ETV Bharat / state

ଆଡ଼ପ ମଣ୍ଡପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାବିଗ୍ରହ, ଆଜି ମିଳିବ ଆଡପ ଅବଢ଼ା

author img

By

Published : Jun 23, 2023, 12:58 PM IST

ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ସନ୍ଧ୍ୟାରେ ମହାପ୍ରଭୁଙ୍କ ଆଡପ ଅବଢ଼ା ବାହାରିବ । ଅଧିକ ପଢନ୍ତୁ

Adapa Darshan
Adapa Darshan
Adapa Darshan

ପୁରୀ: ଆଡପ ମଣ୍ଡପରେ ବିଜେ କରିଛନ୍ତି ଚତୁର୍ଦ୍ଧାବିଗ୍ରହ । ମହାପ୍ରଭୁଙ୍କ ଦୁର୍ଲ୍ଲଭ ଦର୍ଶନ ନିମନ୍ତେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଲାଗିଛି ଭକ୍ତଙ୍କ ଅସମ୍ଭାଳ ଭିଡ । ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଉଛି ଗୁଣ୍ଡିଚା ମନ୍ଦିର ପରିସର । ଏକାକାର ହୋଇଛନ୍ତି ଭକ୍ତ ଓ ଭଗବାନ । କାଳିଆକୁ ଅତି ପାଖରୁ ଦେଖି ଲୁହରେ ଭିଜିଛି ଭକ୍ତର ଆଖି । ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ନୀତି ପରେ ଶ୍ରୀଜିଉଙ୍କ ଦର୍ଶନ ଆରମ୍ଭ ହୋଇଛି । ଏହି ଦର୍ଶନ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ । ଦ୍ବିତୀୟ ଭୋଗ ମଣ୍ଡପ ନୀତି ପରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଆରମ୍ଭ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟାରେ ମହାପ୍ରଭୁଙ୍କ ଆଡପ ଅବଢ଼ା ବାହାରିବ ।

ଆଜି ମହାପ୍ରଭୁଙ୍କ ପ୍ରଥମ ଆଡ଼ପ ଅବଢ଼ା ବାହାରିବ । ଯାହାକୁ ପାଇବାକୁ ହଜାର ହଜାର ଭକ୍ତ ଅପେକ୍ଷାରେ ଅଛନ୍ତି। ଶ୍ରୀ ମନ୍ଦିରରେ ଯେଉଁ ଅବଢ଼ା ବାହାରି ଥାଏ ତାହା ଲକ୍ଷ୍ନୀ ଠାକୁରାଣୀ ତିଆରି କରିଥାନ୍ତି । କିନ୍ତୁ ଶ୍ରୀ ଗୁଣ୍ଡିଚା ମନ୍ଦିର ହେଉଛି ମହାପ୍ରଭୁଙ୍କ ଜନ୍ମ ସ୍ଥାନ । ଏଠାରେ ମାଆ ହାତରେ ଅବଢ଼ା ପ୍ରସ୍ତୁତି ହେଇଥାଏ । ଯାହାର ସ୍ୱତନ୍ତ୍ରତା ରହିଛି। ଭକ୍ତ ମାନେ ଆଡ଼ପ ଅବଢ଼ା ବ୍ରାହ୍ମଣଙ୍କୁ ସେବନ କରିବାକୁ ଦିଅନ୍ତି । ଯାହା ଦ୍ଵାରା ଅନେକ ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ଭକ୍ତମାନେ କିଭଳି ସୁରୁଖୁରୁରେ ଆଡପ ଅବଢ଼ା ପାଇବେ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ସେପଟେ ଆସନ୍ତାକାଲି(ଶନିବାର) ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି ଅନୁଷ୍ଠିତ ହେବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଗୁରୁବାର ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ଶେଷ ହୋଇଥିଲା । ଦଇତା ପତି ସେବକମାନେ ତିନି ରଥରୁ ଶ୍ରୀଜିଉମାନଙ୍କୁ ରଥରୁ ପହଣ୍ଡି କରି ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିଜେ କରାଇଥିଲେ । ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ ଜମିଥିଲା । ପୁଷ୍ପାଞ୍ଜଳି ନୀତି ରଥ ଉପରେ ଅନୁଷ୍ଠିତ ପରେ ଅପରାହ୍ନରେ ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ଆରମ୍ଭ ହୋଇଥଲା ।

ମଙ୍ଗଳବାର ଆଷାଢ ଶୁକ୍ଲ ଦ୍ବିତୀୟା ତିଥିରେ ଘୋଷଯାତ୍ରାରେ ବାହାରିଥିଲେ ମହାପ୍ରଭୁ । ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ଅଭିମୁଖେ ରଥଟଣା ଆରମ୍ଭ ହୋଇଥିଲା । ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଟାଣିନେଇଥିଲେ ଭକ୍ତ । ବଳଭଦ୍ରକ ତାଳଧ୍ବଜ ରଥ ଗୁଣ୍ଡିଚା ମନ୍ଦିର ସାମ୍ନାରେ ପହଞ୍ଚିଥିବା ବେଳେ ରାତି ହୋଇଯିବାରୁ ଭଉଣୀ ସୁଭଦ୍ରା ଓ ଭାଇ କାଳିଆର ରଥ ରାସ୍ତାରେ ଅଟକି ଯାଇଥିଲା । ପର ଦିନ ରଥଟଣା ଆରମ୍ଭ ହୋଇଥଲା । ଭକ୍ତ ମାନେ ଦୁଇ ରଥକୁ ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲଗାଇଥିଲେ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.