ETV Bharat / state

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଖୁବଶୀଘ୍ର ଅଭିଯୁକ୍ତ ଧରାପଡ଼ିବେ କହିଲେ ଏସପି - ପୁରୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସାମଲି ଥିବା ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରି ସାରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଅଧିକ ପଢ଼ନ୍ତୁ...

'ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଖୁବଶୀଘ୍ର ଧରାପଡ଼ିବେ ଅଭିଯୁ୍କ୍ତ'

author img

By

Published : Mar 16, 2021, 7:46 PM IST

ପୁରୀ: ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ମିଶ୍ରସାହିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। କିଛି ଯୁବକ ଦାଦାବଟି ପାଇଁ ଯୁବକଙ୍କୁ ହାଣି ଲହୁଲୁହାଣ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସାମଲି ଥିବା ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରି ସାରିଛି।

'ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଖୁବଶୀଘ୍ର ଧରାପଡ଼ିବେ ଅଭିଯୁ୍କ୍ତ'

ବର୍ତ୍ତମାନ ଅଭିଯୁ୍କ୍ତମାନେ ଫେରାର ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ପୋଲିସ ଦୁଇଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଖୁବଶୀଘ୍ର ଅଭିଯୁ୍କ୍ତମାନେ ଧରା ପଡ଼ିବେ ବୋଲି ପୁରୀ ଏସପି କେ. ବିଶାଳ ସିଂ ସୂଚନା ଦେଇଛନ୍ତି। ତେବେ ଜାଗା ବିବାଦକୁ ନେଇ ଏହି ମରଣାନ୍ତକ ଆକ୍ରମଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।

ଯୁବକ ମରଣାନ୍ତକ ଆକ୍ରମଣ ଶିକାର ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯୁବକ ଜଣକ ହେଉଛନ୍ତି ଅଲେଇ ଗଳିର ପ୍ରଦୀପ ତ୍ରିପାଠୀ। ସେ ସୁକାନ୍ତ ଭବାନି କ୍ଳବ୍ ନିକଟରେ ଏକ ଘର ତିଆରି କରିଥିବାରୁ ଗତ କିଛିଦିନ ଧରି ତାଙ୍କଠାରୁ ଚାନ୍ଦା ଆଦାୟ କରିବା ପାଇଁ ଧମକ ଦେଉଥିଲେ କିଛି ଯୁବକ।

ତେବେ ଆଜି(ମଙ୍ଗଳବାର) ସକାଳୁ ସୁକାନ୍ତ ମାର୍କଣ୍ଡେୟ ପୁଷ୍କରଣୀକୁ ଯାଉଥିବା ସମୟରେ ଦୁବୃର୍ତ୍ତମାନେ ଭୁଜାଲି ଏବଂ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଏବେ ସୁକାନ୍ତଙ୍କ ଅବସ୍ଥା ଗୁରୁତର ଥିବା ବେଳେ ପୁରୀ ବାସେଳିସାହି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.