ETV Bharat / state

ବାଲୁକା କଳାରେ ପ୍ଲାଜମା ଦାନ କରିବାକୁ ଅପିଲ - puri news

କୋରୋନା ସଂକ୍ରମିତଙ୍କ ପାଇଁ ବରଦାନ ପାଲଟିଛି ପ୍ଲାଜମା ଥେରାପି । ଏହି ଅବସରରେ ପ୍ଲାଜମା ଦାନ ପାଇଁ ଆଗେଇ ଆସିବାକୁ କୋରୋନା ସୁସ୍ଥ ବ୍ୟକ୍ତିଙ୍କୁ ଅପିଲ କରିଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏହି ଥିମ୍ ନେଇ ଏକ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି । ଅଧିକ ପଢନ୍ତୁ...

ବାଲୁକା କଳା ମାଧ୍ୟମରେ ପ୍ଲାଜମା ଦାନ କରିବାକୁ ଅପିଲ

author img

By

Published : Jul 24, 2020, 8:42 PM IST

ପୁରୀ: କୋରୋନା ସଂକ୍ରମିତଙ୍କ ପାଇଁ ବରଦାନ ପାଲଟିଛି ପ୍ଲାଜମା ଥେରାପି । ଗୁରୁତର କୋରୋନା ସଂକ୍ରମିତଙ୍କ ପାଇଁ ପ୍ଲାଜମା ଥେରାପି ବେଶ ଗୁରୁତ୍ବପୂର୍ଣ୍ଣ । ଏହି ପରିପ୍ରେକ୍ଷୀରେ କୋରୋନା ସୁସ୍ଥ ଵ୍ୟକ୍ତି ନିଜର ପ୍ଲାଜମା ଦାନ କରି ଅନ୍ୟ ଗୁରୁତରଙ୍କ ଜୀବନ ରକ୍ଷା ପାଇଁ ରାଜ୍ୟ ସରକାର ନିବେଦନ କରିଛନ୍ତି ।

ସେପଟେ ଲୋକଙ୍କ ଭିତରେ ସଚେତନତା ଅଭାବରୁ ଆଶାନୁରୂପ ପ୍ଲାଜମା ସଂଗ୍ରହ ହୋଇପାରୁନାହିଁ । ଏହି ଅବସରରେ ପ୍ଲାଜମା ଦାନ ପାଇଁ ଆଗେଇ ଆସିବାକୁ କୋରୋନା ସୁସ୍ଥ ବ୍ୟକ୍ତିଙ୍କୁ ଅପିଲ କରିଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏହି ଥିମ୍ ନେଇ ଏକ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି । ଯେଉଁଥିରେ ବାର୍ତ୍ତା ରହିଛି କୋଭିଡ-19 ବିରୋଧରେ ଲଢେଇରେ ଜିତିବାକୁ ପ୍ଲାଜମା ଦାନ କରନ୍ତୁ ଏବଂ ଜୀବନ ବଞ୍ଚାନ୍ତୁ । ଏଥିସହ ସେ ରାଜ୍ୟ ସରକାରଙ୍କ ପ୍ଲାଜମା ବ୍ୟାଙ୍କକୁ ଯାଇ ସହଯୋଗ କରିବାକୁ ନିବେଦନ କରିଛନ୍ତି ।

ବାଲୁକା କଳା ମାଧ୍ୟମରେ ପ୍ଲାଜମା ଦାନ କରିବାକୁ ଅପିଲ

କୋରୋନା କୋପରେ ଦେଶବାସୀ ଭୟଭୀତ ଥିବାବେଳେ ଏଯବାତ୍ ଏହାର କୌଣସି ପ୍ରତିଷେଧକ କିମ୍ବା ଟୀକା ଆସିନାହିଁ । କିନ୍ତୁ ପ୍ଲାଜମା ଥେରାପି ଓଡିଶାବାସୀଙ୍କ ଏକ ଆଶୀର୍ବାଦ ପ୍ରମାଣିତ ହୋଇଛି । ସୂଚନାନୁସାରେ, କଟକର ଜଣେ 48 ବର୍ଷୀୟ କୋରୋନା ସଂକ୍ରମିତ ମହିଳା ପ୍ଲାଜମା ଥେରାପିରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.