ETV Bharat / state

ମନ୍ଦିର ଭିତରେ ବାନ୍ତି କରିଦେଲେ ଭକ୍ତ, ମହାପ୍ରଭୁଙ୍କ ହେଲା ବଡ଼ ମହାସ୍ନାନ - ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି

ଜଣେ ଭକ୍ତ ମନ୍ଦିର ପରିସରରେ ବାନ୍ତି କରିଦେବାରୁ ମହାପ୍ରଭୁଙ୍କର ବଡ ମହାସ୍ନାନ ନୀତି ହୋଇଛି । ତେଣୁ ସାଧାରଣ ଦର୍ଶନକୁ କିଛି ସମୟ ପାଇଁ ବନ୍ଦ ରଖାଯାଇଛି । ଅଧିକ ପଢନ୍ତୁ

ବଡ଼ ମହାସ୍ନାନ ନୀତି
ବଡ଼ ମହାସ୍ନାନ ନୀତି
author img

By

Published : Nov 19, 2022, 10:04 AM IST

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି । ଜଣେ ଭକ୍ତ ମନ୍ଦିର ପରିସରରେ ବାନ୍ତି କରିଦେବାରୁ ମହାପ୍ରଭୁଙ୍କ ମହାସ୍ନାନ ନୀତି ହୋଇଛି । ଆଜି ସକାଳ ପ୍ରାୟ 7ଟା ସମୟରେ ଜଣ ଭକ୍ତ ଭିତର କାଠ ନିକଟରେ ବାନ୍ତି କରିଦେଇଥିବାରୁ ମହାସ୍ନାନ କରାଯାଇଛି । ତେଣୁ ସାଧାରଣ ଦର୍ଶନକୁ କିଛି ସମୟ ପାଇଁ ବନ୍ଦ ରଖାଯାଇଛି ।

ସୂଚନାଅନୁସାରେ, ଆଜି ଜଣେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଭିତର କାଠ ନିକଟରେ ବାନ୍ତି କରିଦେଇଥିଲେ । ଫଳରେ ମହାପ୍ରଭୁଙ୍କର ବଡସ୍ନାନ ନୀତି କରାଯିବା ସହ ସାଧାରଣ ଦର୍ଶନକୁ କିଛି ସମୟ ପାଇଁ ବନ୍ଦ ରଖାଯାଇଛି । ଉକ୍ତ ସ୍ଥାନ ଧୋଇବା ଚୂନ ପଡିବା ପରେ ପୁଣି ଦର୍ଶନ ସ୍ୱାଭାବିକ ହେବ ବୋଲି ସୂଚନା ରହିଛି । ପ୍ରତିଦିନ ଜଗନ୍ନାଥଙ୍କ ସ୍ନାନ ନୀତି ହେଉଥିବା ବେଳେ କିଛି ଅଘଟଣ ଘଟିଲେ ବା ବିଶେଷ ନୀତି ହେଲେ ମହାସ୍ନାନ ହୁଏ । ଆଜି ମାର୍ଗଶୀର କୃଷ୍ଣ ଦଶମୀ ତିଥିରର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ ପ୍ରବଳ ଭିଡ ରହିଛି । ଶ୍ରୀଜିଉଙ୍କ ପଇତା ଲାଗନୀତି ଯୋଗୁଁ ଅପରାହ୍ନରେ ୪ଘଣ୍ଟା ସାଧାରଣ ଦର୍ଶନ ବନ୍ଦହେବାକୁ ଥିବାରୁ ସକାଳୁ ଦର୍ଶନ ପାଇଁ ଅଧିକା ଭିଡ଼ ପରିଲକ୍ଷିତ ହେଉଛି ।

ଏହା ମଧ୍ୟ ପଢନ୍ତୁ: ଆଜି ଶ୍ରୀଜିଉଙ୍କ ପଇତା ଲାଗି ନୀତି, 4 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ମାର୍ଚ୍ଚ 8 ତାରିଖ ଦିନ ସମାନ ଘଟଣା ଘଟିଥିଲା । ଭିତରକାଠ ନିକଟରେ ଭକ୍ତ ଜଣଙ୍କ ବାନ୍ତି କରିଦେବାରୁ ମହାପ୍ରଭୁଙ୍କ ମହାସ୍ନାନ ନୀତି କରାଯାଇଥିଲା । ଅବକାଶ ନୀତି ପରେ ଭିତରକାଠ ନିକଟରୁ ଦର୍ଶନ କରାଯାଉଥିଲା ସେହି ସମୟରେ ଜଣେ ଭକ୍ତ ବାନ୍ତି କରିଦେଇଥିଲେ । ଫଳରେ ଦର୍ଶନ ବନ୍ଦ କରାଯାଇ ମହାସ୍ନାନ ନୀତି ପରେ ଦର୍ଶନ ଆରମ୍ଭ ହୋଇଥିଲା।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.