ETV Bharat / state

ଚିଲିକା ପରେ ଏବେ ବ୍ରହ୍ମଗିରିରେ ପକ୍ଷୀ ଗଣନା ଆରମ୍ଭ - ବ୍ରହ୍ମଗିରି ରେଞ୍ଜରେ ପକ୍ଷୀ ଗଣନା

ପୁରୀ ଜିଲ୍ଲା ଡିଭିଜନର 5ଟି ରେଞ୍ଜରେ 25 ଟିମ ଗଠନ କରାଯାଇ ବାହ୍ୟ ଚିଲିକାରେ ପକ୍ଷୀ ଗଣନା ଅରମ୍ଭ ହୋଇଛି । ପୁରୀ DFO ପି ରାମ ସ୍ୱାମୀଙ୍କ ନେତୃତ୍ୱରେ ଆଜି(ବୁଧବାର) ଭୋର 6ଟା ରୁ 4 ଟି ଟିମ ଗଣନା ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

ବ୍ରହ୍ମଗିରିରେ ପକ୍ଷୀ ଗଣନା ଆରମ୍ଭ
ବ୍ରହ୍ମଗିରିରେ ପକ୍ଷୀ ଗଣନା ଆରମ୍ଭ
author img

By

Published : Jan 5, 2022, 12:12 PM IST

ବ୍ରହ୍ମଗିରି: ପୁରୀ ଜିଲ୍ଲା ଡିଭିଜନର 5 ଟି ରେଞ୍ଜରେ 25 ଟିମ ଗଠନ କରାଯାଇ ବାହ୍ୟ ଚିଲିକାରେ ପକ୍ଷୀ ଗଣନା ଅରମ୍ଭ ହୋଇଛି । ପୁରୀ DFO ପି ରାମ ସ୍ୱାମୀଙ୍କ ନେତୃତ୍ୱରେ ଆଜି(ବୁଧବାର) ଭୋର 6ଟା ରୁ 4 ଟି ଟିମ ଗଣନା ଆରମ୍ଭ କରିଛନ୍ତି । ବ୍ରହ୍ମପୁରର କପିଳେଶ୍ୱରପୁର ଠାରୁ ପଥରପଦା, କାଠୁଆରେଡି ଠାରୁ ଖଜୁରିଆ, ବସଷ୍ଟାଣ୍ଡ ଠାରୁ ଗୋଲରା ଏବଂ ସୁନାମୁହିଁ ଠାରୁ ବରକୁଦି ଯାଇ ପକ୍ଷୀ ଗଣନା ଚାଲୁ ରଖିଛନ୍ତି ।

ଚିଲିକା ପରେ ଏବେ ବ୍ରହ୍ମଗିରିରେ ପକ୍ଷୀ ଗଣନା ଆରମ୍ଭ

ଏହା ବି ପଢନ୍ତୁ...ସରିଲା ଚିିଲିକାରେ ପକ୍ଷୀ ଗଣନା, ପୂର୍ବ ବର୍ଷ ତୁଳନାରେ କମିଛି ପକ୍ଷୀଙ୍କ ସମାଗମ

ପ୍ରତି ଟିମରେ 4 ଜଣ ନିୟୋଜିତ ହୋଇଛନ୍ତି। ଏଥିରେ ପକ୍ଷୀ ବିଶାରଦ, ସ୍ୱେଚ୍ଛାସେବୀ ଏବଂ ବନବିଭାଗ କର୍ମଚାରୀ ଅଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଗତକାଲି ଚିଲିକାରେ ପକ୍ଷୀଗଣନା ଶେଷ ହୋଇଛି । ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଙ୍ଗଳବାର ପକ୍ଷୀ ଗଣନା ଶେଷ ହୋଇଛି । ଚଳିତ ବର୍ଷ ୧୦ଲକ୍ଷ ୭୪ହଜାର ୧୭୩ ଦେଶୀ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି । ଗତ ବର୍ଷ ତୁଳନାରେ ଏ ବର୍ଷ କମ ପକ୍ଷୀଙ୍କ ସମାଗମ ହୋଇଥିବା ଗଣନା ରିପୋର୍ଟ କହିଛି । ପୂର୍ବବର୍ଷ ୧୨ଲକ୍ଷ ୪୨ ହଜାର ୮୨୬ଟି ପକ୍ଷୀଙ୍କ ସମାଗମ ହୋଇଥିବାବେଳେ ଏବର୍ଷ ତାହା ୧ ଲକ୍ଷ ୮୬ ହଜାର ୬୫୩ ଅର୍ଥାତ ୧୬ ପ୍ରତିଶତ ହ୍ରାସ ପାଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.