ETV Bharat / state

ଲାଞ୍ଚ ନେବାବେଳେ ଧରାପଡିଲେ ଭେଟେନାରି ଅଧିକାରୀ

70 ହଜାର ଟଙ୍କାର ଏକ ବିଲ ପାସ କରିବା ପାଇଁ ଲାଞ୍ଚ ନେଉଥିବାବେଳେ ପିପିଲିର ଭେଟେନାରି ଆସିଷ୍ଟାଣ୍ଟ ସର୍ଜନ ଶୁଭ୍ରାଂଶୁ ସାହୁଙ୍କୁ ଗିରଫ କଲା ଭିଡିଲାନ୍ସ ଟିମ୍ । ଅଧିକ ପଢନ୍ତୁ...

ଲାଞ୍ଚ ନେବାବେଳେ ଧରାପଡିଲେ ଭେଟେନାରି ଅଧିକାରୀ
ଲାଞ୍ଚ ନେବାବେଳେ ଧରାପଡିଲେ ଭେଟେନାରି ଅଧିକାରୀ
author img

By

Published : Aug 10, 2020, 6:20 PM IST

ପୁରୀ: ଭିଜିଲାନ୍ସ ଜାଲରେ ପିପିଲିର ଭେଟେନାରି ଆସିଷ୍ଟାଣ୍ଟ ସର୍ଜନ ଶୁଭ୍ରାଂଶୁ ସାହୁ । ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ । ସୂଚନା ଅନୁଯାୟୀ 70 ହଜାର ଟଙ୍କାର ଏକ ବିଲ ପାସ କରିବା ପାଇଁ ଡାକ୍ତର ସାହୁ ସନାତନ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ।

ଏନେଇ ସନାତନ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନରେ ଅଭିଯୋଗ କରିବା ପରେ ଡାକ୍ତରଙ୍କୁ ଧରିବା ପାଇଁ ଭିଜିଲାନ୍ସ ଯୋଜନା କରିଥିଲା। ଡାକ୍ତର ସାହୁ ଲାଞ୍ଚ ନେବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀ ତାଙ୍କୁ ରେଡ ହ୍ୟାଣ୍ଡରେ ଧରିଥିଲେ।

ପରେ ତାଙ୍କୁ ଗିରଫ କରାଯାଇ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି । ନିକଟରେ ପୁରୀ ବନ ଖଣ୍ଡର ଜଣେ ବରିଷ୍ଠ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡି ଥିବା ବେଳେ ପୁଣି ଜଣେ ଭେଟେନାରୀ ବିଭାଗର ଜଣେ ଅଧିକାରୀ ଲାଞ୍ଚ ନେବା ଅଭିଯୋଗରେ ଧରା ପଡିବା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.