ETV Bharat / state

ଥାନା ହାଜତରେ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ - puri talabania jail

ପୁରୀ ତାଳବଣିଆ ଥାନା ହାଜତରେ ଆତ୍ମହତ୍ୟା ଉଦ୍ୟମ । ହାଜତରେ ଥିବା ଜଣେ ଅଭିଯୁକ୍ତ ଏକ ଧାରୁଆ ପଦାର୍ଥରେ ହାତ ଓ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଥାନା ହାଜତରେ ଆତ୍ମହତ୍ୟା ଉଦ୍ୟମ
ଥାନା ହାଜତରେ ଆତ୍ମହତ୍ୟା ଉଦ୍ୟମ
author img

By

Published : Feb 15, 2021, 1:10 PM IST

ପୁରୀ:ଥାନା ହାଜତରେ ଆତ୍ମହତ୍ୟା ଉଦ୍ୟମ । ପୁରୀ ତାଳବଣିଆ ଥାନାରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ହାଜତରେ ଥିବା ଜଣେ ଅଭିଯୁକ୍ତ ଏକ ଧାରୁଆ ପଦାର୍ଥରେ ହାତ ଓ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଜଣକ ତାଳ ବଣିଆ ଥାନା ବାଲି ଗୁଆଳି ଅଞ୍ଚଳର କାବୁ ପ୍ରଧାନ ବୋଲି ଜଣାପଡିଛି ।

ଥାନା ହାଜତରେ ଆତ୍ମହତ୍ୟା ଉଦ୍ୟମ

ସୂଚନାନୁଯାୟୀ, କାବୁ ପ୍ରଧାନ ସମେତ 5 ଜଣ ଡକାୟତି ମାମଲାରେ ଗିରଫ ହୋଇ ଗତକାଲି ତାଳ ବଣିଆ ଥାନାକୁ ଆସିଥିଲେ। ଆଉ ଆଜି ସକାଳୁ କାବୁ ନିଜର ହାତ ଓ ବେକ କାଟି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ପୋଲିସ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲା ।

ତେବେ ହାଜତ ଭିତରେ 5 ଜଣ ଅଭିଯୁକ୍ତ ଥିବାବେଳେ କିଭଳି ସେ ଆତ୍ମହତ୍ୟା କଲେ ତାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ କାବୁ ସହ ଥିବା ଅନ୍ୟ ଅଭିଯୁକ୍ତମାନେ ମଧ୍ୟ କିଛି କାଣ୍ଡ ଭିଆଇ ଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ଅନ୍ୟପଟେ ପୁରୀ ଏସପି କେ ଵିଶାଲ ସିଂ କହିଛନ୍ତି ଯେ ଏବେ ତଦନ୍ତ ଚାଲିଛି ଖୁବଶୀଘ୍ର ସତ୍ୟାସତ୍ୟ ଜଣା ପଡିବ।

ଏଠାରେ ସୂଚନା ଥାଉ ଯେ, ଗତ କିଛିଦିନ ତଳେ ପୁରୀ ବାସେଳି ସାହି ଥାନାରେ ଏକ ହାଜତ ମୃତ୍ୟୁ ଅଭିଯୋଗ ହୋଇଥିଲା । ପରେ ଏହି ଘଟଣାକୁ ନେଇ ତତ୍କାଳୀନ ଏସପି ଅଖିଳେଶ୍ବର ସିଂହଙ୍କୁ ପୋଲିସ ମୁଖ୍ୟାଳୟକୁ ପୋଲିସ ଡିଜି ବଦଳି କରିଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.