ETV Bharat / state

ପୁରୀରେ ପୁଣି ମୁଣ୍ଡ ନେଲା ଝାଡାବାନ୍ତି ! ଲୋକଙ୍କ ମୁଣ୍ଡରେ ଦୋଷ ଲଦିଲେ ଜନସ୍ୱାସ୍ଥ୍ୟ ଅଧିକାରୀ

author img

By

Published : Dec 17, 2022, 12:22 PM IST

Updated : Dec 17, 2022, 7:56 PM IST

ପୁରୀରେ ପୁଣି ମୁଣ୍ଡ ନେଲା ଝାଡାବାନ୍ତି । ୨ ଜଣଙ୍କ ମୃତ୍ୟୁ ପରେ ମଧ୍ୟ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏବଂ ଜନସ୍ବାସ୍ଥ୍ୟ ବିଭାଗର ଖାମଖିଆଲି ମନୋଭାବକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ

ପୁରୀରେ ଝାଡାବାନ୍ତି ଆତଙ୍କ
ପୁରୀରେ ଝାଡାବାନ୍ତି ଆତଙ୍କ
ପୁରୀରେ ପୁଣି ମୁଣ୍ଡ ନେଲା ଝାଡାବାନ୍ତି

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଆତଙ୍କ ଖେଳାଇଛି ଝାଡାବାନ୍ତି । ପୁରୀ ବାସେଳି ସାହିରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି(Another Allegedly Died By Diarrhea In Puri) । ବାସେଳୀ ସାହିରେ ଝାଡ଼ାବାନ୍ତି ଘଟଣାକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ଖେଳି ଯାଇଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏବଂ ଜନସ୍ବାସ୍ଥ୍ୟ ବିଭାଗର ଖାମଖିଆଲି ମନୋଭାବକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଝାଡ଼ାବାନ୍ତିରେ ଗଡ଼ିଲାଣି ଦୁଇଟି ମୁଣ୍ଡ

ଝାଡ଼ାବାନ୍ତିରେ ଗୋଟିଏ ଦିନରେ ଦୁଇ ଦୁଇଟି ମୁଣ୍ଡ ଗଡିଛି । କିନ୍ତୁ ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନା ନେଉ ନାହିଁ । ଦୀର୍ଘ ୪ ଦିନ ହେବ ଏହି ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଲୋକମାନେ ନା ପାଇ ପାରିଛନ୍ତି ବିଶୁଦ୍ଧ ପାନୀୟ ଜଳ ନା ପାଇଛନ୍ତି ଉପଯୁକ୍ତ ଚିକିତ୍ସା ସେବା । ମିଳିଥିବା ସୂଚନା ଅନୁସାରେ ବାସେଳୀ ସାହି ଗୋଛିକାର ସାହିର ବରିଷ୍ଠ ସେବାୟତ ପଦ୍ମଚରଣ ଖୁଣ୍ଟିଆ ୩ ଦିନ ଧରି ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିଲେ । ହେଲେ ଶେଷରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ଏହାପୂର୍ବରୁ ଗତକାଲି ବିମାନବଡୁ ସାହିର ଜଣେ ସେବାୟତ ପରିବାରର ବୃଦ୍ଧା ବାସନ୍ତୀ ଦାଶଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ତେବେ ଝାଡ଼ାବାନ୍ତି ବ୍ୟାପିଥିବା ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲେ ମଧ୍ୟ ପରିସ୍ଥିତିରେ କୌଣସି ଉନ୍ନତି ଘଟିନଥିବା ଜଣାପଡିଛି ।

ସ୍ବାସ୍ଥ୍ୟ ବିଭାଗ ଅବହେଳାକୁ ସାଧାରଣରେ ନିନ୍ଦା

ବାସେଳୀ ସାହିରେ ପାଣି ପାଇପ୍ ଫାଟି ଯାଇଥିବା ଯୋଗୁଁ ଏଥିରେ ଡ୍ରେନର ପାଣି ମିଶିଯିବାରୁ ଝାଡ଼ାବାନ୍ତି ବ୍ୟାପୁଥିବା କୁହାଯାଉଛି । ଦୂଷିତ ପାଣି ପିଇ ଲୋକେ ଝାଡାବାନ୍ତିର ଶିକାର ହେଉଛନ୍ତି । ଏଥିରେ ଦୁଇ ଦୁଇଟି ମୁଣ୍ଡ ଗଡ଼ି ସାରିଥିଲେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ପାରିନାହିଁ । ସ୍ଥିତିର ମୁକାବିଲା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଅନୁଧ୍ୟାନ ପାଇଁ ନିଜେ ଘଟଣାସ୍ଥଳକୁ ନଯାଇ କିଛି ତଳିଆ କର୍ମଚାରୀଙ୍କ ଉପରେ ଦାୟିତ୍ଵ ଛାଡ଼ି ଆରାମରେ ବସି ପଡିଥିବା ଅଭିଯୋଗ ହୋଇଛି ।‌ ତେବେ ଉତ୍ତମ ଚିକିତ୍ସା ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଅବହେଳାକୁ କଡ଼ା ନିନ୍ଦା କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଲୋକଙ୍କ ମୁଣ୍ଡରେ ଦୋଷ ଲଦିଲେ ଜନସ୍ବାସ୍ଥ୍ୟ ଅଧିକାରୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଗତ ୪ ଦିନ ତଳେ ଅସାବଧାନତା ବଶତଃ ଗାଣ୍ଡୁଆ ଚଉରା ଛକରେ ଥିବା ପାଣି ପାଇପ ଫାଟି ଯାଇଥିଲା ।‌ ଏଥିରେ ଦୂଷିତ ନର୍ଦ୍ଦମା ପାଣି ପଶିଯିବାରୁ ଏହି ଦୂଷିତ ପାନୀୟ ଜଳ ପିଇ ବାସେଳୀ ସାହିର ଶତାଧିକ ଲୋକେ ଆକ୍ରାନ୍ତ ହୋଇଛନ୍ତି । ସେପଟେ ଲୋକଙ୍କ ଅଭିଯୋଗ ଆସିବା ପରେ ପାଣି ପାଇପକୁ ମରାମତି କରାଯିବା ସହ ଘରେ ଘରେ ପାଣି ଟାଙ୍କି ବିଶୋଧନ କରାଯାଇଛି । ପାଣିର ନମୁନାକୁ ପରୀକ୍ଷା କରାଯାଇଥିବା ବେଳେ ଏଥିରେ କୌଣସି ଅସୁବିଧା ନଥିବା ଏବଂ ଲୋକମାନେ ଘରେ ନିଜ ଟାଙ୍କି ସଫା ରଖିନଥିବା ହେତୁ ଝାଡ଼ାବାନ୍ତି ବ୍ୟାପିଥିବା କହି ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଛନ୍ତି ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ । ସେହିଭଳି ଜିଲ୍ଲା ଚିକିତ୍ସାଧିକାରୀ ମଧ୍ୟ ଘଟଣାକୁ ଗୁରୁତର ଭାବେ ନେଇ ନାହାନ୍ତି । ମାତ୍ର ଅଳ୍ପ କିଛି ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଇ ଦେଇ ଚୁପ୍ ବସି ପଡିଛନ୍ତି ମୁଖ୍ୟ ଚିକିତ୍ସାଧିକାରୀ ।

ଇଟିଭି ଭାରତ, ପୁରୀ

Last Updated : Dec 17, 2022, 7:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.