ପୁରୀ: ମହାତ୍ମା ଗାନ୍ଧୀଙ୍କ ପୁରୀ ଆଗମନର ଶତବାର୍ଷିକୀ ସମାରୋହ ପାଳନ ବେଳେ ଅଭାବନୀୟ ଘଟଣା । ଷ୍ଟେସନ ନିକଟରେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ଉନ୍ମୋଚନ ସମୟରେ ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା ।
ସାଂସଦ ପିନାକୀ ମିଶ୍ର, ମନ୍ତ୍ରୀ ସମୀର ଦାସ ଓ ବିଧାୟକ ଜୟନ୍ତ ଷଡଙ୍ଗୀ ଚିତ୍ର ଉନ୍ମୋଚନ ପାଇଁ ଅପେକ୍ଷା କରିଥିବା ବେଳେ ମହେଶ୍ବର ମହାନ୍ତି ଓ ତାଙ୍କର ସହଯୋଗୀମାନେ ଉନ୍ମୋଚନ ସ୍ଥଳରେ ପହଞ୍ଚିଥିଲେ । ସେହି ସମୟରେ ଷ୍ଟେସନ ନିକଟରେ ଦୁଇଗୋଷ୍ଠୀ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଥିଲା ।
ଦୁଇ ଗୋଷ୍ଠୀ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି କିଛି ସମୟ ପର୍ଯ୍ୟନ୍ତ ଜାରି ରହିଥିଲା । ପରେ ବିଜେଡି ନେତୃଵୃନ୍ଦଙ୍କ ହସ୍ତକ୍ଷେପ ଯୋଗୁଁ ଉତ୍ତେଜନା ପ୍ରଶମିତ ହୋଇଥିଲା । ପରେ ଷ୍ଟେସନ ନିକଟରୁ ବାହିରିଥିବା ଶୋଭାଯାତ୍ରା ଶରଧାବାଲି ନିକଟରେ ପହଞ୍ଚିଥିଲା । ତେବେ ବିଜେଡିର କୌଣସି ଗୋଷ୍ଠୀ କନ୍ଦଳ ନୁହେ ବରଂ ଭିଡ଼ ଯୋଗୁଁ ଠେଲା ପେଲା ହୋଇଥିବା ବିଜେଡି ନେତା ପ୍ରକାଶ କରିଛନ୍ତି । ଅନ୍ୟପଟେ ଏହି ଘଟଣା ସାଧରଣରେ ଚର୍ଚ୍ଚାର ବିଷୟ ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ