ETV Bharat / state

ପେଭର ବ୍ଲକ୍ ବିଛାଇବା କାର୍ଯ୍ୟରେ ଦୁର୍ନୀତି, ଅର୍ଥ ବାଟମାରଣା କରିଛନ୍ତି ସରକାରୀ ଅଧିକାରୀ ! - ପୁରୀରେ ବ୍ୟାପକ ଦୁର୍ନୀତି

ପେଭର ବ୍ଲକ ବିଛାଇବା କାର୍ଯ୍ୟରେ ମହାଘୋଟାଲା ହୋଇଥିବା ନେଇ ଅଭିଯୋଗ ହୋଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରତିଶୃତି ଦେଇଛନ୍ତି ଜିଲ୍ଲାପାଳ। ଅଧିକ ପଢନ୍ତୁ

ପୁରୀରେ ବ୍ୟାପକ ଦୁର୍ନୀତି
ପୁରୀରେ ବ୍ୟାପକ ଦୁର୍ନୀତି
author img

By

Published : Aug 14, 2023, 9:15 PM IST

ପୁରୀରେ ବ୍ୟାପକ ଦୁର୍ନୀତି

ପୁରୀ: ସହରରେ ପେଭର ବ୍ଲକ ବିଛାଇବା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ନିମ୍ନ ମାନର କାର୍ଯ୍ୟ କରାଯିବା ସହ ପୌରପାଳିକାର ଯନ୍ତ୍ରୀ ଏବଂ ଠିକାଦାର ମିଳିମିଶି ଅର୍ଥ ହରିଲୁଟ କରୁଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି। ଫଳରେ ଗତ 3 ମାସ ତଳେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଛାଯାଇଥିବା ପେଭର ବ୍ଲକ୍ ସାମାନ୍ୟ ବର୍ଷାରେ ଶୋଚନୀୟ ହୋଇପଡିଛି। କେଉଁଠି ପେଭର ବ୍ଲକ ଦବି ଯାଇ ବଡ଼ ବଡ଼ ଗାତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ବିଭିନ୍ନ ସାହି ଓ ଗଳିକନ୍ଦିରେ ଠିକାଦାର ନିମ୍ନମାନର କାର୍ଯ୍ୟ କରିଥିବାନେଇ ପୌର ଅଧିକାରୀଙ୍କୁ ପୁରୀ ସହରବାସୀ ଓ ବୁଦ୍ଧିଜୀବୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳନାହିଁ।

ରାଜ୍ୟ ସରକାର ରାସ୍ତାଘାଟର ଉନ୍ନତି ପାଇଁ ପୁରୀ ପୌରପାଳିକାକୁ କୋଟି କୋଟି ଟଙ୍କାର ଅର୍ଥ ପ୍ରଦାନ କରିଥିବାବେଳେ ପେଭର ବ୍ଲକ ବିଛାଇବା ଆଳରେ ପୌର ଅଧିକାରୀ ଏବଂ ଠିକାଦାର ମିଳିମିଶି ସରକାରଙ୍କ ଅର୍ଥକୁ ଚଳୁ କରୁଥିବା ଅଭିଯୋଗ ହୋଇଛି । ଏନେଇ ଆପ ଆବାହକ ସଞ୍ଜୀବ ମହାନ୍ତି କହିଛନ୍ତି, "ଭିଜିଲାନ୍ସ ଅନ୍ୟାନ୍ୟ ସ୍ଥାନରେ ରେଡ୍ କରୁଥିବାବେଳେ ପୁରୀରେ ସରକାରୀ ଅଧିକାରୀଙ୍କ ଘରେ ଚଢାଉ କରନି କାହିଁକି ? ଦୁର୍ନୀତି ବନ୍ଦ ନହେଲେ ଏହି ପ୍ରସଙ୍ଗରେ ଆଗାମୀ ଦିନରେ ଦଳ ପକ୍ଷରୁ ଆନ୍ଦୋଳନ କରାଯିବ।"

ଏହାସହ ଯୁବ ସମାଜସେବୀ ଅମରେନ୍ଦ୍ର ପାଇକରାୟ କହିଛନ୍ତି, କିଛି ଅସାଧୁ ଯନ୍ତ୍ରୀ ଓ ଠିକାଦାର ଏକାଠି ହୋଇ ସରକାରଙ୍କ ଅର୍ଥକୁ ପେଭର ବ୍ଲକ ବିଛାଇବା ଆଳରେ ହରିଲୁଟ କରି ଚାଲିଛନ୍ତି। ଏ ଦିଗରେ ତଦନ୍ତ କରି ଦୋଷୀ ଅଧିକାରୀ ଏବଂ ଠିକାଦାରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ।"

ଏହା ବି ପଢନ୍ତୁ...ସ୍ୱାମୀ CMC କର୍ମଚାରୀ, ସ୍ତ୍ରୀଙ୍କ ନାଁରେ ଘରୋଇ ସଂସ୍ଥାକୁ ମିଳିଛି ଟେଣ୍ଡର !

ତେବେ ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ସହରରେ ଥିବା ବିଭିନ୍ନ ୱାର୍ଡର ରାସ୍ତାଘାଟର ସୌନ୍ଦର୍ଯ୍ୟତା ବୃଦ୍ଧି ସହ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାର ପୌରପାଳିକା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ପୁରୀ ପୌରପାଳିକାରେ ନିର୍ବାଚିତ ପ୍ରତିନିଧି ନଥିବାରୁ ଅଫିସରମାନେ ସର୍ବେସର୍ବା ହୋଇଥିବାବେଳେ ସରକାରଙ୍କ ଅନୁଦାନକୁ କିଭଳି ବାଟମାରଣା କରୁଥିବା ନେଇ ଅଭିଯୋଗ ହୋଇଛି। ସେପଟେ ପୁରୀ ପୌରାଞ୍ଚଳରେ ପେଭର ବ୍ଲକ ବିଛାଇବା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଛି ।

ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, "ଏ ଦିଗରେ ତଦନ୍ତ କରାଯାଉଛି। ଖୁବଶୀଘ୍ର ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.