ETV Bharat / state

ପୁରୀରୁ 10 ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ

ପୁରୀରେ ଅବକାରୀ ବିଭାଗର ଚଢାଉ । ପ୍ରାୟ 100 ଗ୍ରାମ ବ୍ରାଉନସୁଗାର ଜବତ କରିଛି ଅବକାରୀ ଟିମ୍ ଯାହାର ଆନୁମାନିକ ମୁଲ୍ୟ 10 ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଘଟଣାରେ ଅବକାରୀ ଟିମ୍ 5 ଜଣଙ୍କୁ ଗିରଫ କରିଛି ।

brown-sugar-seize-in-puri
brown-sugar-seize-in-puri
author img

By

Published : Jan 14, 2020, 11:25 PM IST

ପୁରୀ: ନରେନ୍ଦ୍ର କୋଣ ବିଶେଶ୍ବର ଲେନରେ ଅବକାରୀର ବିଭାଗ ଚଢ଼ାଉ । ଏହି ସମୟରେ 100 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଟିମ୍। ଏଥି ସହିତ ବ୍ରାଉନ ସୁଗାର ବ୍ୟବସାୟ କରୁଥିବା ଅଭିଯୋଗରେ 5 ଜଣ ଯୁବକଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଅଭିଯୁକ୍ତଙ୍କ ଠାରୁ 3ଟି ବାଇକ ମଧ୍ୟ ଜବତ କରାଯାଇଛି। ଜବତ ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ପ୍ରାୟ 10 ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ଅବକାରୀ ବିଭାଗର ସୂଚନା ଅନୁଯାୟୀ ନରେନ୍ଦ୍ର କୋଣ ଅଞ୍ଚଳରେ କିଛି ଦିନ ହେବ କିଛି ଯୁବକ ବ୍ରାଉନସୁଗର ବ୍ୟବସାୟ କରୁଥିବା ଗୁଇନ୍ଦା ତଥ୍ୟରୁ ଜଣା ପଡିଥିଲା। ଏହି କ୍ରମରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ସୋମବାର ମଧ୍ୟ ରାତ୍ରିରେ ଚଢ଼ାଉ କରାଯାଇ ଥିଲା। ଆଗାମୀ ଦିନରେ ବ୍ରାଉନସୁଗର ବ୍ୟବସାୟୀଙ୍କୁ ଧରିବା ନେଇ ଏହି ସ୍ବତନ୍ତ୍ର ଟିମ ଚଢ଼ାଉ ଜାରି ରଖିବ ବୋଲି ପୁରୀ ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ପୁରୀ ସହର ଏବେ ବ୍ରାଉନସୁଗାର ବ୍ୟବସାୟୀଙ୍କ ପେଣ୍ଠସ୍ଥଳି ହେବାକୁ ନେଇ ବୁଦ୍ଧିଜୀବୀ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:10 ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତBody:ପୁରୀ ର ନରେନ୍ଦ୍ର କୋଣ ବିଶେଶ୍ୱର ଲେନ ରେ ଅବକାରୀ ବିଭାଗ ଚଢ଼ାଉ କରି 100 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏଥି ସହିତ ବ୍ରାଉନ ସୁଗାର ବ୍ୟବସାୟ କରୁଥିବା ଅଭିଯୋଗ ରେ 5 ଜଣ ଯୁବକ ଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଏଥି ସହିତ ଅଭିଯୁକ୍ତ ଙ୍କ ଠାରୁ 3 ଟି ବାଇକ ମଧ୍ୟ ଜବତ କରାଯାଇଛି। ଜବତ ବ୍ରାଉନ ସୁଗାର ମୂଲ୍ୟ 10 ଲକ୍ଷ ଟଙ୍କା ହେବ। ଅବକାରୀ ବିଭାଗ ର ସୂଚନା ଅନୁଯାୟୀ ନରେନ୍ଦ୍ର କୋଣ ଅଞ୍ଚଳରେ କିଛି ଦିନ ହେବ କିଛି ଯୁବକ ବ୍ରାଉନସୁଗର ବ୍ୟବସାୟ କରୁଥିବା ଗୁଇନ୍ଦା ତଥ୍ୟ ରୁ ଜଣା ପଡିଥିଲା। ଏହି କ୍ରମରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ସୋମ ବାର ମଧ୍ୟ ରାତ୍ରି ରେ ଚଢ଼ାଉ କରାଯାଇ ଥିଲା। ଆଗାମୀ ଦିନରେ ବ୍ରାଉନସୁଗର ବ୍ୟବସାୟୀ ଙ୍କୁ ଧରିବା ନେଇ ଏହି ସ୍ୱତନ୍ତ୍ର ଟିମ ଚଢ଼ାଉ ଜାରି ରଖିବ ବୋଲି ପୁରୀ ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ପୁରୀ ସହର ଏବେ ବ୍ରାଉନସୁଗର ବ୍ୟବସାୟୀ ଙ୍କ ପେଣ୍ଠ ସ୍ଥଳି ହେବାକୁ ନେଇ ବୁଦ୍ଧିଜୀବୀ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଛି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.