ETV Bharat / state

ବିଜୁ ପଟ୍ଟନାୟକଙ୍କ 26ତମ ତିରୋଧାନ ଦିବସ, ବିକାଶ ଦିଗରେ କାର୍ଯ୍ୟ କରିବାକୁ ସଂକଳ୍ପ

ପୁରୀରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ବରପୁତ୍ର ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ ପାଳନ ହୋଇଯାଇଛି । ଅଧିକ ପଢ଼ନ୍ତୁ

bjd observes biju patnaik death anniversary
ବିଜୁ ପଟ୍ଟନାୟକଙ୍କ 26 ତମ ତିରୋଧାନ ଦିବସ ପାଳିତ
author img

By

Published : Apr 17, 2023, 9:39 PM IST

Updated : Apr 17, 2023, 10:01 PM IST

ବିଜୁ ପଟ୍ଟନାୟକଙ୍କ 26ତମ ତିରୋଧାନ ଦିବସ ପାଳିତ

ପୁରୀ: ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ ପାଳନ ହୋଇଯାଇଛି । ତାଙ୍କ ସ୍ମୃତିରେ ପୁରୀ ଜିଲ୍ଲା ବିଜୁ ଯୁବ ଜନତା ଦଳ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଜୁବାବୁଙ୍କ ତିରୋଧାନ ଦିବସରେ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ଦୀପଦାନ ଅନୁଷ୍ଠିତ ହୋଇଥିଲା । ପରେ ମେଡିକାଲ ଛକ ଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ସଫେଇ କାର୍ଯ୍ୟକ୍ରମ ସହ ୟୁଥ୍ ହଷ୍ଟେଲ ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବିଜୁ ଯୁବ ଜନତା ଦଳର ବହୁ ବରିଷ୍ଠ ନେତା, କର୍ମୀ ଓ ଅନେକ ଛାତ୍ରଛାତ୍ରୀ ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାନ କରିଥିଲେ ।

ସେପଟେ ପୁରୀ ଜିଲ୍ଲା ବିଜେଡ଼ି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ସ୍ମୃତି ଚାରଣ କରାଯାଇଥିଲା । ବିଜୁ ବାବୁ ସବୁବେଳେ ଲୋକଙ୍କ ସେବାରେ ଥିବାରୁ ଓଡ଼ିଶାବାସୀଙ୍କ ସେବାରେ ସର୍ବଦା ନିମଗ୍ନ ହେବାକୁ ଯୁବପିଢିଙ୍କୁ ଆହ୍ବାନ ଦେଇଥିଲେ ବରିଷ୍ଠ ବିଜେଡି ନେତା ତଥା ପୁରୀ ଜିଲ୍ଲା ବିଜେଡ଼ିର ସଭାପତି ମହେଶ୍ଵର ମହାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ମହାନ ଜନନାୟକ ବିଜୁ ପଟ୍ଟନାୟକ ଓଡ଼ିଶାର ବିକାଶ ଦିଗରେ ସବୁବେଳେ ଉଦ୍ୟମ ଜାରି ରଖିଥିଲେ । ନିଜ ରାଜ୍ୟ ଏବଂ ମାଟିକୁ ବେଶ୍ ଭଲ ପାଉଥିଲେ। ଏଣୁ ଆଜିର ଯୁବପିଢି ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ଅନୁସରଣ କରି ଓଡ଼ିଶାର ବିକାଶ ଦିଗରେ ସାମିଲ ହେବାନେଇ ଏକ ଶପଥ ପାଠ ମଧ୍ୟ ଅନୁଷ୍ଠିତ ହୋଇଛି ।"

ଏହି ପରିପ୍ରେକ୍ଷାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ବିଜେଡ଼ି ପକ୍ଷରୁ ସହରର ବିଭିନ୍ନ ପ୍ରମୁଖ ସ୍ଥାନରେ ଜଳଛତ୍ର କେନ୍ଦ୍ର ଖୋଲା ଯାଇଛି । ପରେ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟରେ ବିଜୁ ଯୁବ ଜନତା ଦଳ ରାଜ୍ୟ ଉପସଭାପତି ସୁନୀଲ ମହାନ୍ତିଙ୍କ ନେତୃତ୍ବରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତି ବିଶେଷଙ୍କ ସହ ବିଜେଡ଼ିର ନେତା, କର୍ମୀ, ଛାତ୍ରଛାତ୍ରୀମାନେ ଏହି ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାନ କରିଥିଲେ । ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ପୁରୀର ବିଜେଡି ନେତା ଓ କର୍ମୀମାନେ ବିଜୁ ବାବୁଙ୍କୁ ମନେ ପକାଇଥିଲେ । ତାଙ୍କ ଆହ୍ବାନକୁ ଗ୍ରହଣ କରି ଓଡ଼ିଶାର ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି ସଙ୍କଳ୍ପ ନେଇଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Apr 17, 2023, 10:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.