ପୁରୀ: ସୁପ୍ରିମକୋର୍ଟରେ ଘୋଷ ଯାତ୍ରା ନେଇ ଶୁଣାଣି ଜାରି ରହିଥିବାବେଳେ ନୀଳାଦ୍ରି ଭକ୍ତ ନିବାସ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି ଏକ ବୈଠକ । ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ପୁରୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । ଆଜି ବଡ଼ ଦାଣ୍ଡକୁ ଖାଲି କରାଯିବା ସହ ରଥଯାତ୍ରାର ସିଧାପ୍ରସାରଣ ଦାୟିତ୍ବ ଦୂରଦର୍ଶନକୁ ଦେବାକୁ ବୈଠକରେ ସ୍ଥିର ହୋଇଛି ।
ଅନ୍ୟପକ୍ଷରେ ASI ପକ୍ଷରୁ ତିନି ରଥକୁ ଯାଞ୍ଚ କରାଯାଇଥିବା ବେଳେ ପୁରୀ ପ୍ରଶାସନ ପକ୍ଷରୁ ସମଗ୍ର ସ୍ଥିତିର ସମୀକ୍ଷା କରାଯାଇଛି । ସେହିପରି ଆମେ ସମସ୍ତ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଛୁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିସନ କୁମାର ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ