ETV Bharat / state

Naba Das Murder Case: 'ପରଦା ପଛର ବଡ଼ ଲୋକଙ୍କୁ ସୁରକ୍ଷା ଦେବାକୁ ଆସିଛି ପଲିଗ୍ରାଫ ଟେଷ୍ଟ ରିପୋର୍ଟ' - ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ରିପୋର୍ଟ

ନବ ଦାସ ହତ୍ୟାକାଣ୍ଡ ଅଭିଯୁକ୍ତ ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିଛି । ତେବେ ଏହି ହତ୍ୟାକାଣ୍ଡ ପଛର ବଡ଼ ଲୋକଙ୍କୁ ସୁରକ୍ଷା ଦେବାପାଇଁ ଏହା ଏକ ନୂଆ ଥିଓରୀ ବୋଲି ଅଭିଯୋଗ କରିଛି ବିଜେପି । ଅଧିକ ପଢ଼ନ୍ତୁ

Naba Das Murder Case
Naba Das Murder Case
author img

By

Published : Jul 29, 2023, 9:47 PM IST

Naba Das Murder Case

ଭୁବନେଶ୍ବର: ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିବା ପରେ ତେଜିଛି ରାଜନୀତି । ଗୋପାଳର ପଲିଗ୍ରାଫ ଟେଷ୍ଟ ରିପୋର୍ଟ ସାମ୍ନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ନବ ଦାସ ହତ୍ୟାକାଣ୍ଡ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଓ ଏହା ପଛରେ ଥିବା ବଡ଼ ଲୋକମାନଙ୍କୁ ସୁରକ୍ଷା ଦେବାକୁ ଏଭଳି ମିଛ ଥିଓରୀ ସବୁ ଅଣାଯାଉଛି ବୋଲି କହିଛି ବିଜେପି ।

ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ ପ୍ରଶ୍ନ ଉଠାଇ କହିଛନ୍ତି, "ଯଦି ବାସ୍ତବରେ ଗୋପାଳକୁ ଭୟ ଥିଲା ଆଉ ମନୋଜ ବରିହା ଯଦି ତାକୁ କହିଥିଲା ନବ ଦାସ ରାଗିଛନ୍ତି ବୋଲି, ତେବେ ସେ ଏତେଦିନ ପରେ କାହିଁକି ଏମିତି କଲା ? ୨୦୧୦ର ଘଟଣାକୁ ନେଇ ୨୦୨୩ରେ ଗୋପାଳ ନବ ଦାସଙ୍କୁ ଗୁଳି ମାରିଲା । ୧୩ ବର୍ଷ ପରେ ପୁରୁଣା କଥାକୁ ମନେ ପକାଇ ଗୋପାଳ ଗୁଳି କରିଦେବା ହଜମ ହେଉନି । ଚାର୍ଜସିଟ୍‌ରେ ଯାହା ଲେଖା ଯାଇଛି ଯଦି ବାସ୍ତବରେ ସେମିତି ହୋଇଥାନ୍ତା, କ୍ରାଇମବ୍ରାଞ୍ଚ ଛାତିପିଟି ସାମ୍ବାଦିକ ସମ୍ମିଳନୀରେ କହିଥାନ୍ତା । କିନ୍ତୁ କ୍ରାଇମବ୍ରାଞ୍ଚ ବି ଜାଣିଛି ସତ୍ୟତା କଣ । ସେଥିପାଇଁ ଲୋକ ଓ ମିଡିଆଠାରୁ ବର୍ତ୍ତିବା ପାଇଁ ଏଭଳି ମିଛ ଥିଓରୀ ସବୁ ଅଣାଯାଉଛି । ଘଟଣା ପଛର ଖଳନାୟକମାନଙ୍କୁ ସୁରକ୍ଷା ଦେବାପାଇଁ କ୍ରାଇମବ୍ରାଞ୍ଚର ଏ ଚାର୍ଜସିଟ୍‌ ।"

ଏହା ମଧ୍ୟ ପଢ଼ନ୍ତୁ...Naba Das Murder Case: ସାମ୍ନାକୁ ଆସିଲା ପଲିଗ୍ରାଫ ଟେଷ୍ଟ ରିପୋର୍ଟ, ଗୋପାଳକୁ ଡରାଇଥିଲେ ମନୋଜ !

ସେ ଆହୁରି କହିଛନ୍ତି, "ନବ ଦାସଙ୍କ ହତ୍ୟାକାଣ୍ଡରେ ଗୁମର ଖୋଲୁଛି । କ୍ରାଇମବ୍ରାଞ୍ଚ ଉପରେ ସନ୍ଦେହ ବଢୁଛି । କାହାକୁ ଘଣ୍ଟ ଘୋଡାଇବାକୁ ଚାହୁଁଛନ୍ତି ସରକାର ତାହା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ନବ ଦାସ ହତ୍ୟାକାଣ୍ଡ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ । ଏହି ଘଟଣା ପଛରେ ବଡ଼ ଲୋକମାନଙ୍କର ହାତ ଅଛି । କ୍ରାଇମବ୍ରାଞ୍ଚ ତଦନ୍ତ ଗପ ସଦୃଶ । କ୍ରାଇମବ୍ରାଞ୍ଚ ଯେଉଁ ୫୪୭ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି, ଏଥିରେ ଦୋଷୀ ସାବ୍ୟସ୍ତ କଷ୍ଟକର । ଆମେ ମୂଳରୁ କହିଛୁ ଏହା ଏକ ପ୍ରାୟୋଜିତ ହତ୍ୟାକାଣ୍ଡ ।" କ୍ରାଇମବ୍ରାଞ୍ଚ ଏହାକୁ ଘୋଡାଇବା ପାଇଁ ଚେଷ୍ଟା କରୁଛି ବୋଲି ବିଜେପି କହିଛି । ସୂଚନାଯୋଗ୍ୟ, ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳର ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟ ଆସିଛି । ମନୋଜ ବରିହା ନାମକ ବ୍ୟକ୍ତି ନବ ଦାସଙ୍କ ଆଡ଼ୁ ଗୋପାଳର ଜୀବନ ପ୍ରତି ବିପଦ ଥିବା କହି ଗୋପାଳକୁ ଧମକାଇଥିଲେ । ତେବେ ତାଙ୍କୁ କାହିଁକି କ୍ରାଇମବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ ବୋଲି ବିଜେପି ପ୍ରଶ୍ନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.