ETV Bharat / state

କୋରୋନା ଭୟ: ଅଲାରନାଥ ମନ୍ଦିର ବନ୍ଦ କଲା ପ୍ରଶାସନ

କୋରୋନା ମୁକାବିଲା ନେଇ ଚାରିଆଡେ ସତର୍କତା ପ୍ରତି ଅଧିକ ଗୁରୁତ୍ବ ଦିଆୟାଉଛି । ପୂର୍ବରୁ ଶ୍ରୀମନ୍ଦିରରେ କଟକଣା ଜାରି କରାଯାଇଥିବାବେଳେ ଆଜିଠୁ 14 ଦିନ ପାଇଁ ପ୍ରସିଦ୍ଧ ଅଲାରନାଥ ମନ୍ଦିର ବନ୍ଦ କରିଛି ପ୍ରଶାସନ । ଅଧିକ ପଢନ୍ତୁ...

aa
କୋରୋନା ଭୟ: ଅଲାରନାଥ ମନ୍ଦିର ବନ୍ଦ କଲା ପ୍ରଶାସନ
author img

By

Published : Mar 20, 2020, 1:09 PM IST

ବ୍ରହ୍ମଗିରି: କୋରୋନା ପାଇଁ ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥ ମନ୍ଦିରରେ ପ୍ରବେଶ ମନା । କୋରୋନାର ଭୟାବହତାକୁ ଦେଖି ଜିଲ୍ଲା ପ୍ରଶାସନ ଅଲାରନାଥ ମନ୍ଦିର ବନ୍ଦ କରିଛି। ଶୁକ୍ରବାର ଦିନ ସକାଳୁ ବ୍ରହ୍ମଗିରି ତହସିଲଦାର ଓ ଆଇଆଇସି ପହଁଚି ମନ୍ଦିର ବନ୍ଦ କରିଛନ୍ତି । କେବଳ ସେବାୟତମାନେ ମନ୍ଦିର ଭିତରକୁ ଯାଇ ଠାକୁରଙ୍କ ନୀତିକାନ୍ତି କରି ପାରିବେ ବୋଲି ସୂଚନା ମିଳିଛି।

କୋରୋନା ଭୟ: ଅଲାରନାଥ ମନ୍ଦିର ବନ୍ଦ କଲା ପ୍ରଶାସନ

ଅସନ୍ତା 14 ଦିନ ପାଇଁ ମନ୍ଦିର ବନ୍ଦ ରହିବ। ଏହା ଓଡିଶାର ଏକ ପ୍ରମୁଖ ଧାର୍ମିକ ସ୍ଥଳୀ ହୋଇଥିବା ବେଳେ ଏଠାକୁ ପ୍ରତିଦିନ ରାଜ୍ୟ ବାହାରୁ ବହୁ ଭକ୍ତ ଦର୍ଶନ ପାଇଁ ଆସିଥାନ୍ତି । କୋରୋନାର ମୁକାବିଲା ପାଇଁ ସତର୍କତା ଦୃଷ୍ଟିରୁ ଏପରି ବ୍ୟବସ୍ଥା କରାଯାଇଛି।

ତେବେ ଏହା ପୂର୍ବରୁ ପ୍ରସିଦ୍ଧ କୋଣାର୍କ ମନ୍ଦିର, ଶ୍ରୀମନ୍ଦିର, ପୁରୀ ବେଳାଭୂମି ଆଦିରେ କଟକଣା ଜାରି କରାଯାଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.