ETV Bharat / state

Chittaranjan Death Case: ସିବିଆଇ ତଦନ୍ତ ଦାବିକଲେ ପରିବାର

author img

By

Published : Oct 10, 2022, 7:12 PM IST

ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସ ବର୍ମାଙ୍କ ବ୍ୟକ୍ତିଗତ ସହାୟକ ମୃତ୍ୟୁ ଘଟଣା (Sanjaya Das Burma PA death Case) । ଧାରଣାରେ ବସି ସିବିଆଇ ତଦନ୍ତ ଦାବିକଲେ ପରିବାରଲୋକେ । ଅଧିକ ପଢନ୍ତୁ

ସିବିଆଇ ତଦନ୍ତ ଦାବିକଲେ ପରିବାର
ସିବିଆଇ ତଦନ୍ତ ଦାବିକଲେ ପରିବାର

ବ୍ରହ୍ମଗିରି: ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସ ବର୍ମାଙ୍କ ବ୍ୟକ୍ତିଗତ ସହାୟକ ମୃତ୍ୟୁ ଘଟଣା (Sanjaya Das Burma PA death Case) । ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁକୁ ୧୦ ମାସ ବିତି ଯାଇଥିଲେ ମୃତ୍ୟୁ ଉପରୁ ଉଠିପାରୁନି ପରଦା । ତେବେ ଏନେଇ ସିବିଆଇ ତଦନ୍ତ ଦାବିରେ ବ୍ରହ୍ମଗିରି ବସଷ୍ଟାଣ୍ଡ ନିକଟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ବସିଲେ ପରିବାର ଲୋକେ(Deceased Chita Ranjan Family) ।

Chittaranjan Death Case: ସିବିଆଇ ତଦନ୍ତ ଦାବିକଲେ ପରିବାର

ଦୀର୍ଘ 10 ମାସ ପରେ ଗ୍ରାମବାସୀଙ୍କ ସହାୟତାରେ ପରିବାର ପକ୍ଷରୁ ଏହି ଅନଶନ ଆରମ୍ଭ ହୋଇଛି । ପ୍ରଥମେ ନିଖୋଜ ଏବଂ ଦୁଇ ଦିନ ପରେ ଅର୍ଥାତ ଗତ13 ଡିସେମ୍ବର 2021 ତାରିଖରେ ପୁରୀ ଗଡ଼ମୃଗସିରା ବ୍ରିଜ ନିକଟ ନୂଆ ନଈରୁ ଭାସମାନ ଅବସ୍ଥାରେ ଚିତ୍ତରଞ୍ଜନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଉଦ୍ଧାର ହୋଇଥିବା ମୃତ ଦେହସାରା କ୍ଷତ ଚିହ୍ନ ରହିଥିବା ବେଳେ ପାଟି ଓ କାନରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଦୁର୍ଘଟଣା ପରେ ନଈରେ ପଡି ମୃତ ହୋଇଥିବା ରିପୋର୍ଟ ଆସିଥିଲା । କିନ୍ତୁ ପରିବାର ଲୋକେ ଏହାକୁ ଗ୍ରହଣ କରିନପାରି ହତ୍ୟା ଅଭିଯୋଗ ଆଣିଥିଲେ ।

ଏହା ମଧ୍ୟ ପଢନ୍ତୁ: Sanjaya Das Burma PA death Case: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ପରିବାର

ପ୍ରଥମେ ପୁରୀ ପୋଲିସ ଘଟଣାର ତଦନ୍ତ କରୁଥିଲା । ପରେ ସଞ୍ଜୟ ଦାସବର୍ମାଙ୍କ ସୁପାରିଶ କ୍ରମେ କ୍ରାଇମବ୍ରାଞ୍ଚଙ୍କୁ ତଦନ୍ତର ଭାର ହସ୍ତାନ୍ତର କରାଯାଇଥିଲା । ଘଟଣାରେ ତଦନ୍ତ କରି କ୍ରାଇମବ୍ରାଞ୍ଚ ପକ୍ଷରୁ ଜଗନ୍ନାଥ ଷଡଙ୍ଗୀ ଏବଂ ଅଶୋକ ଉପାଧ୍ୟାୟଙ୍କୁ ଗିରଫ କରାଯାଇଥିଲା । ତେବେ ଏହାପରେ ପ୍ରଶାସନ ଚୁପହୋଇ ବସିରହିଥିବା ଅଭିଯୋଗ କରିଛନ୍ତି ପରିବାରଲୋକେ । ଏହି ଘଟଣାରେ ଗିରଫ ହୋଇଥିବା ଦୁଇ ଜଣଙ୍କ ବ୍ୟତୀତ ଆହୁରି ଅନେକ ରାଜନୈତିକ ଲୋକଙ୍କର ହାତ ଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ତେବେ ଏହି ଘଟଣାରେ ଦୋଷୀକୁ ଉଚିତ ନ୍ୟାୟ ମିଳିବ ବୋଲି ପରିବାରକୁ ସଂଜୟ ଦାସବର୍ମା ଆଶ୍ୱାସନା ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ନ୍ୟାୟ ନମିଳିବାରୁ ଆଜି ପରିବାର ଲୋକେ ସିବିଆଇ ତଦନ୍ତ ଦାବି କରିବା ସହ ଏହି ହତ୍ୟାକାଣ୍ଡରରେ ସଂଜୟ ଦାସବର୍ମାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଆଣିଛନ୍ତି ।

ଏନେଇ ମୃତ ଚିତ୍ତରଞ୍ଜନଙ୍କ ପତ୍ନୀ କହିଛନ୍ତି ଯେ, " ମୋ ସ୍ବାମୀର ମୃତ୍ୟୁକୁ ୧୦ ମାସ ବିତିଯାଇଥିଲେ ସୁଦ୍ଧା ପ୍ରକୃତ ଦୋଷୀକୁ ଦଣ୍ଡ ମିଳିଲା ନାହିଁ । ଆମେ ଏବେ ସିବିଆଇ ତଦନ୍ତ ଚାହୁଁଛୁ । ସଞ୍ଜୟ ଦାସବର୍ମାଙ୍କୁ ଦାୟୀ କରୁଛି । ଏମାନେ ଖୋଲା ଆକାଶ ତଳେ ବୁଲୁଥିଲେ ମଧ୍ୟ ତାଙ୍କୁ ଧରାଯାଉନାହିଁ । ଏହା ଆମ ସାଙ୍ଗେ ହୋଇଛି ଆଉ କାହା ସହ ଯେମିତି ଏହା ନହେଉ । ମୁଁ ସଞ୍ଜୟ ଦାସବର୍ମାଙ୍କୁ ଏତିକି ଅନୁରୋଧ କରୁଛି ଯଦି ସେ ନିର୍ଦ୍ଦୋଷ ତାହାଲେ ଆମକୁ ସହଯୋଗ କରି ସିବିଆଇ ତଦନ୍ତ କରାନ୍ତୁ ।"

ଇଟିଭି ଭାରତ, ବ୍ରହ୍ମଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.