ପୁରୀ: ମହାପ୍ରଭୁଙ୍କ ପ୍ରଥମ ଦିନର ଆଡପ ଅବଢ଼ା ବାହାରିଛି । ଭକ୍ତମାନେ କିଭଳି ଆନନ୍ଦ ଓ ସୁରୁଖୁରୁରେ ଆଡପ ଅବଢ଼ା ପାଇବେ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଗୁଣ୍ଡିଚା ମନ୍ଦିରର ଉତ୍ତର ଦ୍ବାର ଓ ପୁରୀ ବସ ଷ୍ଟାଣ୍ଡରେ ଦୁଇଟି କାଉଣ୍ଟର ରହିଛି ।
ଭକ୍ତମାନେ ଆସି ଟୋକନ କାଟି ଉଚିତ ମୂଲ୍ୟରେ ଅବଢ଼ା ନେଇ ଫେରୁଛନ୍ତି । ତେବେ ଏହି ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି ଭକ୍ତ । ଖୁବ କମ ସମୟରେ ସଠିକ ମୂଲ୍ୟ ଓ ପରିମାଣ ଅବଢ଼ା ସେମାନେ ପାଇ ପାରୁଥିବା କହିଛନ୍ତି । ତେବେ କୋଭିଡ କଟକଣା ହେତୁ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଭକ୍ତ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ