ETV Bharat / state

ଶ୍ରୀକ୍ଷେତ୍ରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ - puri rathayatra update

ବାତ୍ୟା ‘ୟସ’ ଟଳିବା ପରେ ଚଳଚଞ୍ଚଳ ହୋଇଛି ରଥଖଳା । ଖୁବ ଜୋରସୋରରେ ଚାଲିଛି ତୁମ୍ବ ନିର୍ମାଣ କାମ । ଆସନ୍ତା ଭଉଁରୀ ତିଥିରେ ହେବ ଚକ ଡେରା ନୀତି । ଅଧିକ ପଢନ୍ତୁ....

ଶ୍ରୀକ୍ଷେତ୍ରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ

author img

By

Published : May 28, 2021, 4:25 PM IST

Updated : May 28, 2021, 4:56 PM IST

ପୁରୀ: ବାତ୍ୟା ‘ୟସ’ ଟଳିବା ପରେ ଚଳଚଞ୍ଚଳ ହୋଇଛି ରଥଖଳା। ତିନି ରଥର ତୁମ୍ବବିନ୍ଧ ସହ ଅର ସାଲ କାମକୁ ଜୋରଦାର କରାଯାଇଛି। ଦୁଇଟି ଲେଖାଏଁ ତୁମ୍ବରେ ଅର ସଂଯୋଗ ପାଇଁ ପ୍ରତି ତୁମ୍ବ ପାଇଁ ୧୬ ଟି ଲେଖାଏଁ ୩୨ ଟି ଅରର ସାଲ କାମ ଶେଷ ହୋଇଛି। ତାଳଧ୍ବଜ ରଥର ୧୪ ଟି ତୁମ୍ବରୁ ୫ ଟି ତୁମ୍ବର ବିନ୍ଧ କାମ ଶେଷ ହୋଇଥିବା ବେଳେ ଆଉ ୯ ଟି ତୁମ୍ବର ବିନ୍ଧକାମ ଜାରି ରହିଛି।

ଶ୍ରୀକ୍ଷେତ୍ରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ

ସେହିପରି ୧୬ ଟି କୋଣଗୁଜ ମଧ୍ୟରୁ ଗୁଜ ଚଉପଟ ପରେ ସେଥିରେ ରୂପାକାର ସେବକମାନେ ସିଂହ ବିରାଳ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। ଦେବଦଳନ ରଥର ଅରପଟ୍ଟା ସାଇଜ ପରେ ତୁମ୍ବରେ ଅର ସଂଯୋଗ ପାଇଁ ଦୁଇଟି ତୁମ୍ବରେ ୧୬ ଯୋଡ଼ା ଅରସାଲ କାର୍ଯ୍ୟ ଶେଷ ହୋଇଛି । ୧୨ ଟି ତୁମ୍ବର ବିନ୍ଧ କାମ ଶେଷ ହୋଇଛି। ମୋଟ ୨୧ ଟି ଗୁଜ ପାଇଁ ଗୁଜକାଠ ଗୁଡ଼ିକର ଚଉପଟ କାର୍ଯ୍ୟ ଜାରୀ ରହିଛି। ନନ୍ଦିଘୋଷ ରଥର ୧୬ ଟିତୁମ୍ବରୁ ୮ ଟି ର ବିନ୍ଧ କାମ ଶେଷ ହୋଇଛି। ବାକି ୮ ଟିର ବିନ୍ଧ କାମ ଚାଲିଛି। ପାର୍ଶ୍ବ ଦେବାଦେବୀଙ୍କ ପାଇଁ ଦୁଇଟି ଯଳଯନ୍ତ୍ର ଚଉପଟ କାର୍ଯ୍ୟ ଶେଷ ହୋଇଛି।

ସେପଟେ ଓଝା ସେବକମାନେ ଦୋଳବେଦୀ କୋଣ କମାରଶାଳାରେ ତିନରଥ ପାଇଁ ଆବଶ୍ୟକ ୪୨ ତୁମ୍ବର ୪୨ ଯୋଡ଼ା ପନ୍ଦାରୀ ଓଅରକଣ୍ଟା ପ୍ରସ୍ତୁତି ଜାରି ରଖିଛନ୍ତି । ରଥନିର୍ମାଣରେ ସଂପୃକ୍ତ ଆଉ କୌଣସି ନୂଆ ସେବକ କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ପୂର୍ବରୁ ଆକ୍ରାନ୍ତ ସେବକଙ୍କ ଚିକିତ୍ସା ଚାଲିଛି । ପରମ୍ପରା ଅନୁଯାୟୀ ଆସନ୍ତା ଶ୍ରୀକ୍ଷେତ୍ର ଭଉଁରୀ ଦିନ 3 ରଥର ଦୁଇଟି ଲେଖାଏଁ ଚକ ହିସାବରେ ୬ଟି ଚକ ଅଖ ସଂଯୋଗ କରାଯାଇ ଡ଼େରାଯିବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 28, 2021, 4:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.