ETV Bharat / state

ବଡଦାଣ୍ଡ ମହୋତ୍ସବ: ଗୋଟିପୁଅ ନୃତ୍ୟ ଓ ଚିତ୍ରାଙ୍କନରେ ଝଲକିଲା ଶ୍ରୀକ୍ଷେତ୍ର

ଲୋକଙ୍କ ମନରେ ଭକ୍ତି ଓ ଭାବନାକୁ ଜାଗ୍ରତ କରିବାକୁ ପୁରୀ ଜିଲ୍ଲାପାଳଙ୍କ ନିଆରା ପ୍ରୟାସ । ପ୍ରତି ରବିବାରରେ ବଡଦାଣ୍ଡରେ ଆୟୋଜନ ହେଉଛି ବଡଦାଣ୍ଡ ମହୋତ୍ସବ । ଗତ ରବିବାର ଏହାର ଶୁଭାରମ୍ଭ ହୋଇଥିବାବେଳେ ଏହା ଦ୍ବିତୀୟ ରବିବାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jul 28, 2019, 1:02 PM IST

ପୁରୀ: ବଡଦାଣ୍ଡ ମହୋତ୍ସବକୁ ନେଇ କମ୍ପିଲା ବଡଦାଣ୍ଡ । ଶହ ଶହ ସଂଖ୍ୟାରେ ସାମିଲ ହୋଇଛନ୍ତି ଶ୍ରଦ୍ଧାଳୁ । ଭଜନ କୀର୍ତ୍ତନ, ଝୋଟି ଓ ଚିତ୍ରାଙ୍କନରେ ଝଲସୁଛି ବଡଦାଣ୍ଡ । ବିଭିନ୍ନ ଲୋକ ନୃତ୍ୟ ମଧ୍ୟ ପରିବେଷଣ ହୋଇଛି । ତେବେ ଲୋକଙ୍କ ମଧ୍ୟରେ ଭକ୍ତି ଓ ସମର୍ପଣ ଭାବନା ଜାଗ୍ରତ କରିବାକୁ ଏଭଳି ପ୍ରୟାସ କରିଛି ଜିଲ୍ଲା ପ୍ରଶାସନ ।

ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବଡ଼ଦାଣ୍ଡ ସମସ୍ତଙ୍କ ମନ ମୋହି ନେଇଛି । ପ୍ରତି ରବିବାର ସକାଳ 6ଟାରୁ 8ଟା ପର୍ଯ୍ୟନ୍ତ 2ଘଣ୍ଟା ଧରି ପୁରୀରେ ଅନୁଷ୍ଠିତ ହେଉଛି ବଡଦାଣ୍ଡ ମହୋତ୍ସବ । ଗତ ରବିବାର ଏହାର ପ୍ରଥମ ଶୁଭାରମ୍ଭ ହୋଇଥିବାରୁ ଏହା ଦ୍ବିତୀୟ ରବିବାର । ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ ବଜାୟ ରଖିବାକୁ ଶ୍ରୀମନ୍ଦିର ଚତୁର୍ଥପାର୍ଶ୍ବରେ ଏହି ପ୍ରୟାସ ଆରମ୍ଭ ହୋଇଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀର ସାହିଯାତ, ଓଡ଼ିଶୀ, ଗୋଟିପୁଅ ନୃତ୍ୟର ଝଲକ୍ ଏହି ମହୋତ୍ସବରେ ସ୍ଥାନ ଦିଆଯାଇଥିଲା । ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକଙ୍କ ସହ ଆଲୋଚନା କରି କାର୍ଯ୍ୟକ୍ରମର ନିର୍ଦ୍ଦିଷ୍ଟ ନାମ କରଣ କରାଯିବ ।

ସେହିପରି ପ୍ରତିଦିନ ସକାଳେ ସିଂହଦ୍ବାର ନିକଟରେ ଭଜନ କୀର୍ତ୍ତନ ସହ ଭକ୍ତମାନେ କିଭଳି ପ୍ରାର୍ଥନା ସହ ମହାପ୍ରଭୁଙ୍କ ଆରାଧନା କରିପାରିବେ ସେ ନେଇ ଖୁବ ଶୀଘ୍ର ବ୍ୟବସ୍ଥା ହେବ ବୋଲି ପୁରୀ ଜିଲାପାଳ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବଡଦାଣ୍ଡ ମହୋତ୍ସବ କୁ ନେଇ କମ୍ପିଲା ବଡ଼ ଦାଣ୍ଡ। ଶହ ଶହ ସଂଖ୍ୟା ରେ ସାମିଲ ହେଲେ ଶ୍ରଦ୍ଧାଳୁ।Body: ପୁରୀରେ ଅନୁଷ୍ଠିତ ହୋଇ ଯାଇଛି ବଡ଼ଦାଣ୍ଡ ମହୋତ୍ସବ । ଭଜନ ସଂକିର୍ତନ, ଝୋଟି ଓ ଚିତ୍ରାଙ୍କନରେ ଝଲସି ଥିଲା ବଡ଼ଦାଣ୍ଡ । ବିଭିନ୍ନ ଲୋକ ନୃତ୍ୟ ମଧ୍ୟ ପରିବେଷଣ ହୋଇ ଥିଲା। ସମସ୍ତଙ୍କ ମନରେ ଭକ୍ତି ଓ ସମର୍ପଣ ଭାବନା ଜାଗ୍ରତ କରିବାକୁ ଏମିତି କିଛି ପ୍ରୟାସ କରିଥିଲା ପୁରୀ ଜିଲ୍ଲା ପ୍ରଶାସନ । ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ବଡ଼ଦାଣ୍ଡ ର ଏହି ଦୃଶ୍ୟ ସମସ୍ତଙ୍କର ମନ ମୋହିନେଇଥିଲା ।
ପ୍ରତ୍ୟେକ ରବିବାର ସକାଳ 6 ଟା ରୁ 8 ଟା ପୁରୀରେ ଅନୁଷ୍ଠିତ ହେଉଛି ବଡ଼ଦାଣ୍ଡ ମହୋତ୍ସବ । ଗତ ରବିବାର ଏହାର ପ୍ରଥମ ଶୁଭାରମ୍ଭ ହୋଇ ଥିବା ବେଳେ ଆଜି ଥିଲା ଦ୍ୱିତୀୟ ରବିବାର ।ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ ବଜାୟ ରଖିବାକୁ ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ଏହି ପ୍ରୟାସ ଆରମ୍ଭ ହୋଇଛି । ପୁରୀର ସାହିଯାତ, ଓଡ଼ିଶୀ , ଗୋଟିପୁଅ ନୃତ୍ୟର ଝଲକ୍ ଏହି ମହୋତ୍ସବରେ ସ୍ଥାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସବୁ ବର୍ଗର ଲୋକ ସାମିଲ ହୋଇ ମଜା ନେଇଥିଲେ । ତେବେ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ର ନାମ ନିର୍ଦ୍ଦିଷ୍ଟ ଭାବେ ରଖାଯିବ। ଏନେଇ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଙ୍କ ସହ ଆଲୋଚନା କରି ଏହି ନିସ୍ପତି ନିଆଯିବ। ସେହିପରି ପ୍ରତିଦିନ ସକାଳେ ସିଂହ ଦ୍ୱାର ନିକଟରେ ଭଜନ କୀର୍ତ୍ତନ ସହ ଭକ୍ତ ମାନେ କୀଭଳି ପ୍ରାର୍ଥନା ସହ ମହାପ୍ରଭୁଙ୍କ ଆରାଧନା କରିପାରିବେ ସେ ନେଇ ଖୁବ ଶୀଘ୍ର ବ୍ୟବସ୍ଥା ହେବ ବୋଲି ପୁରୀ ଜିଲାପାଳ କହିଛନ୍ତି।

ବାଇଟ1,, ବଲବନ୍ତ ସିଂ, ପୁରୀ ଜିଲାପାଳConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ଭିଯୁଆଲ ବାଇଟ ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.