ETV Bharat / state

ଶ୍ରୀମନ୍ଦିର ବ୍ୟତୀତ ପୁରୀରେ ଭକ୍ତଙ୍କ ପାଇଁ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ - ପୁରୀ

ଶ୍ରୀମନ୍ଦିରକୁ ଛାଡି ପୁରୀ ଜିଲ୍ଲାରେ ଭକ୍ତଙ୍କ ପାଇଁ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ । ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ବ୍ୟତୀତ ପୁରୀରେ ଭକ୍ତଙ୍କ ପାଇଁ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ

author img

By

Published : Aug 3, 2021, 9:45 AM IST

ପୁରୀ : କୋରୋନା କଟକଣା ମଧ୍ୟରେ ଆଜି ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିଛି । କେବଳ ଶ୍ରୀମନ୍ଦିରକୁ ଛାଡି ଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ୍, ଗୀର୍ଜା, ଗୁରୁଦ୍ବାର, ଗୁରୁକୂଳ, ଆଶ୍ରମ, ମଠ ଆଜି ଖୋଲିଛି । ପର୍ଯ୍ୟଟକ ଓ ଭକ୍ତଙ୍କୁ ମଧ୍ୟ ପ୍ରବେଶ କରିବା ପାଇଁ ଅନୁମତି ମିଳିଛି । କରୋନା ମହାମାରୀ ଦୃଷ୍ଟିରୁ ଧର୍ମାନୁଷ୍ଠାନ ଗୁଡିକ ଉପରେ କଟକଣା ଲାଗୁ କରାଯାଇଥିଲା ।

ଶ୍ରୀମନ୍ଦିର ବ୍ୟତୀତ ପୁରୀରେ ଭକ୍ତଙ୍କ ପାଇଁ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ
ଶ୍ରୀମନ୍ଦିର ବ୍ୟତୀତ ପୁରୀରେ ଭକ୍ତଙ୍କ ପାଇଁ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ

କେବଳ ପୁରୀସ୍ଥିତ ଜଗନ୍ନାଥ ମନ୍ଦିର ମଧ୍ୟକୁ ପ୍ରବେଶ ଉପରେ ପୂର୍ବରୁ ଜାରି କଟକଣା ବଳବତ୍ତର ରହିବ । କୌଣସି ଭକ୍ତ ପ୍ରସାଦ କିମ୍ବା ଭୋଗ ଭଗବାନଙ୍କ ନିକଟରେ ଅର୍ପଣ କରିପାରିବେ ନାହିଁ । ପୁରୀ ସହର ବ୍ୟତୀତ ଜିଲ୍ଲାର ସମସ୍ତ ସ୍ଥାନକୁ ପର୍ଯ୍ୟଟକ ଓ ଭକ୍ତ ମାନଙ୍କୁ ପ୍ରତ୍ୟେକ ଦିନ ସକାଳ ୬ ଘଟିକାରୁ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ପ୍ରବେଶ ପାଇଁ ଅନୁମତି ମିଳିବ । ମାତ୍ର ପୁରୀ ସହରରେ ଶନିବାର ଓ ରବିବାର ଦିନ ସପ୍ତାହନ୍ତ ସଟଡାଉନ ଜାରି ରହିବ ।

ସେହିଭଳି କୋଣାର୍କ ସ୍ଥିତ ସୂର୍ଯ୍ୟମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ସବୁଦିନ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ଭକ୍ତ ପରସ୍ପର ମଧ୍ୟରେ ୬ ଫୁଟ ସାମାଜିକ ଦୂରତା ରଖିବା ସହ, ସାନିଟାଇଜର ଓ ମାସ୍କ ବ୍ୟବହାର ବାଧ୍ୟତାମୂଳକ ରହିଛି । ଏପରିକି ଉକ୍ତ ସ୍ଥାନ ଗୁଡିକରେ ଛେପ ପକାଇବା ଉପରେ ମଧ୍ୟ ପୂର୍ବ କଟକଣାକୁ କଡାକଡି କରାଯାଇଛି । ୬୫ ବର୍ଷ ବୟସରୁ ଊର୍ଦ୍ଧ୍ବ ବ୍ୟକ୍ତି, ୧୦ ବର୍ଷରୁ କମ ଶିଶୁ, ଗର୍ଭବତୀ ମହିଳା, କର୍କଟ ଓ ମଧୁମେହ ଥିବା ବ୍ୟକ୍ତି ଉକ୍ତ ସ୍ଥାନକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଦୈନିକ ଓ ସାପ୍ତହିକ ହାଟ ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି । ପୁରୀ ଜିଲ୍ଲାପାଳଙ୍କ ପକ୍ଷରୁ ଏ ନେଇ ସ୍ୱତନ୍ତ୍ର ନିର୍ଦେଶନାମା ଜାରି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.