ପୁରୀ: କୋଣାର୍କ ଥାନା ଅନ୍ତର୍ଗତ କରମଙ୍ଗା ଗ୍ରାମର ସାମ୍ବାଦିକଙ୍କ ଘର ଉପରେ ବୋମାମାଡ଼ ଘଟଣାରେ 5 ଜଣଙ୍କୁ ପୋଲିସ ଗିରଫ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ ଘଟିଥିବା ପୋଲିସ ପ୍ରକାଶ କରିଛି ।
କୋଣାର୍କ ପୋଲିସ ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଅଚ୍ୟୁତପୁର ପଞ୍ଚାୟତର ସରପଞ୍ଚ ଭକ୍ତବଲ୍ଲବ ଦାସଙ୍କ ସମେତ ଧୀରଜ ସ୍ବାଇଁ, କୈଳାସ ପ୍ରଧାନ, ବାଦଲ ନାୟକ ଓ ଦିଲ୍ଲୀପ ନାୟକଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ତିନି ରାଉଣ୍ଡ ଗୁଳି ଓ ଗୋଟିଏ ବାଇକ ଜବତ କରାଯାଇଛି । ଏନେଇ ପୁରୀ ଅତିରିକ୍ତ ଏସପି ଅରୁଣ କୁମାର ଜେନା ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତ 23 ତାରିଖ ରାତିରେ କରମଙ୍ଗା ଗ୍ରାମର ସାମ୍ବାଦିକ ସଞ୍ଜୟ ପତିଙ୍କ ଘର ଉପରେ 3 ଜଣ ଯୁବକ ବୋମାମାଡ଼ କରି ଫେରାର ହୋଇ ଯାଇଥିଲେ । ଏପରିକି ଅଭିଯୁକ୍ତ ତିନି ଜଣ ରାସ୍ତାରେ ପୋଲିସ ପାଟ୍ରୋଲିଂ ଟିମ ହାବୁଡରେ ପଡ଼ିଥିଲେ ମଧ୍ୟ ପୋଲିସ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଫେରାର ହୋଇ ଯାଇଥିଲେ ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ