ETV Bharat / state

Alarnath Puspavisekh: କାଲି ଅଲାରନାଥଙ୍କ ପୁଷ୍ପାଭିଷେକ

author img

By

Published : Jan 5, 2023, 9:05 PM IST

ଆସନ୍ତାକାଲି ଅନୁଷ୍ଠିତ ହେବ ଅଲାରନାଥଙ୍କ ପୁଷ୍ପାଭିଷେକ । ଗଙ୍ଗା ଯମୁନା କୂପରୁ ଜଳ ଆଣି ପାଞ୍ଚ ତୀର୍ଥ ଜଳକୁ 108 ନୂତନ ମାଟି ପାତ୍ରରେ ରଖାଯିବାର ବିଧାନ । ଅଧିକ ପଢନ୍ତୁ

alarnath puspavisekh
alarnath puspavisekh
alarnath puspavisekh

ବ୍ରହ୍ମଗିରି: ଅଲାରନାଥଙ୍କ ପୁଷ୍ୟାଭିଷେକ ପାଇଁ ପ୍ରସ୍ତୁତି ଆରମ୍ଭ । ଆସନ୍ତାକାଲି (ଶୁକ୍ରବାର) ଅଲାରନାଥଙ୍କ ପୀଠରେ ପୁଷ୍ୟାଭିଷେକ ପର୍ବ ଅନୁଷ୍ଠିତ ହେବ । ଏଥିପାଇଁ ଆଜିଠାରୁ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାତି ପାହିଲେ ଅଲାରନାଥଙ୍କ ପୁଷ୍ୟାଭିଷେକ ପର୍ବ ଆରମ୍ଭ ହେବ । ପୁଷ୍ୟାଭିଷେକ ପାଇଁ ଅଲାରନାଥଙ୍କୁ 108 ସୁବାସିତ ଜଳରେ ସ୍ନାନ କରାଯିବ । ଏନେଇ ଆଜିଠାରୁ ସେବାୟତମାନେ 3 ଭାଗ ହୋଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଘଣ୍ଟ, ତୁରୀ ଓ ସଂକୀର୍ତ୍ତନ ସହିତ ପୂଜାପଣ୍ଡା, ସୁଆର, ପତ୍ରି ପାଳିଆ ସେବକମାନେ ମହୋଦଧି, ଅର୍ଜୁନଙ୍କ ସର ଏବଂ ଭାର୍ଗବୀ ନଦୀର ତ୍ରିବେଣୀ ଘାଟରୁ ଜଳ ସଂଗ୍ରହ କରି ଆଣିବେ। ଆଜି ସନ୍ଧ୍ୟାରେ ମନ୍ଦିର ପରିସରରେ ଥିବା ଗଙ୍ଗା ଯମୁନା କୂପରୁ ଜଳ ଆଣି ପାଞ୍ଚ ତୀର୍ଥ ଜଳକୁ 108 ନୂତନ ମାଟି ପାତ୍ର ରେ ରଖାଯିବାର ବିଧାନ କରାଯିବ। ସେଥିରେ କେଶର, କର୍ପୁର, ଜାଇଫଳ ଏବଂ ଗୁଆଘିଅ ଆଦି ମିଶ୍ରିତ କରାଯାଇ ନୂତନ ବସ୍ତ୍ରରେ ଆଚ୍ଛାଦିତ କରି ରଖାଯିବ । ଆସନ୍ତାକାଲି ପୌଷ ପୂର୍ଣ୍ଣିମା ଥିବାରୁ ମଧ୍ୟାହ୍ନ ଧୂପ ପରେ ପ୍ରଭୁ ଅଲାରନାଥଙ୍କର ପୁଷ୍ୟାଭିଷେକ ନୀତି କରାଯିବ ।

ଇଟିଭି ଭାରତ, ବ୍ରହ୍ମଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.