ବ୍ରହ୍ମଗିିରି : ଚୋର ଧରି ହରଡ଼ଘଣାରେ ପୋଲିସ । ବ୍ରହ୍ମଗିରି ଥାନା ପୋଲିସ ଗିରଫ କରିଥିବା ଅଭିଯୁକ୍ତ କୋରୋନା ପଜେଟିଭ ଚିହ୍ନଟ ହୋଇଛି । ତେବେ ଅଭିଯୁକ୍ତକୁ ଗିରଫ କରିଥିବା 14 ଜଣ ପୋଲିସ କର୍ମଚାରୀଙ୍କୁ ହୋମକ୍ବାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଅଭିଯୁକ୍ତଟି ସାତପଡ଼ା ଫାଣ୍ଡି ଅଞ୍ଚଳର ହୋଇଥିବା ହେତୁ ତାକୁ ସାତପଡ଼ା ଫାଣ୍ଡି ଓ ବ୍ରହ୍ମଗିରି ଥାନାରେ ରଖି ପଚରା ଉଚରା କରାଯାଇଥିଲା । 14 ଜଣ ପୋଲିସ କର୍ମଚାରୀଙ୍କ ସ୍ବାବ ଟେଷ୍ଟ ପାଇଁ ଯିବା ପରେ ରବିବାର ଦିନ ବ୍ରହ୍ମଗିରି ଥାନାକୁ ବିଶୋଧନ କରାଯାଇଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ