ETV Bharat / state

ସର୍ବୋତ୍ତମ ସ୍ବଚ୍ଛ ଧାମ ହେବ ପୁରୀ

ପୁରୀ ସହରକୁ ସ୍ବଚ୍ଛ ସହର କରିବାକୁ ଅଣ୍ଟା ଭିଡିଛି ପ୍ରଶାସନ । ସଫେଇ ଅଭିଯାନ ନିମନ୍ତେ ଲୋକଙ୍କୁ ସଚେତନ କରିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ଅଧିକ ପଢନ୍ତୁ...

author img

By

Published : Jan 25, 2021, 7:03 AM IST

ସର୍ବୋତ୍ତମ ସଫେଇ ଧାମ ହେବ ଜଗନ୍ନାଥ ଧାମ
ସର୍ବୋତ୍ତମ ସଫେଇ ଧାମ ହେବ ଜଗନ୍ନାଥ ଧାମ

ପୁରୀ: ଜଗନ୍ନାଥ ଧାମ ହେବ ସର୍ବୋତ୍ତମ ସଫେଇ ଧାମ । ଏ ନେଇ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ । ସଫେଇ ଅଭିଯାନ ନିମନ୍ତେ ଲୋକଙ୍କୁ ସଚେତନ କରିବା ସହିତ ସଧାରଣ ବ୍ୟକ୍ତି ଓ ସ୍ଥାନୀୟ ବ୍ୟକ୍ତିଙ୍କ ସହଯୋଗ ରହିଲେ ପୁରୀ ଏକ ସ୍ବଚ୍ଛ ସହର ଭାବରେ ପରିଗଣିତ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

ନୀଳାଦ୍ରୀ ବେଳାଭୂମିରେ ବିଭିନ୍ନ ସାହିର ନେତୃସ୍ତରୀୟ ବ୍ୟକ୍ତିମାନଙ୍କୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି । ସଫେଇକୁ ନେଇ ବିଭିନ୍ନ ଲେନରେ କମିଟିମାନ ଗଠନ କରାଯାଇଛି । ଏହିଭଳି ପ୍ରାୟ ୭୦୦ କମିଟି ଗଠନ କରାଯାଇଛି । ସଂପୃକ୍ତ ଲେନରେ କମିଟି ପ୍ରତିନିଧିମାନେ ଆବର୍ଜନାର ପୃଥକୀକରଣ ଉପରେ ନଜର ରଖିବେ । ସେମାନେ ସେହି ସାହିରେ ପ୍ରେରକ ଓ ପ୍ରହରୀ ଭାବେ କାମ କରିବେ । ସଫେଇକୁ ନେଇ ସାହିମାନଙ୍କ ମଧ୍ୟରେ ସୌହାର୍ଦ୍ଧ୍ୟମୂଳକ ପ୍ରତିଯୋଗିତା ହେବ । ପ୍ରତି ରବିବାର ସ୍ଥାନୀୟ ବାସିନ୍ଦାମାନେ ସଫେଇ ଅଭିଯାନରେ ସାମିଲ ହେବେ । ଆସନ୍ତା ୨୦ ତାରିଖ ମଧ୍ୟରେ ବିଭିନ୍ନ ସାହିର ସଫେଇକୁ ନେଇ ମୂଲ୍ୟାୟନ କରାଯିବ ଏବଂ ଶ୍ରେଷ୍ଠ ସାହିମାନଙ୍କୁ ତୁଳନାତ୍ମକ ଭାବେ ଉନ୍ନୟନ କାର୍ଯ୍ୟରେ ସହାୟତା ପ୍ରଦାନ କରାଯିବ ।

ଖାଲି ଥିବା ସ୍ଥାନରେ ପାର୍କ ଏବଂ ଅନ୍ୟାନ୍ୟ ସୁବିଧା କେନ୍ଦ୍ର ନିର୍ମାଣ କରାଯିବ । ସଫେଇକୁ ନେଇ କୌଣସି ସମସ୍ୟା ଥିଲେ ପୌରସଂସ୍ଥା ପକ୍ଷରୁ ଜାରି ହୋଇଥିବା ନମ୍ବର ୯୫୫୬୪୪୮୫୫୮ ରେ ସମସ୍ୟା ସମ୍ପର୍କରେ ଜଣାଇବାକୁ କହିଛନ୍ତି ଜିଲ୍ଲାପାଳ । ଏହି ସ୍ବଚ୍ଛ ସର୍ବେକ୍ଷଣ ଅଭିଯାନରେ ପ୍ରତିଯୋଗୀମାନଙ୍କୁ ସାନ୍ତ୍ବନାମୂଳକ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ସ୍ବତନ୍ତ୍ର ଅଧିକାରୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ଫିଡବ୍ୟାକ ଫାଉଣ୍ତେସନର ଜ୍ୟୋତିପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.