ETV Bharat / state

ଅଣସରରେ ଶ୍ରୀଜିଉ, ଅଲାରନାଥଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପଡିଛନ୍ତି ମହାପ୍ରଭୁ । ଆଜିଠୁ ଶ୍ରୀଜିଉଙ୍କ ଅଣସର ନୀତି ଆରମ୍ଭ ହେବ । ଏ ନେଇ ଭକ୍ତଙ୍କୁ ଆଉ ଦର୍ଶନ ଦେବେ ନାହିଁ ତେଣୁ ଅଲାରନାଥଙ୍କୁ ଦର୍ଶନ କରିଛନ୍ତି ଭକ୍ତ ।

ଚଳଚଞ୍ଚଳ ଅଲାରନାଥ ପୀଠ
anasara darshan in brahmagiri alarnath temple
author img

By

Published : Jun 5, 2023, 10:29 AM IST

ଅଲାରନାଥଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

ବ୍ରହ୍ମଗିରି: ଅଣସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ । ପ୍ରଭୁ ଅଲାରନାଥଙ୍କ ଦର୍ଶନ ନେଇ ବ୍ରହ୍ମଗିରିରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଛି । ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ମହାପ୍ରଭୁ ଜ୍ଵର ରୋଗରେ ପିଡ଼ୀତ ଅଛନ୍ତି । ଆଜିଠୁ ମହାପ୍ରଭୁଙ୍କ ଅଣସର ନୀତି ଆରମ୍ଭ ହୋଇଛି । ଏହା ୧୫ ଦିନ ଧରି ଚାଲୁ ରହିବ । ଦଇତାପତିମାନେ ଜ୍ଵରାକ୍ରାନ୍ତ ମହାପ୍ରଭୁଙ୍କୁ ଗୁପ୍ତ ଉପଚାର ଓ ଗୁପ୍ତ ସେବା କରୁଛନ୍ତି । ମହାପ୍ରଭୁ ଅଣସରେ ଥିବାରୁ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ । ତେଣୁ ଦ୍ବିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ଅଲାରନାଥ ପୀଠରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଅଲାରନାଥ ପୀଠ ଚଳଚଞ୍ଚଳ ହୋଇଛି ।

ଅଣସର ସମୟରେ ଶ୍ରୀଜୀଉମାନେ ଶ୍ୱେତ ବସ୍ତ୍ର ପରିଧାନ କରିବାର ବିଧି ରହିଥିବା ବେଳେ ତୁଳସୀ ମଧ୍ୟ ଲାଗି କରାଯାଇ ନଥାଏ । ୧୫ ଦିନ ଧରି ମହାପ୍ରଭୁଙ୍କୁ କେବଳ ଧଳା ଫୁଲ ଲାଗି କରା ଯାଇଥାଏ। ତେବେ ଅଣସର ଘରେ ଥିବା ମହାପ୍ରଭୁଙ୍କ ପାଖରେ ଏହି ୧୫ ଦିନ ଚକଟା ଏବଂ ପଣା ଭୋଗ କରାଯାଉଥିବା ବେଳେ ପଟିଦିଅଁଙ୍କୁ ଅନ୍ନ ମହାପ୍ରସାଦ ଭୋଗ କରାଯାଇଥାଏ । ଦଶାବତାର ଠାକୁରଙ୍କ ସମେତ ଶ୍ରୀଜଗନ୍ନାଥଙ୍କ ବଦଳରେ ଅନନ୍ତ ନାରାୟଣ, ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କ ବଦଳରେ ମା ଭୁବନେଶ୍ଵରୀ ପଟିଦିଅଁ ଭାବେ ପୂଜିତ ହେଉଛନ୍ତି । ଏହି ଅଣସର ସମୟରେ ପୁରୀଠାରୁ ୨୦ କି.ମି ଦୂରରେ ଥିବା ବ୍ରହ୍ମଗିରିରେ ବିଷ୍ଣୁ ରୂପି ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଫଳ ମିଳିଥାଏ ବୋଲି ବିଶ୍ବାସ ରହିଛି । ଅଲାରନାଥଙ୍କୁ ଦର୍ଶନ ନେଇ ଚଳଚଞ୍ଚଳ ହୋଇଛି ପୀଠ ।

ଏହି ବି ପଢନ୍ତୁ...WATCH VIDEO: ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ, କୃତ୍ୟ କୃତ୍ୟ ଭକ୍ତ

ପ୍ରଭୁ ଅଲାରନାଥଙ୍କ ପୀଠରେ ଆରମ୍ଭ ହୋଇଛି ଅଣସର ଦର୍ଶନ । ବ୍ରହ୍ମଗିରି ପାଲଟିଛି ଦ୍ଵିତୀୟ ଶ୍ରୀକ୍ଷେତ୍ର । ହଜାର ହଜାର ଭକ୍ତ ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିଛନ୍ତି । ଶ୍ରଦ୍ଧାଳୁ କିପରି ଶୃଙ୍ଖଳିତ ଦର୍ଶନ କରିବେ ସେନେଇ ପୁରୀ ଉପ ଜିଲ୍ଲାପାଳ ମନ୍ଦିର ସେବାୟତଙ୍କ ସହ ଆଲୋଚୋନା କରି ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଭକ୍ତମାନେ ଦୀର୍ଘ ୧୫ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରନ୍ତି ନାହିଁ । ତେଣୁ ଏହି ସମୟରେ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରିନପାରି ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥାନ୍ତି ।

ଅଲାରନାଥ ମନ୍ଦିର ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଅବସ୍ଥିତ ବିଷ୍ଣୁଙ୍କର ମନ୍ଦିର । ଶ୍ରୀମନ୍ଦିରରେ ଅନୁଷ୍ଠିତ ସ୍ନାନଯାତ୍ରାରେ ଶ୍ରୀବିଗ୍ରହଙ୍କ ସ୍ନାନ ପରେ ଶ୍ରୀଜୀଉମାନେ ଲୌକିକ ମତରେ ଭୀଷଣ ଜ୍ବରରେ ଆକ୍ରାନ୍ତ ହୋଇ ଅଣସର ଘରେ ରହିଥାଆନ୍ତି । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ବଂଶଧର ଭାବେ ପରିଚିତ ଦଇତାପତି ସେବକମାନେ ତିନି ଠାକୁରଙ୍କର ସେବା ଶୁଶୃଷା କରନ୍ତି । ସେହି ସମୟରେ ଭକ୍ତମାନେ ଦୀର୍ଘ ୧୫ ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରନ୍ତି ନାହିଁ । ତେଣୁ ଏହି ସମୟରେ ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିନପାରି ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କୁ ଦର୍ଶନ କରି ପୂଣ୍ୟ ଅର୍ଜନ କରିଥାଆନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.