ETV Bharat / state

ପୁରୀରେ ଲୁଟେରାଙ୍କ ଆତଙ୍କରାଜ, ମହିଳାଙ୍କଠୁ ପର୍ସ ଲୁଟିନେଲେ

author img

By

Published : Feb 7, 2021, 10:35 PM IST

ରବିବାର ଅପରାହ୍ନରେ ପୁରୀ ସମୁଦ୍ରକୁଳ ଥାନା ମେ ଫେୟାର ହୋଟେଲ ନିକଟରେ ଦୁଇଜଣ ଯୁବକ ଏକ ସ୍କୁଟି ଯୋଗେ ଆସି ଜଣେ ମହିଳାଙ୍କ ଠାରୁ ପର୍ସ ଲୁଟି ନେଇଛନ୍ତି । ଅଧିକ ପଢନ୍ତୁ...

ପୁରୀରେ ଲୁଟେରାଙ୍କ ଆତଙ୍କରାଜlotera _avob_7205521
ପୁରୀରେ ଲୁଟେରାଙ୍କ ଆତଙ୍କରାଜ

ପୁରୀ: ପୁରୀ ସହରରେ ଲୁଟେରାଙ୍କ ଆତଙ୍କରାଜ । ଦିନ ଦ୍ଵିପ୍ରହରରେ ଲୋକଙ୍କ ଠାରୁ ଲୁଟି ନେଉଛନ୍ତି ଟଙ୍କା । ଏମିତି ଅବସ୍ଥା ହେଲାଣି ଯେ ଲୋକ ଘରୁ ବାହାରକୁ ଯିବାପାଇଁ ସୁରକ୍ଷିତ ମଣୁ ନାହାନ୍ତି। ରବିବାର ଅପରାହ୍ନରେ ପୁରୀ ସମୁଦ୍ରକୁଳ ଥାନା ମେ ଫେୟାର ହୋଟେଲ ନିକଟରେ ଦୁଇଜଣ ଯୁବକ ଏକ ସ୍କୁଟି ଯୋଗେ ଆସି ଜଣେ ମହିଳାଙ୍କ ଠାରୁ ପର୍ସ ଲୁଟି ନେଇଛନ୍ତି।

ସୂଚନା ଅନୁଯାୟୀ, କଲ୍ୟାଣୀ ମିଶ୍ର ନାମକ ଜଣେ ମହିଳା ତାଙ୍କ ସମ୍ପର୍କୀୟଙ୍କ ସହ କୌଣସି ଏକ କାମ ସାରି ମେ’ ଫେୟାର ହୋଟେଲ ଗଳି ରାସ୍ତାରେ ଆସୁଥିଲେ । ପୂର୍ବରୁ ଛକି ରହିଥିବା ଦୁଇ ଜଣ ଯୁବକ ତାଙ୍କୁ ପିଛା କରି ହଠାତ୍ ଠେଲି ଦେଇଥିଲେ । କଲ୍ୟାଣୀ ତଳେ ପଡିଯିବା ପରେ ତାଙ୍କ ପର୍ସକୁ ଛଡାଇ ନେଇଥିଲେ ଲୁଟେରା।

ପୁରୀରେ ଲୁଟେରାଙ୍କ ଆତଙ୍କରାଜ

ଏଥିରେ ତାଙ୍କର ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ କିଛି ନଗଦ ଟଙ୍କା ଓ ମୋବାଇଲ ଥିଲା। ତେବେ ଏନେଇ ପୋଲିସକୁ ଖବର ମିଳିବା ପରେ ପୋଲିସ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଲୁଟେରାଙ୍କ କୌଣସି ଟେର ପାଇନାହିଁ ପୋଲିସ । ତେବେ ପୁରୀ ସହରରେ ମହିଳାଙ୍କୁ ଲୁଟେରାମାନେ ଟାର୍ଗେଟ କରୁଥିବା ବେଳେ ଏହା ପଛରେ ଏକ ଗ୍ୟାଙ୍ଗ କାମ କରୁଥିବା ସନ୍ଦେହ କରାଯାଉଛି।

ତେବେ ପୋଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ସାଧାରଣରେ ଦାବି ହୋଇଛି। ପୁରୀ ଭଳି ଏକ ପର୍ଯ୍ୟଟନ ସହରରେ ଏଭଳି ଚୋରି ହେଲେ ପର୍ଯ୍ୟଟକମାନେ ଅସୁରକ୍ଷିତ ହେବା ସହ ପୁରୀର ବଦନାମୀ ହେବାର ସମ୍ଭାବନା ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.