ପୁରୀ: ସାମାନ୍ୟ ବଚସାରୁ ପୁରୀରେ ଯୁବକଙ୍କୁ ନିର୍ମମ ହତ୍ୟା । ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ିଶାଗୋଦା ଥାନା ବ୍ରାହ୍ମଣ ପାଟଣା ଗାଁରେ ଘଟିଛି ଏଭଳି ଅଘଟଣ । ମୃତକ ସ୍ଥାନୀୟ ଅଞ୍ଚଳର ଦିଲ୍ଲୀପ ବୋଲି ଜଣା ପଡ଼ିଛି। ସୋମବାର କୈାଣସି କାମରେ ଦିବ୍ୟସିଂହପୁର ପଞ୍ଚାୟତର ବ୍ରାହ୍ମଣପାଟଣା ଯାଇଥିଲେ ମୃତ ଦିଲ୍ଲୀପ । ସେଠାରେ ତାଙ୍କୁ ହତ୍ୟା କରାଯାଇଛି।
ବ୍ରାହ୍ମଣ ପାଟଣା ଯିବାପରେ ପୂର୍ବ ଶତ୍ରତୁାକୁ କେନ୍ଦ୍ର କରି ଜଣେ ଯୁବକଙ୍କ ସହ ଦିଲ୍ଲୀପଙ୍କ କଥା କଟାକଟି ହୋଇଥିଲା । ସାମାନ୍ୟ କଥା କଟା କଟିରୁ ଯୁବକ ଜଣଙ୍କ ଏକ ଧାରୁଆ ଅସ୍ତ୍ରରେ ଦିଲ୍ଲୀପକୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ ଦିଲ୍ଲୀପ । ଏହାପରେ ଆକ୍ରମଣ କରିଥିବା ଅଭିଯୁକ୍ତ ଯୁବକ ଜଣକ ରାସ୍ତା କଡରେ ମୃତଦେହକୁ ଫୋପାଡି ସେଠାରୁ ଚମ୍ପଟ ମାରିଛି ।
ସ୍ଥାନୀୟ ଲୋକେ ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ। ଗଡିଶାଗୋଦା ପୋଲିସ ଘଟଣାସ୍ଥଳରେରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଯୁବକଙ୍କୁ ହତ୍ୟା କରାଗଲା ତାହା ତଦନ୍ତ ପରେ ଜଣା ପଡ଼ିବ। ଏଥିରେ ସାମିଲ ଥିବା ଅଭିଯୁକ୍ତକୁ ପୋଲିସ ଖୋଜା ଚଳାଇଛି । ଯୁବକଙ୍କ ମୃତ୍ୟୁରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ