ETV Bharat / state

ଭିଜିଲାନ୍ସ ସ୍କାନରରେ ବଡ ମାଛ; ଗିରଫ ହେଲେ ଯନ୍ତ୍ରୀ, ହେପାଜତରେ କଲେଜ ଅଧୀକ୍ଷକ

author img

By ETV Bharat Odisha Team

Published : Nov 9, 2023, 10:34 PM IST

ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ସଂପତ୍ତି ଦେଖି ଭିଜିଲାନ୍ସର ଆଖି ଖୋସି ହୋଇଯାଇଛି। ବିଶ୍ବବନ୍ଧୁ ପାଣିଗ୍ରାହୀ ନିଜର ମୋଟ ଆୟ ଠାରୁ ୩୩୮ ପ୍ରତିଶତ ଅଧିକ ସମ୍ପତିର ଅଧିକାରୀ ହୋଇଥିବା ଭିଜିଲାନ୍ସ ବିଭାଗ ଦର୍ଶାଇଛି । ଅଧିକ ପଢନ୍ତୁ

ଭିଜିଲାନ୍ସ ସ୍କାନରରେ ବଡ ମାଛ, ଗିରଫ ହେଲେ ଯନ୍ତ୍ରୀ, ହେପାଜତରେ କଲେଜ ଅଧୀକ୍ଷକ

କଟକ/ପୁରୀ: ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର ଜନସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଠାରୁ ଭିଜିଲାନ୍ସ ମୁଖ୍ୟାଳୟରେ ଜେରାର ସମ୍ମୁଖୀନ ହେଉଥିବା ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କୁ ଆଜି ସନ୍ଧ୍ୟାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ସଂପତ୍ତି ଦେଖି ଭିଜିଲାନ୍ସର ଆଖି ଖୋସି ହୋଇଯାଇଛି। ବିଶ୍ବବନ୍ଧୁ ପାଣିଗ୍ରାହୀ ନିଜର ମୋଟ ଆୟ ଠାରୁ ୩୩୮ ପ୍ରତିଶତ ଅଧିକ ସମ୍ପତ୍ତିର ଅଧିକାରୀ ହୋଇଥିବା ଭିଜିଲାନ୍ସ ବିଭାଗ ଦର୍ଶାଇଛି । ଏହା ସହ ବିଶ୍ବବନ୍ଧୁ ପାଣିଗ୍ରାହୀଙ୍କ ଠାରୁ ମୋଟ ୪ କୋଟି ଟଙ୍କାର ବ୍ୟାଙ୍କ ଜମା, ତିନୋଟି କୋଠା, ୬ଟି ପ୍ଲଟ୍, ଭୁବନେଶ୍ବରରେ ଏକ ଫ୍ଲାଟ କିଣିବା ପାଇଁ ୩୯ ଲକ୍ଷ ଟଙ୍କା ଡିପୋଜିଟ କରିଥିବା କଥା ମଧ୍ୟ ଜାଣିବାକୁ ପାଇଛି ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୬ଟି ଟିମ୍‌ ଗତକାଲି ରାଜଧାନୀର ସରକାରୀ କାର୍ଯ୍ୟାଳୟ ସମେତ ଭଦ୍ରକ ସ୍ଥିତ ପୈତୃକ ଘର ଆଦି ୬ଟି ସ୍ଥାନରେ ଚଢ଼ଉ କରି ବିପୁଳ ସଂପତ୍ତି ଠାବ କରିଥିଲା। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତିଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା।

ଅଧିକ ପଢନ୍ତୁ- ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI, ୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ଅନ୍ୟପଟେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସ୍କାନରରେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା । ସୁଦର୍ଶନଙ୍କ ଅମାପ ସଂପତ୍ତି ଦେଖି ଚକିତ ହୋଇ ପଡିଛି ଭିଜିଲାନ୍ସ। ଜଣେ କଲେଜ ଅଧ୍ୟକ୍ଷଙ୍କ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଚକିତ ହେଇଛି। ସେ ପୂର୍ବରୁ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଥିଲେ। ବ୍ୟାପକ ଦୁର୍ନୀତି କରିଥିବା ନେଇ ଅଭିଯୋଗ ହୋଇଥିଲା।

ଭିଜିଲାନ୍ସ ସୂଚନା ଅନୁଯାୟୀ ଏଯାଏ ତାଙ୍କର ପୁରୀରେ ୧୬ଟି ପ୍ଲଟ ଥିବା ଜଣାପଡିଛି । ତାଙ୍କର ତିନୋଟି ବହୁମହଲାବିଶିଷ୍ଟ ଘର, ତିନୋଟି ଦାମୀ କାର ଓ ଗୋଟିଏ ବାଇକ ଜବତ କରିଛି ଭିଜିଲାନ୍ସ। ତିନୋଟି ଦାମୀ କାରର ମୂଲ୍ୟ ୩୨ ଲକ୍ଷ ଟଙ୍କା ହେବ । ତାଙ୍କ ନାମରେ ୫୦ ଲକ୍ଷ ଟଙ୍କାର ସ୍ଥାୟୀ ଜମା ରହିଛି। ଏହାଛଡ଼ା କେତେ ଟଙ୍କାର ବୀମା ଓ ଅନ୍ୟ ପୁଞ୍ଜି ବିନିଯୋଗ ରହିଛି ତାହା ଖୋଳତାଡ଼ କରୁଛି ଭିଜିଲାନ୍ସ। ଆଜି ସକାଳୁ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ବଲାଙ୍ଗୀର ଅଫିସ ଓ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରୁଛି। ପୁରୀ ଜିଲ୍ଲାରେ ଥିବା ୪ଟି ଘରେ ଭିଜିଲାନ୍ସ ଟିମ ଚଢ଼ଉ କରୁଛି। ସୁଦର୍ଶନ ବେହେରାଙ୍କ ସମ୍ବଲପୁର ସ୍ଥିତ ପତ୍ନୀଙ୍କ କ୍ବାର୍ଟର୍ସରେ ବି ଚଢ଼ଉ ଚାଲିଛି।

ଇଟିଭି ଭାରତ, କଟକ/ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.