ETV Bharat / state

ପିପିଲିରେ ଜୋରଦାର ପ୍ରଚାର, ତିନି ଦଳର ଡୋର ଟୁ ଡୋର କ୍ୟାମ୍ପେନିଂ - ପିପିଲି ଉପ ନିର୍ବାଚନ ପାଇଁ ଡୋର ଟୁ ଡୋର କ୍ୟାମ୍ପେନିଂ

ପିପିଲି ଉପ ନିର୍ବାଚନ ନାମାଙ୍କନ ଶେଷ ପରେ ଏବେ ଗାଁ ମୁହାଁ ତିନି ପ୍ରମୁଖ ଦଳର ପ୍ରାର୍ଥୀ । ବାଇକ ରାଲି ଓ ଦୁଆର ଦୁଆର ବୁଲି ବିଜେଡି ପ୍ରାର୍ଥୀ ଭୋଟ ଭିକ୍ଷା କରୁଥିବା ବେଳେ ସମାନ ନୀତି ଆପଣେଇଛନ୍ତି ବିଜେପି ଓ କଂଗ୍ରେସ ପ୍ରାର୍ଥୀ । ଅଧିକ ପଢନ୍ତୁୂ...

ପିପିଲିରେ ଜୋରଦାର ପ୍ରଚାର, ତିନି ଦଳର ଡୋର ଟୁ ଡୋର କ୍ୟାମ୍ପେନିଂ

author img

By

Published : Apr 1, 2021, 8:41 PM IST

ପୁରୀ: ପିପିଲି ଉପ ନିର୍ବାଚନ ନାମାଙ୍କନ ଶେଷ ପରେ ଏବେ ଗାଁ ମୁହାଁ ତିନି ପ୍ରମୁଖ ଦଳର ବିଧାୟକ ପ୍ରାର୍ଥୀ । ବାଇକ ରାଲି ଓ ଦୁଆର ଦୁଆର ବୁଲି ବିଜେଡି ପ୍ରାର୍ଥୀ ଭୋଟ ଭିକ୍ଷା କରୁଥିବା ବେଳେ ସମାନ ନୀତି ଆପଣେଇଛନ୍ତି ବିଜେପି ଓ କଂଗ୍ରେସ ପ୍ରାର୍ଥୀ । ଭୋଟର ମାନଙ୍କ ନିକଟତର ହୋଇ ଚଳିତ ଉପନିର୍ଵାଚନରେ ବାଜିମାତ କରିବାକୁ ଉଭୟ ବିଜେପି ଓ କଂଗ୍ରେସ ଆଶାବାଦୀ ଥିବା ବେଳେ ବିଜେଡି ତାର ଗଡ ରକ୍ଷା କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି ।

ପିପିଲିରେ ଜୋରଦାର ପ୍ରଚାର, ତିନି ଦଳର ଡୋର ଟୁ ଡୋର କ୍ୟାମ୍ପେନିଂ
ଆଜି (ଗୁରୁବାର) ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥି ନିଜ ସମର୍ଥକ ମାନଙ୍କୁ ଧରି ଡେଲାଙ୍ଗ ମୁନିନ୍ଦା ଅଞ୍ଚଳରୁ ଆରମ୍ଭ କରିଥିଲେ ପ୍ରଚାର । ରୁଦ୍ରଙ୍କ ପାଇଁ ପୂର୍ଵତନ ବିଧାୟକ ପ୍ରଭାତ ବିଶ୍ଵାଳ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଭୋଟ ଭିକ୍ଷା କରିଥିଲେ । ରୁଦ୍ର ମହାରଥୀ ଧାନକେରା, ଅଭୟମୁଖୀ, ଶ୍ରୀପୁରୁଷୋତ୍ତମପୁର, କଲ୍ୟାଣପୁର, ରେଞ୍ଚ ଆଦି ପଞ୍ଚାୟତରେ ଭୋଟର ମାନଙ୍କ ଦୁଆର ବୁଲି ଭୋଟ ଭିକ୍ଷା କରିଥିବା ବେଳେ ଉପନିର୍ଵାଚନରେ ବିଜେଡି ବହୁମତ ହାସଲ କରି ପୁଣି ଥରେ ପିପିଲି ଦଖଲ କରିବ ବୋଲି ବିଜେଡି କହିଛି ।ସେପଟେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନିଜ ଗ୍ରାମ କମାକନ୍ତିଆରୁ ଆରମ୍ଭ କରିଥିଲେ ପ୍ରଚାର । ଭୋଟରଙ୍କ ନିକଟତର ହୋଇ ଚଳିତ ଉପନିର୍ଵାଚନରେ ବିଜେପିକୁ ବହୁମତ ମିଳିବ ଓ ଲୋକେ ପିପିଲିରେ ପରିବର୍ତ୍ତନ ଚାହାଁନ୍ତି ବୋଲି ବିଜେପି ପ୍ରାର୍ଥୀ ଆଶ୍ରିତ କହିଥିବା ବେଳେ ବିଜେପି ପାଇଁ ପିପିଲିରେ ପ୍ରଚାରର ଆବଶ୍ୟକତା ନାହଁ, ବିଜେପି 60 ହଜାର ଭୋଟରେ ଜିତି ପିପିଲି ଦଖଲ କରିବ ବୋଲି ଆଶ୍ରିତ କହିଥିଲେ । ଉପନିର୍ଵାଚନରେ ମିଥ୍ୟା ପ୍ରତିଶୃତି, ଜାଲ କାର୍ଡର କୌଣସି ପ୍ରଭାବ ପଡିବ ନାହିଁ ବୋଲି ବିଜେପି ଷ୍ଟାର ପ୍ରଚାରକ ହରି ମହାପାତ୍ର ପ୍ରତିକିୟା ରଖିଛନ୍ତି ।ସେହିପରି ପ୍ରଚାରରେ ମଧ୍ୟ ପଛରେ ପଡିନାହିଁ କଂଗ୍ରେସ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ନିଜ ଗ୍ରାମ ଆଙ୍କୋଇ ଠାରୁ ଆରମ୍ଭ କରିଛନ୍ତି ପ୍ରଚାର । ଭୋଟର ମାନଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିଛନ୍ତି ଅଜିତ । ଚଳିତ ଉପନିର୍ଵାଚନରେ କଂଗ୍ରେସ ଏକଜୁଟ ହୋଇ ନିର୍ଵାଚନ ଲଢୁଥିବାରୁ କଂଗ୍ରେସ ମଧ୍ୟ ନିର୍ଵାଚନ ଜିତିବ ବୋଲି ଆଶାବାଦୀ ଅଛନ୍ତି ଅଜିତ ମଙ୍ଗରାଜ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.