ପୁରୀ: ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଓରଫ ଧୀରେନ୍ଦ୍ର ନାଥ ବରାଳ ଗିରଫ । ଏଥିସହ ତା' ସହଯୋଗୀ ବଳିଆପଣ୍ଡା ବିଜୟନଗରର ସଞ୍ଜୟ ସାନ୍ୟାଲକୁ ମଧ୍ୟ ଗିରଫ କରାଯାଇଛି । ଏନେଇ ପୁରୀ ଏସପି କେ ବିଶାଲ ସିଂ ସୂଚନା ଦେଇଛନ୍ତି ।
ମଦଦୋକାନ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ଧମକ ଓ ଦାଦାବଟି ଆଦାୟ ଅଭିଯୋଗରେ ଟାଉନଥାନା ଧାନକୁଟି ସାହିର ପପୁ ବରାଳକୁ ଗିରଫ କରାଯାଇଛି । ପପୁ ନାଁରେ ପୁରୀ ଜିଲ୍ଲାର ବିଭିନ୍ନ ଥାନାରେ ୩୪ଟି ମାମଲା ରହିଛି । ଜିଲ୍ଲାରେ ଦାଦାବଟିକୁ ସମ୍ପୂର୍ଣ୍ଣ ବନ୍ଦ ପାଇଁ ଏକ ଟିମ ଗଠନ କରାଯାଇଛି । ଗତ ଦୁଇମାସରେ ଦାଦାବଟି ମାଗିବା ଅଭିଯୋଗରେ ୧୪ଟି ମାମଲା ସହ ୫୬ ଜଣଙ୍କୁ ଗିରଫ କରାଯାଇଛି ବୋଲି ପୁରୀ ଏସପି କେ ବିଶାଲ ସିଂ କହିଛନ୍ତି । ତେବେ ପପୁକୁ ଗିରଫ କରାଯଇ କୋର୍ଟଚାଲାଣ କରାଯାଇଛି । ପରେ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ଏବଂ ଏହି ଡ୍ରାଇଭ ଚାଲୁରହିବ ବୋଲି ପୁରୀ ଏସପି କେ ବିଶାଲ ସିଂ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ