୁଛି ।
ମୁଖ୍ୟମନ୍ତ୍ରୀ ସିଂହଦ୍ବାରରେ ପହଞ୍ଚି ତିନି ଠାକୁରଙ୍କୁ ଦର୍ଶନ କରିବା ସହ ରାଜ୍ୟବାସୀଙ୍କ ପାଇଁ ଆଶିଷ ଭିକ୍ଷା କରିଛନ୍ତି । ଏହାସହ ନିଜ ହାତରେ ଟଙ୍କ ତୋରାଣୀ ମଧ୍ୟ ଭକ୍ତଙ୍କୁ ବାଣ୍ଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ କଡା ସୁରକ୍ଷା ଭିତରେ ସିଂହଦ୍ବାର ସମ୍ମୁଖକୁ ପାଛୋଟି ନିଆଯାଇଥିଲା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ