ETV Bharat / state

ବକେୟା ଟଙ୍କାକୁ କେନ୍ଦ୍ରକରି ଛୁରାମାଡ, ଜଣେ ଗୁରୁତର - ପୁରୀ ଛୁରାମାଡ

ବକେୟା ଟଙ୍କା ନ ଫେରାଇବାରୁ ଯୁବକଙ୍କୁ ଛୁରାମାଡ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ...

ବକେୟା ଟଙ୍କାକୁ କେନ୍ଦ୍ରକରି ଛୁରାମାଡ: ଜଣେ ଗୁରୁତର

author img

By

Published : Dec 12, 2020, 3:33 PM IST

ପୁରୀ: ବକେୟା ଟଙ୍କାକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ପୁରୀ ବାସେଳୀ ସାହି ଥାନା ଅଧୀନସ୍ଥ ବାଲିସ୍କୁଲ ନିକଟରେ ଶନିବାର ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି । ଯୁବକ ଜଣକ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆକ୍ରମଣର ଶିକାର ଯୁବକ ଜଗନ୍ନାଥ ବସ୍ତି ପଞ୍ଚମୁଖୀ ବିହାର ଅଞ୍ଚଳର ଗଣେଷ ପ୍ରଧାନ । ତେବେ ଗତକାଲି(ଶୁକ୍ରବାର) ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଆଉ ଏକ ଛୁରାମାଡ ମାମଲା ପ୍ରକାଶ ପାଇଥିଲା । ଯେଉଁଥିରେ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ଘଟଣାରେ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଥିଲା ।

ସୂଚନାଯୋଗ୍ୟ, ଆଜି(ଶନିବାର) ସକାଳେ ଗଣେଷ ଘରୁ ବାହାରି ଜଳଖିଆ ଖାଇବାକୁ ଯାଉଥିବା ସମୟରେ ତାଙ୍କ ପଛରୁ ଦୀପକ ନାୟକ ନାମକ ଜଣେ ଯୁବକ ଛୁରାମାଡ କରି ଫେରାର ହୋଇଯାଇଥିଲା । ତେବେ ଗତ କିଛି ଦିନି ପୂର୍ବରୁ ଗଣେଷ ଓ ଅଭିଯୁକ୍ତ ଦୀପକ ଏକାଠି ପରିବା ବ୍ୟବସାୟ କରୁଥିଲେ । କିଛି ଦିନ ପାଇଁ କହି ଗଣେଷ ଦୀପକଙ୍କ ଠାରୁ 1200 ଟଙ୍କା ଉଧାର ଆଣିଥିବା ବେଳେ ଗତକାଲି(ଶୁକ୍ରାବର) ଦୀପକ ତାଙ୍କୁ ଟଙ୍କା ମାଗିଥିଲା । ଆସନ୍ତାକାଲି ଟଙ୍କା ଫେରାଇ ଦେବାକୁ ଗଣେଷ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଏହି ଘଟଣାକୁ କେନ୍ଦ୍ର କରି ଯୁବକ ଜଣକ ଗଣେଷଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ତେବେ 24 ଘଣ୍ଟା ମଧ୍ୟରେ ବାସେଳୀ ସାହି ଅଞ୍ଚଳରେ ଦୁଇ ଦୁଇଟା ଛୁରାମାଡ ମାମଲା ପୁରୀରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.