ETV Bharat / state

କାଲି ଆଡ଼ପ ବିଜେ, ଶୁକ୍ରବାର ବାହାରିବ ଆଡ଼ପ ଅବଢ଼ା

author img

By

Published : Jun 21, 2023, 4:21 PM IST

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ । ରଥର କର୍ଡନ ଭିତରେ ବିନା ପାସଧାରୀ ବ୍ୟକ୍ତି ଉପସ୍ଥିତ ରହିବା ଯୋଗୁଁ ରଥଟଣାରେ ବିଳମ୍ବ ହେବା ନେଇ ବରିଷ୍ଠ ସେବାୟତଙ୍କ ସୂଚନା । ଅଧିକ ପଢ଼ନ୍ତୁ

adapa bije ritual of siblings deities
ମହାପ୍ରଭୁଙ୍କ ଆଡ଼ପ ବିଜେ ନୀତି
ମହାପ୍ରଭୁଙ୍କ ଆଡ଼ପ ବିଜେ ନୀତି

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଛି ତିନି ରଥ । ଗତକାଲି ପ୍ରଭୁ ବଳଭଦ୍ରଙ୍କ ରଥ ଗୁଣ୍ଡିଚା ମନ୍ଦିରରେ ଲାଗିଥିବା ବେଳେ ଆଜି ଦେବୀ ସୁଭଦ୍ରା ଓ କାଳିଆ ସାଆନ୍ତଙ୍କ ରଥ ଲାଗିଛି । ପରମ୍ପରା ଅନୁଯାୟୀ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ଲାଗିବାର ପରଦିନ ଆଡ଼ପ ମଣ୍ଡପ ବିଜେ ନୀତି ହୋଇଥାଏ । ସେହି ଅନୁୁୁଯାୟୀ ଆଜି ରଥରେ ତିନି ଦିଅଁ ଅବସ୍ଥାନ କରିବେ । ରଥ ଉପରେ ସମସ୍ତେ ନୀତିକାନ୍ତି ଅନୁଷ୍ଠିତ ହେବ । ରଥ ଉପରେ ଅନ୍ନ ଭୋଗ କରାନଯାଇ ଖଇ କୋରା ଭୋଗ ହେବ ।

ଆସନ୍ତାକାଲି ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀଠାରୁ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ରଥ ଉପରେ ଅନୁଷ୍ଠିତ ହେବ । ଦିନ 3ଟା ସୁଦ୍ଧା ସବୁ ନୀତି ସରିବା ପରେ ରଥରୁ ଘୋଡ଼ା ଖୋଲାଯାଇ ଚାର ମାର ଲଗାଯିବ । ପରେ ମହାପ୍ରଭୁଙ୍କ ପୁଷ୍ପାଞ୍ଜଳି ନୀତି ପରେ ତିନି ଦିଅଁଙ୍କ ଆଡ଼ପ ମଣ୍ଡପ ବିଜେ ଅନୁଷ୍ଠିତ ହେବ । ଦଇତାପତି ସେବକମାନେ ଦାରୁ ଦିଅଁଙ୍କୁ ରଥ ପହଣ୍ଡି କରି ଆଡ଼ପ ମଣ୍ଡପରେ ବିଜେ କରାଇବେ । ଆଡ଼ପ ମଣ୍ଡପ ବିଜେ ନୀତି ପରେ ପରଦିନ ଅର୍ଥାତ୍ ଶୁକ୍ରବାରଠାରୁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଡ଼ପ ଅବଢ଼ା ପାଇବେ । ଏନେଇ ସବୁ ବ୍ୟବସ୍ଥା ହୋଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ଓ ବରିଷ୍ଠ ସେବାୟତ କହିଛନ୍ତି ।

ଗତକାଲି ସବୁ ନୀତିକାନ୍ତି ସଠିକ ସମୟରେ ହେବା ସହ ରଥଟଣା ନିର୍ଦ୍ଧାରଣ ସମୟ ପୂର୍ବରୁ ହୋଇଥିଲା । ହେଲେ ତିନି ରଥ ଗୁଣ୍ଡିଚା ମନ୍ଦିରରେ ଲାଗି ନପାରିବା ଓ ବିଳମ୍ୱ ହେବା ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, "ଏହା ବୋଧେ ମହାପ୍ରଭୁଙ୍କ ଇଚ୍ଛା ଥିଲା । ହୁଏତ ସାଲବେଗ, ବନ୍ଧୁ ମହାନ୍ତିଙ୍କ ଭଳି କେହି ଭକ୍ତ ବୋଧେ ଶ୍ରୀକ୍ଷେତ୍ରରେ ପହଞ୍ଚି ପାରିନଥିଲେ । ଏଣୁ ତାଙ୍କୁ ରଥ ଉପରେ ଦର୍ଶନ ଦେବା ଲାଗି ମହାପ୍ରଭୁ ରାସ୍ତାରେ ଅଟକି ଯାଇଥିଲେ । ଏହା ମହାପ୍ରଭୁଙ୍କ ଇଚ୍ଛାଥିଲା । ଏଥିରେ କୌଣସି ମନୁଷ୍ୟକୃତ ତ୍ରୁଟି ନାହିଁ ।" ସେପଟେ, ଡ୍ୟୁଟି ନଥାଇ ଅଧିକ ପୋଲିସ ଉପସ୍ଥିତ ରହିବା ଯୋଗୁଁ ଅନେକ ସମସ୍ୟା ଦେଖାଦେଇଥିବା ଆଲୋଚନା ହୋଇଛି । ଏନେଇ ତର୍ଜମା ହେବ ବୋଲି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.