ETV Bharat / state

ମୁଁ ଜିତିଲେ ସହର ହୋଇଯିବ ପିପିଲି: ଆଶ୍ରିତ ପଟ୍ଟନାୟକ

ପିପିଲି ଉପନିର୍ବାଚନ ନେଇ ରାଜନୀତି ସରଗରମ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଦୁଆର ଦୁଆର ବୁଲି ପ୍ରଚାର କରୁଛନ୍ତି । ଦାଣ୍ଡମୁକୁନ୍ଦପୁର, ମଙ୍ଗଳପୁର ଆଦି ବିଭିନ୍ନ ପଞ୍ଚାୟତରେ ଘରକୁ ଘର ବୁଲି ଆଶ୍ରିତ ପ୍ରଚାର କରିଛନ୍ତି । ଅଧିକ ପଢନ୍ତୁ...

ମୁଁ ଜିତିଲେ ପିପିଲି ସହର ହୋଇଯିବ : ଆଶ୍ରିତ ପଟ୍ଟନାୟକ

author img

By

Published : Apr 3, 2021, 6:28 PM IST

ପୁରୀ: ପିପିଲି ଉପନିର୍ବାଚନ ନେଇ ରାଜନୀତି ସରଗରମ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଦୁଆର ଦୁଆର ବୁଲି ପ୍ରଚାର କରୁଛନ୍ତି । ସାଙ୍ଗରେ ଦଳୀୟ କର୍ମୀଙ୍କୁ ନେଇ ବାଇକ ରାଲି କରି ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି । ଦାଣ୍ଡମୁକୁନ୍ଦପୁର, ମଙ୍ଗଳପୁର ଆଦି ବିଭିନ୍ନ ପଞ୍ଚାୟତରେ ଘରକୁ ଘର ବୁଲି ଆଶ୍ରିତ ପ୍ରଚାର କରିଛନ୍ତି ।

ମୁଁ ଜିତିଲେ ପିପିଲି ସହର ହୋଇଯିବ : ଆଶ୍ରିତ ପଟ୍ଟନାୟକ

ତେବେ ବିଜେଡି ଦୀର୍ଘ ଦିନ ଧରି ଯେଭଳି ପିପିଲି ନିର୍ବାଚନ ମଣ୍ଡଳୀରେ ଭୟ ଆତଙ୍କ ଦେଖାଇ ଯେପରି ନିର୍ବାଚନ ଜିତୁଥିଲା ସେଠାରେ ଲୋକେ ଅତିଷ୍ଠ ଅଛନ୍ତି । ସେହିପରି ଭୁବନେଶ୍ୱର ଉପକଣ୍ଠରେ ପିପିଲି ଥିବା ସତ୍ତ୍ୱେ ଦୀପ ତଳ ଅନ୍ଧାର ଭଲି ବିକାଶ ହୋଇପାରି ନାହିଁ । ଏଣୁ, ଏଥର ଲୋକେ ବିଜେପିକୁ ଜିତାଇବା ନେଇ ମନସ୍ଥ କରିସାରିଥିବା ଆଶ୍ରିତ କହିଛନ୍ତି ।

ସେହିପରି ବିଜେଡି କର୍ମୀ ଯେଭଳି ବିଜେପି କର୍ମୀଙ୍କୁ ଆକ୍ରମଣ କରି ହିଂସା ବଢ଼ାଇଛନ୍ତି ଏହାର ଉପଯୁକ୍ତ ଜବାବ ଭୋଟର ଦେବେ ବୋଲି ଆଶ୍ରିତ କହିଛନ୍ତି । ତାଙ୍କୁ ଯଦି ଭୋଟର ନିର୍ବାଚନରେ ଜିତାନ୍ତି ପିପିଲିରେ ସହର ଭଳି ସମସ୍ତ ସୁବିଧା ସୁଯୋଗ ଦେବା ମୁଖ୍ୟ ଲକ୍ଷ୍ୟ ହେବ ବୋଲି ଆଶ୍ରିତ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.