ETV Bharat / state

Malyagiri: ପରଦାକୁ ଆସିଲା ଓଡ଼ିଆ ଫିଲ୍ମ ମାଲ୍ୟଗିରି, ଫିଲ୍ମର ସଫଳତା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ପୁରା ଟିମ୍ - ବାବୁସାନ ମହାନ୍ତି ଏବଂ ଅମ୍ଲାନ ଦାସଙ୍କ ଫିଲ୍ମ ମାଲ୍ୟଗିରି

ଦଶହରାରେ ଓଡ଼ିଆ ଦର୍ଶକଙ୍କୁ ନୂଆ ଭେଟି । ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଓଡ଼ିଆ ଫିଲ୍ମ 'ମାଲ୍ୟଗିରି' । ତେବେ ଫିଲ୍ମର ସଫଳତା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ସହ ସମୂହ ଦୀପ ଦାନ କରିଛନ୍ତି ଫିଲ୍ମର ପୁରା ଟିମ୍ । ଅଧିକ ପଢ଼ନ୍ତୁ

ପରଦାକୁ ଆସିଲା ଓଡ଼ିଆ ଫିଲ୍ମ ମାଲ୍ୟଗିରି, ଫିଲ୍ମର ସଫଳତା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ପୁରା ଟିମ୍

author img

By ETV Bharat Odisha Team

Published : Oct 19, 2023, 1:04 PM IST

ଫିଲ୍ମର ସଫଳତା ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ମାଲ୍ୟଗିରି ଟିମ୍

ପୁରୀ: ଦଶହରାରେ ଓଡ଼ିଆ ଦର୍ଶକଙ୍କୁ ନୂଆ ଭେଟି । ଓଲିଉଡ୍‌ ଅଭିନେତା ବାବୁସାନ ମହାନ୍ତି ଏବଂ ଅମ୍ଲାନ୍‌ ଦାସ ଷ୍ଟାରର ବହୁ ପ୍ରତୀକ୍ଷିତ ଫିଲ୍ମ 'ମାଲ୍ୟଗିରି' ଆଜି ରିଲିଜ୍ ହୋଇଛି । ତେବେ ଫିଲ୍ମର ସଫଳତା ପାଇଁ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଛନ୍ତି ଫିଲ୍ମର ପୁରା ଟିମ୍ । ଏଥିସହ ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପ ଦାନ ସହ ଫିଲ୍ମର ସଫଳତା କାମନା ମଧ୍ୟ କରିଛନ୍ତି ।

ଅକ୍ଟୋବର ୧୯ ଅର୍ଥାତ୍ ଆଜି ପରଦାରେ ରିଲିଜ ହୋଇଛି ଓଡ଼ିଆ ଫିଲ୍ମ 'ମାଲ୍ୟଗିରି' । ତେବେ ରିଲିଜ ପୂର୍ବରୁ ଫିଲ୍ମର ସମସ୍ତ କାଷ୍ଟ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଫିଲ୍ମର ସଫଳତା ପାଇଁ ଆଶୀର୍ବାଦ ନେଇଛନ୍ତି । ଏହି ସମୟରେ ଓଲିଉଡ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଏବଂ ଅଭିନେତା ବାବୁଶାନ୍ ମହାନ୍ତି ଏବଂ ଅମ୍ଲାନ ଦାସଙ୍କ ସମେତ ଅନ୍ୟ ସଦସ୍ୟମାନେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ଏଥିସହ ଶ୍ରୀମନ୍ଦିର ସିଂହଦ୍ଵାରଠାରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦୀପଦାନ ମଧ୍ୟ କରିଛନ୍ତି । ବାବୁସାନ୍‌ ମହାନ୍ତିଙ୍କ ସହ ଏଠାରେ ତାଙ୍କ ମା' ତଥା ଅପରାଜିତା ମହାନ୍ତି ଏବଂ ସ୍ତ୍ରୀ ତୃପ୍ତି, ପୁଅ ମଧ୍ୟ ନଜର ଆସିଥିଲେ ।

ଆଇ ମା' ଗପକୁ ନେଇ ଏହି ଫିଲ୍ମ ତିଆରି ହୋଇଥିବା ବେଳେ ଏଥିରେ ଲଭ୍ ଷ୍ଟୋରି ସହ ଆକ୍ସନ ମଧ୍ୟ ରହିଛି । ଦଶହରାରେ ଦର୍ଶକ ମାନଙ୍କ ପାଇଁ ଏହି ଫିଲ୍ମ ରିଲିଜ ହେବାକୁ ଯାଉଥିବା ବେଳେ ଫିଲ୍ମ ଲୋକଙ୍କ ମନକୁ ଛୁଇଁବା ସହ ମନୋରଞ୍ଜନ କରିବ ବୋଲି ଆଶା ରଖିଛନ୍ତି ବାବୁସାନ । ସେପଟେ ପୁରୀରେ ଗୋଟିଏ ହେଲେ ବି ସିନେମା ହଲ୍ ନଥିବାରୁ ଲୋକେ ଓଡ଼ିଆ ଫିଲ୍ମ ଦେଖିବାରୁ ବଞ୍ଚିତ ଥିବାରୁ ଖୁବଶୀଘ୍ର ଏଠାରେ ଏକ ସିନେମା ହଲ୍ ନିର୍ମାଣ କରାଯାଉ ବୋଲି ଅନୁରୋଧ କରିଛନ୍ତି ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି ଓ ବାବୁଶାନ୍। ସେହିପରି ଜାତିୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ପ୍ରତୀକ୍ଷା ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବାବୁଶାନ୍ । ଏହିଭଳି ମୌଳିକ ସିନେମା ଦ୍ବାରା ଓଡ଼ିଆ ଫିଲ୍ମ ଆହୁରି ସମୃଦ୍ଧ ହେବ ବୋଲି ବାବୁଶାନ୍ ଆଶା ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆସିଲା ଦମଦାର ଟିଜର, ଏକାଠି ନଜର ଆସିଲେ ବାବୁସାନ ଏବଂ ଅମ୍ଲାନ

ମାଲ୍ୟଗିରି ଫିଲ୍ମ ବିଷୟରେ କହିବାକୁ ଗଲେ, ଫିଲ୍ମରେ ଓଲିଉଡ଼ ଅଭିନେତା ବାବୁଶାନ୍, ଅମ୍ଲାନ, ଅଭିନେତ୍ରୀ ଶିବାନୀ ସଙ୍ଗୀତା, ଏଲିନା ସାମନ୍ତରାୟ, ସୂର୍ଯ୍ୟମୟୀ ମହାପାତ୍ର ଏହି ଫିଲ୍ମରେ ଅଭିନୟ କରିଛନ୍ତି । ରେନଡ୍ରପ୍‌ ପିକ୍ଚର୍ସ ଏବଂ କିଭସ ଏଣ୍ଟରଟେନମେଣ୍ଟ୍‌ ପକ୍ଷରୁ ଏହି ଫିଲ୍ମକୁ ପ୍ରସ୍ତୁତ କରାଯାଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପୃଥ୍ବୀରାଜ ପଟ୍ଟନାୟକ । ଫିଲ୍ମର ପ୍ରଯୋଜକ ଅଛନ୍ତି ରିଙ୍କୁରିନୁ ଜେନା ଏବଂ ସହ ପ୍ରଯୋଜକ ଅଛନ୍ତି ପ୍ରଣତି ଗୋଚ୍ଛାୟତ ଏବଂ ବାବୁସାନ୍‌ ମହାନ୍ତି । ଫିଲ୍ମରେ ମୁଖ୍ୟ ଅଭିନେତା ଭାବେ ବାବୁସାନଙ୍କୁ ଦେଖିବାକୁ ମିଳିଥିବା ବେଳେ ତାଙ୍କ ବିପକ୍ଷରେ ଅଭିନେତ୍ରୀ ଶିବାନୀ ସଙ୍ଗୀତା ନଜର ଆସିବେ । ଏଥିସହ ଅଭିନେତା ଅମ୍ଲାନ ଦାସ ଏବଂ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ଅନ୍ୟତମ ନାୟକ ଏବଂ ନାୟିକା ଭାବେ ଫିଲ୍ମରେ ଦେଖିବାକୁ ମିଳିବ । ତେବେ ପ୍ରଥମ ଥର ପାଇଁ ବାବୁସାନ ଏବଂ ଅମ୍ଲାନ ଏହି ଫିଲ୍ମ ସହ ଏକାଠି ନଜର ଆସିବେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.