ETV Bharat / state

ନୂଆ ରୂପ ପାଇବ ଐତିହ୍ୟ ଅଠରନଳା, ଆରମ୍ଭ ହେଲା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

author img

By

Published : Dec 23, 2022, 10:14 AM IST

Updated : Dec 23, 2022, 12:54 PM IST

ଚମକିବାକୁ ଯାଉଛି ପୁରୀର ପ୍ରବେଶ ପଥ ଅଠରନଳା । ଓଡ଼ିଶା ସେତୁ ନିର୍ମାଣ ନିଗମ ପକ୍ଷରୁ ଅଠରନଳା ଓ ମୂଷା ନଈର ସୌନ୍ଦର୍ଯ୍ୟକରଣ ପାଇଁ ଆରମ୍ଭ ହେଲା କାର୍ଯ୍ୟ । ଅଧିକ ପଢନ୍ତୁ

Atharanala bridge
Atharanala bridge
Atharanala bridge

ପୁରୀ: ଐତିହ୍ୟର ସହର ପୁରୀ । ସୂର୍ଯ୍ୟ ଉଇଁବା ଠାରୁ ଅସ୍ତ ହେବା ପର୍ଯ୍ୟନ୍ତ ଅହରହ ପୁରୀରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟ ସରକାର ଏହି ବିଶ୍ବ ଐତିହ୍ୟସ୍ଥଳୀର ବିକାଶ କ୍ଷେତ୍ରକୁ ଆଗେଇ ନେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପୁରୀର ପ୍ରବେଶ ପଥ କୁହାଯାଉଥିବା ଅଠରନଳାର ଉନ୍ନତିକରଣ ପାଇଁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ଫଳରେ ଆଉ କିଛି ମାସ ମଧ୍ୟରେ ନୂଆରୂପ ପାଇବାକୁ ଯାଉଛି ଐତିହ୍ୟ ଅଠରନଳା । ପୁରୀ ଆସୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଭଳି ଏକାଧିକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଅଠରନଳାରେ କରାଯିବ । ଅତ୍ୟାଧୁନିକ ରଙ୍ଗୀନ ଆଲୋକମାଳାରେ ଅଠରନଳାକୁ ସୁସଜ୍ଜିତ କରାଯିବା ସହ ପର୍ଯ୍ୟଟକଙ୍କପାଇଁ ଆକର୍ଷଣୀୟ ପାର୍କ, ବସିବା ପାଇଁ ବିଶେଷ ବ୍ୟବସ୍ଥା କରାଯିବ ।

ପୁରୀକୁ ଐତିହ୍ୟ ସହର ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଏଥିରେ ଯୋଡ଼ି ହେବାକୁ ଯାଉଛି ଐତିହ୍ୟ ଅଠରନଳା । ଓଡ଼ିଶା ସେତୁ ନିର୍ମାଣ ନିଗମ ପକ୍ଷରୁ ଐତିହ୍ୟ ଅଠରନଳାର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ୬କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ତେବେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ସ୍ତରରେ ସ୍ବାଗତ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ସହରବାସୀ ଓ ବୁଦ୍ଧିଜୀବୀ ।

ସେହିପରି ଅଠରନଳା ଦେଇ ଯାଇଥିବା ମୂଷା ନଈର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଆରମ୍ଭ ହୋଇଛି । ମୂଷା ନଈରେ ଭର୍ତ୍ତି ହୋଇଥିବା ଦଳକୁ ପ୍ରାଥମିକ ପର୍ଯ୍ୟାୟରେ କଢା ଯାଉଛି । ମୂଷା ନଈରେ ପର୍ଯ୍ୟଟକ ମାନେ ଯେଭଳି ନୌ ବିହାର କରିପାରିବେ ସେଥିପାଇଁ ମଧ୍ୟ ପାଇଁ ବ୍ୟବସ୍ଥା କରାଯିବ । ସେହିପରି ମୂଷା ନଈ କୂଳରେ ଫୁଟ୍ ପାଥ୍ ନିର୍ମାଣ ସହ ସହରବାସୀଙ୍କ ପ୍ରାତଃ ଭ୍ରମଣ ଏବଂ ସବୁଜିମା ଭରା ଫୁଟପାଥ୍‌ରେ ବସି ଅବସର ସମୟ ବିତାଇବା ପାଇଁ ବ୍ୟବସ୍ଥା କରାଯିବ। ମୂଷା ନଈର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ ପାଇଁ ଦୁଇଟି ପର୍ଯ୍ୟାୟରେ ୧୧୩ କୋଟି ଟଙ୍କା ବ୍ୟୟ କରାଯାଇ କାର୍ଯ୍ୟ କରାଯାଇଛି । ତେବେ ଏହି ପ୍ରକଳ୍ପ କାର୍ଯ୍ୟ ଓବିସିସି ଦ୍ବାରା ସମ୍ପାଦନ କରାଯିବ ।

ପୂର୍ବରୁ ଅଠରନଳା ଏବଂ ମୂଷା ନଈର ଉନ୍ନତିକରଣ ନେଇ ଅନେକ ପ୍ରକଳ୍ପ କାର୍ଯ୍ୟ ଘୋଷଣା ହୋଇଛି । କିନ୍ତୁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା । କିନ୍ତୁ ଏନେଇ ଖବର ପ୍ରସାରଣ ପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଏହା ଉପରେ ପଡିଥିଲା । ଶେଷରେ ଅଠରନଳା ବିକାଶ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ପୁନର୍ବାର ଆରମ୍ଭ କରିଥିବାରୁ ଏହାକୁ ପୁରୀ ସହରବାସୀ ସ୍ବାଗତ କରିଛନ୍ତି ।

ଏନେଇ ରାଜ୍ୟ ବିଜୁ ଯୁବ ଜନତା ଦଳର ଉପସଭାପତି କହିଛନ୍ତି ଯେ,'' ପୁରୀରୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ମନ୍ଦିର ଠାରୁ ଆରମ୍ଭ କରି ପୁରୀର ପ୍ରବେଶ ପଥ ଅଠର ନଳାର ସୌନ୍ଦର୍ଯ୍ୟକରଣ କରାଯାଉଛି । ମୁଖ୍ୟମନ୍ତ୍ରୀ ଏହାର ଦାୟିତ୍ବ ନେଇଥିବାରୁ ଏହା ଅତ୍ୟନ୍ତ ସୁନ୍ଦର ଭାବେ ଗଢି ଉଠିବ, ଲୋକେ ମଧ୍ୟ ଏହାକୁ ଉପଭୋଗ କରିବେ । ''

ଇଟିଭି ଭାରତ, ପୁରୀ

Last Updated : Dec 23, 2022, 12:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.