ETV Bharat / state

ବିଜୟ ସଂକଳ୍ପ ସମାବେଶ: ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ଶିବରାଜ

ରାଜ୍ୟ ସରକାର ବଦଳିବା ଦରକାର, ଫିର୍ ଏକ ବାର୍ ମୋଦି ସରକାର ଗଠନ କରିବା ନେଇ ନିମାପଡ଼ା ବ୍ଲକ ବଳଙ୍ଗା ଡେଲଟା ପଡିଆ ଠାରେ ବିଜୟ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି । ସମାବେଶରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂ ଚୌହାନ ଯୋଗ ଦେଇଥିଲେ । ଆଉ ବିଜେଡି ଓ କଂଗ୍ରେସ ସରକାର ଉପରେ ପ୍ରବଳ ବର୍ଷିଥିଲେ ।

author img

By

Published : Mar 27, 2019, 4:41 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ସାଧାରଣ ନିର୍ବାଚନ ପାଇଁ ନିମାପଡ଼ା ବ୍ଲକ ବଳଙ୍ଗା ଡେଲଟା ପଡିଆ ଠାରେ ବିଜୟ ସଂକଳ୍ପ ସଭା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ବଦଳିବା ଦରକାର, ଫିର୍ ଏକ ବାର୍ ମୋଦି ସରକାର ଗଠନ କରିବା ନେଇ ବିଜୟ ସଂକଳ୍ପ ସଭା ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସଂକଳ୍ପ ସମାବେଶରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂ ଚୌହାନ ଯୋଗ ଦେଇଥିଲେ ।

ଜୟ ଜଗନ୍ନାଥରୁ ନିଜ ଅଭିଭାଷଣ କରିଥିଲେ ଶିବରାଜ । ଏହା ସହ ବିଜେପିର ସମସ୍ତ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ କହିଥିଲେ। ଏହାସହ ପୁଲୱାମା ଆକ୍ରମଣରେ ସହିଦ ମନୋଦ ବେହେରା ଓ ପ୍ରସନ୍ନ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସିଧାସଳଖ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ କରିଥିଲେ । ବିଜେଡି ଓ କଂଗ୍ରେସ ଯବାନମାନଙ୍କୁ ଅପମାନ କରିଛି ବୋଲି ଶିବରାଜ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଏଥିସହିତ ସହିଦ ମନୋଜ ବେହେରାଙ୍କ ସମ୍ପର୍କୀୟଙ୍କୁ ବିଧାୟକ ଦେବାଶିଷ ସାମନ୍ତରାୟ ଦୁଃର୍ବ୍ୟବହାର ଘଟଣାକୁ ଜନତାକୁ ମନେ ପକାଇଥିଲେ । ଏଭଳି ଏକ ନିନ୍ଦନୀୟ ଘଟଣା ପରେ କେମିତି ନବୀନ ବାବୁ ଚୁପ ଅଛନ୍ତି ବୋଲି ପ୍ରଶ୍ନ ମଧ୍ୟ କରିଥିଲେ ଶିବରାଜ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଅପରପକ୍ଷେ କଂଗ୍ରେସ ସର୍ବଦା ପାକିସ୍ଥାନର କଥା କହୁଥିବା ଅଭିଯୋଗ ଆଣିଥିଲେ। କଂଗ୍ରେସ ସରକାର ସମୟରେ ମୁମ୍ୱାଇରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । କିନ୍ତୁ ସେ ସମୟରେ କଂଗ୍ରେସ ପକ୍ଷରୁ କୌଣସି କଡା ପଦକ୍ଷେପ ନିଆଯାଇନଥିଲା । ମାତ୍ର ପୁଲୱାମା ଆତଙ୍କି ଆକ୍ରମଣର 72 ଘଣ୍ଟା ଭିତରେ ମୋଦି ସରକାର ଜବାବ ଦେଇଥିଲା ବୋଲି କହିଥିଲେ ଶିବରାଜ । ଏହାଛଡା ଏୟାର ଷ୍ଟାଇକ ଉପରେ କଂଗ୍ରେସ ଯେଉଁ ଆରୋପ ଲଗାଇଥିଲା ସେ ନେଇ ମଧ୍ୟ କଡା ଜବାବ ରଖିଥିଲେ। ସେପଟେ ନବୀନ ସରକାରରେ ପିସି କାରବାର ହେଉଥିବା ବେଳେ ତାଙ୍କ ଗଡରେ ନାରୀ ସୁରକ୍ଷିତ ନୁହେଁ ବୋଲି ଅଭିଯୋଗ ଆଣିଛନ୍ତି ।

ବିଜୟ ସଂକଳ୍ପ ସମାବେଶରେ ନିମାପଡା ବିଧାୟିକା ପ୍ରାର୍ଥୀ ପ୍ରଭାତୀ ପରିଡା, ନିମାପଡାର ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ଓ ଜିଲ୍ଲା ବିଜେପି ସଭାପତି ପ୍ରଭଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

RESTRICTIONS: SNTV clients only. Use on broadcast and digital channels, including social. Available worldwide. Use within 14 days. All usage subject to rights licensed in contract. For any questions regarding rights restrictions please contact planning@sntv.com.
SHOTLIST: Paris, France. 26th March 2019.
+++ TO FOLLOW +++
1. 00:00
2.
3.
4.
5.
6.
7.
8.
9.
10.
SOURCE: SNTV
DURATION: 06:42
STORYLINE:
Paris Saint-Germain trained on Tuesday ahead of the second leg of their UEFA Women's Champions League quarter-final against English side Chelsea.
The French have much ground to make up after losing 2-0 in the opening leg, and will be hoping that home support at the 20,000-capacity Stade Jean Bouin will count in their favour.
Twice runners-up - in 2015 and 2017 - PSG are aiming to go one better this season, while Chelsea are looking to become the first English club to reach the final in more than a decade.
The winners of the tie will play either German club Wolfsburg or three-time defending champions Lyon, who lie two points ahead of PSG at the top of Division One.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.