ପୁରୀ: ପୁଣି ଉଦ୍ଧାର ହେଲା ସନ୍ଦିଗ୍ଧ ଚୀନ ପାରା ! ଗତକାଲି (ସୋମବାର) ସୁନ୍ଦରଗଡ଼ର କାଂଶବାହାଲରେ ଜୈନିକ ବ୍ୟକ୍ତିଙ୍କ ଘରେ ଏକ ଗୁଇନ୍ଦା ପାରା ଉଦ୍ଧାର ହୋଇଥିଲା । ଏହାପରେ ଆଜି(ମଙ୍ଗଳବାର) କେନ୍ଦ୍ରାପଡ଼ା ମାର୍ଶାଘାଇରେ ମଧ୍ୟ ଏକ ପାରା ଉଦ୍ଧାର ହୋଇଥିଲା । ପାରାଗୁଡ଼ିକର ଗୋଡ଼ରେ ଚୀନ ଭାଷା କିମ୍ବା ଇଂଲିଶ ଭାଷାରେ କିଛି ଲେଖା ରହିଥିବା ଟ୍ୟାଗ ଦେଖିବାକୁ ମିଳିଥିଲା । ଅନୁରୂପ ଭାବରେ ପୁରୀରେ ମଧ୍ୟ ଏକ ସନ୍ଦେହଜନକ ପାରା ଉଦ୍ଧାର ହୋଇଛି ।
ଏହା ବି ପଢ଼ନ୍ତୁ ସୁନ୍ଦରଗଡରେ ଗୁଇନ୍ଦା ପାରା ! ପାଦରେ ଲାଗିଛି ଚୀନ ଟ୍ୟାଗ
ପୁରୀ ମାଳତୀପାଟପୁରରୁ ଉଦ୍ଧାର ହୋଇଛି ଏହି ପାରା । ଗୋଟାଏ ପରେ ଗୋଟିଏ ପାରା ଗୋଡ଼ରେ ଚୀନ ଟ୍ୟାଗ୍ ଲାଗିଥିବା ଦେଖିବାକୁ ମିଳିଥିବାରୁ ଚୀନ କିଛି ଷଡ଼ଯନ୍ତ୍ର କରୁଥିବା ଆଶଙ୍କା କରାଯାଉଛି । ଏହା ଗୁଇନ୍ଦା ପାରା ହୋଇଥିବା ସନ୍ଦେହ କରାଯାଉଛି । ଏହା ଉପରେ ତଦନ୍ତ ହେବା ଜରୁରୀ ହୋଇପଡ଼ିଛି ।
ଏହା ବି ପଢ଼ନ୍ତୁ ପୁଣି ସନ୍ଦେହଜନକ ପାରା ଉଦ୍ଧାର, ଏଥର ଇଂରାଜୀରେ ଲେଖାଯାଇଛି ଚିଠି
ରାଉରକେଲାରୁ ଧରାପଡ଼ିଥିବା ପାରା ନମ୍ବର ଅଲଗା ଥିବାବେଳେ ପୁରୀରୁ ଧରାପଡିଥିବା ପାରା ନମ୍ବର ଅଲଗା । କାଂଶବାହାଲରେ ଦେଖାଦେଇଥିବା ପାରାର ଗୋଟିଏ ଗୋଡ଼ରେ ଟ୍ୟାଗ୍ ଥିବାବେଳେ ପୁରୀ ପାରା ୨ଟି ଗୋଡ଼ରେ ଟ୍ୟାଗ୍ ରହିଛି | ପାରାଟି ପାଟିରେ କିଛି କେମିକାଲ ସଦୃଶ ଦିଆଯାଇଥିବା ଅନୁମାନ କରାଯାଉଛି । ଏଭଳି କେତୋଟି ପାରା ଅଛନ୍ତି ? କେଉଁଠୁ ଆସିଛନ୍ତି ଏବଂ କାହିଁକି ଛଡ଼ା ଯାଇଛି ? ତାହାକୁ ନେଇ ନାନା ଆଲୋଚନା ହେବାରେ ଲାଗିଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି । ଏହା ଦ୍ୱାରା କୌଣସି ଭାଇରସ ଛଡା ଯାଇଥିବା ଆଶଙ୍କା କରିଛନ୍ତି ସ୍ଥାନୀୟ ଲୋକେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ