ETV Bharat / state

ପୁରୀରେ ପିଲା ଚୋର ରାକେଟ ସକ୍ରିୟ, ନାବାଳକ ଉଦ୍ଧାର

ପୁରୀରେ ସକ୍ରିୟ ପିଲା ଚୋର । ଛୋଟ ପିଲାଙ୍କୁ ଏକୁଟିଆ ଦେଖି ଚକଲେଟ୍‌ ପ୍ରଲୋଭନ ଦେଖାଇ କରୁଛନ୍ତି ଅପହରଣ । ଗୁରୁବାର ଜଣେ ନାବାଳକକୁ ପିଲା ଚୋର ଉଠାଇ ନେଉ ଥିବାବେଳେ ସୌଭାଗ୍ୟ ବସତଃ ପିଲାଟି ଖସି ଆସିଛି ।

author img

By

Published : Jan 22, 2021, 11:47 AM IST

ପୁରୀରେ ପିଲା ଚୋର ରାକେଟ ସକ୍ରିୟ,  ନାବାଳକ ଉଦ୍ଧାର
ପୁରୀରେ ପିଲା ଚୋର ରାକେଟ ସକ୍ରିୟ, ନାବାଳକ ଉଦ୍ଧାର

ପୁରୀ: ପୁରୀରେ ସକ୍ରିୟ ପିଲା ଚୋର । ଛୋଟ ପିଲାଙ୍କୁ ଏକୁଟିଆ ଦେଖି ଚକୋଲେଟ୍‌ ପ୍ରଲୋଭନ ଦେଖାଇ କରୁଛନ୍ତି ଅପହରଣ । ଗୁରୁବାର ଜଣେ ନାବାଳକକୁ ପିଲା ଚୋର ଉଠାଇ ନେଉ ଥିବାବେଳେ ସୌଭାଗ୍ୟବସତଃ ପିଲାଟି ଖସି ଆସିଛି । କୁମ୍ଭାର ପଡା ପୋଲିସ ନାବାଳକକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏହି ଘଟଣାକୁ ଏବେ ସହରରେ ଆତଙ୍କ ଖେଳି ଯାଇଛି ।

ପୋଲିସର ସୂଚନା ଅନୁଯାୟୀ ପୁରୀର ଲୋକନାଥ ରୋଡ଼ ପାର୍ବତୀ ପୁରର ବାସିନ୍ଦା ଉମାକାନ୍ତ ମାଣିଆଙ୍କ ପୁଅ ଆଶୁତୋଷ ମାଣିଆ ଘର ନିକଟରେ ଥିବା ଏକ ଦୋକାନକୁ ବିସ୍କୁଟ କିଣି ବାକୁ ଯାଇଥିଲେ । ଉକ୍ତ ଦୋକାନରେ ବିସ୍କୁଟ ନଥିବା ହେତୁ ଆଉ ଏକ ଜାଗାକୁ ଯାଉଥିବା ବେଳେ ଜଣେ ଅଜଣା ବ୍ୟକ୍ତି ଆଶୁତୋଷକୁ ଚକୋଲେଟ ଦେଇ କଥା ହେବା ସହ ଏକ ଗାଡିରେ ନେଇ ପଳାଇ ଥିଲା। ପରେ ଉକ୍ତ ଵ୍ୟକ୍ତି ଜଣଙ୍କ ନରେନ୍ଦ୍ରକୋଣ ନିକଟରେ ଗାଡି ରଖି ପରିସ୍ରା କରିବାକୁ ଯାଇ ଥିବାବେଳେ ପିଲାଟି ଗାଡି ଭିତରୁ ଦୌଡି ପାଖରେ ଥିବା ଜଣଙ୍କ ଘରେ ପଶି ଯାଇଥିଲା। ଆଉ ସେଠାରେ ଜୋର୍‌ରେ କାନ୍ଦିବାକୁ ଲାଗିଥିଲା । ପରେ ଉକ୍ତ ଵ୍ୟକ୍ତି କୁମ୍ଭାର ପଡା ପୋଲିସକୁ ଖବର ଦେବା ପରେ ପୋଲିସ ନାବାଳକକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ତେବେ ପୁରୀ ସହରରେ ପିଲାଚୋର ରାକେଟ ସକ୍ରିୟକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିବା ବେଳେ ପୋଲିସ ଏନେଇ ସ୍ବତନ୍ତ୍ର ଧ୍ୟାନ ଦେବାକୁ ଦାବି ହୋଇଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.