ପୁରୀ: ବେଆଇନ ଦେଶୀ ମଦ ବିକ୍ରି ନେଇ ପୁରୀ ଅବକାରୀ ବିଭାଗର ଚଢାଉ । ବେଆଇନ ମଦ ବିକ୍ରି ନେଇ ପୁରୀ ଜିଲ୍ଲା ଅବକାରୀ ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ନେତୃତ୍ବରେ ଚଢ଼ାଉ କରାଯାଇଛି । ଏହାସହ ତିନି ଜଣଙ୍କୁ ଗିରଫ କରାଯାଇଛି ।
ଏହାସହ ଚଢାଉ ବେଳେ ୧୦ଲିଟର ଦେଶୀ ମଦ ସହ ୮୦ ଲିଟର ପୋଚ ମଧ୍ୟ ଜବତ କରାଯାଇଛି। ତେବେ ଗିରଫ ୩ ଜଣଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ଜଣାପଡିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମୁଦ୍ରକୂଳ ସାହିର ଅମ୍ବତ ଭାରତୀ, ବାଲିନୋଳିଆ ସାହିର ସୁକା ସୁକୁରି ଓ ନରେନ୍ଦ୍ର କୋଣର ବଳରାମ ଭୋଇ।
ଏହି ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଏହାସହ ଅଧିକ ଖୋଳତାଡ ନେଇ ତଦନ୍ତ ଜାରି ରଖିଛି ପୋଲିସ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ