ETV Bharat / state

ଭାଦ୍ରବ କୃଷ୍ଣ ଦଶମୀରେ ତ୍ରିବିଗ୍ରହଙ୍କର ବନଭୋଜି ବେଶ

author img

By

Published : Aug 14, 2020, 9:38 AM IST

ଭାଦ୍ରବ କୃଷ୍ଣ ଦଶମୀ ତିଥି ଅବସରରେ ଶ୍ରୀମନ୍ଦିରରେ ଆୟୋଜିତ ହୋଇଛି ମହାପ୍ରଭୁଙ୍କ ବନଭୋଜି ବେଶ । ଏଥିସହ ଶ୍ରୀମନ୍ଦିରରେ ଶୁକ୍ରବାର କୋଳିବିକା ନୀତି, ବକାସୁର ବଧ ଓ ଅର୍ଘାସୁର ବଧ ପାଳିତ ହେବା ନେଇ ସୂଚନା ରହିଛି । ଅଧିକ ପଢନ୍ତୁ...

rituals in puri srimandira, puri latest news, banabhoji besa of lord jagannath, rituals of holy trinity, banabhoji besa in srimandir, ଶ୍ରୀମନ୍ଦିର ନୀତିକାନ୍ତି, ପୁରୀ ଲାଟେଷ୍ଟ ନ୍ୟୁଜ୍‌, ଶ୍ରୀଜଗନ୍ନାଥଙ୍କ ବନବୋଜି ବେଶ, ତ୍ରିବିଗ୍ରହଙ୍କ ନୀତିକାନ୍ତି, ଶ୍ରୀମନ୍ଦିରରେ ବନଭୋଜି ବେଶ
ଭାଦ୍ରବ କୃଷ୍ଣ ଦଶମୀରେ ତ୍ରିବିଗ୍ରହଙ୍କର ବନଭୋଜି ବେଶ

ପୁରୀ: ଭାଦ୍ରବ କୃଷ୍ଣ ଦଶମୀ ତିଥି ଅବସରରେ ଶ୍ରୀମନ୍ଦିରରେ ଆୟୋଜିତ ହୋଇଛି ମହାପ୍ରଭୁଙ୍କ ବନଭୋଜି ବେଶ । ଏଥିସହ ଶ୍ରୀମନ୍ଦିରରେ ଶୁକ୍ରବାର କୋଳିବିକା ନୀତି, ବକାସୁର ବଧ ଓ ଅର୍ଘାସୁର ବଧ ପାଳିତ ହେବା ନେଇ ସୂଚନା ରହିଛି । ବିଧି ମୁତାବକ ପ୍ରଥମେ ମଧ୍ୟାହ୍ନ ଧୂପ ସମାପନ ହେବା ପରେ ଦୁଇ ଚଳନ୍ତି ପ୍ରତିମା ରାମ କୃଷ୍ଣ ସିଂହାସନକୁ ବିଜେ କରନ୍ତି । ଏହାପରେ ପୂଜା ପଣ୍ଡା ଶ୍ରୀବଳଭଦ୍ରଙ୍କ ବାଡରୁ ରାମଙ୍କୁ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡରୁ କୃଷ୍ଣଙ୍କୁ ଆଜ୍ଞା ମାଳ ଦେବେ ।

ଏହି ନୀତି ସମ୍ପର୍ଣ୍ଣ ପରେ ଦୁଇ ପ୍ରତିମାଙ୍କୁ ବିମାନରେ ବସାଇ ସିଂହଦ୍ବାର ଦେଇ ବଡଛତା ମଠ ପାର୍ଶ୍ବରେ ଥିବା ଏକ କାଠ ସିଂହାସନରେ ବିଜେ କରନ୍ତି । ଲେଙ୍କା ସେବକ ଶବରୁଣୀ ବେଶ ହୋଇ ଗୁଆକୋଲି ଓ ନଡିଆ ପାତି ମିଶାଇ ଏକ ବାଉଁଶିଆରେ ଧରି ଆସି ସେଠାରେ ଡାକ ପକାଇଥାଏ । ଡାକ ଶୁଣି ଭିତରଚ୍ଛ ମହାପାତ୍ର ଶବରୁଣୀଙ୍କଠାରୁ କୋଳି ଆଣି ମହାପ୍ରଭୁଙ୍କୁ ସମର୍ପଣ କରି ମଣୋହି କରିଥାଆନ୍ତି । ଏଥିସହ ପୂଜା ପଣ୍ଡା ସେଠାରେ ଶୀତଳ ଭୋଗ ଓ ଭିତରଚ୍ଛ ମହାପାତ୍ର ବନ୍ଦାପନା କରିଥାଆନ୍ତି ।

ବନ୍ଦାପନା ଅନ୍ତେ ସନ୍ଧ୍ୟାଧୂପ ପରେ ତ୍ରିବିଗ୍ରହଙ୍କୁ ବଣଭୋଜି ବେଶରେ ସଜ୍ଜିତ କରାଯାଏ । ଏହି ବେଶରେ ଠାକୁରମାନେ ଶ୍ରୀଭୂଜରେ ଶିକାର ରୂପା ପିଙ୍ଗଣରେ ସର ଧରନ୍ତି, ଅନ୍ୟ ହସ୍ତରେ ନଉଡି ଧରନ୍ତି । ଏହି ବନଭୋଜି ବେଶରେ ଠାକୁରମାନଙ୍କୁ ପ୍ରାୟ 18 ପ୍ରକାର ସ୍ବର୍ଣ୍ଣ ଅଳଙ୍କାରରେ ବିମଣ୍ଡିତ କରାଯାଇଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.